ETV Bharat / bharat

UP Election Results: ଏକ ଅଙ୍କରେ ଅଟକିଛି BSP-କଂଗ୍ରେସ ଗାଡି

author img

By

Published : Mar 10, 2022, 1:27 PM IST

UP election results: ଗୋଟିଏ ଅଙ୍କର ଅଟକିଛି ବିଏସପି-କଂଗ୍ରେସ ଗାଡି
UP election results: ଗୋଟିଏ ଅଙ୍କର ଅଟକିଛି ବିଏସପି-କଂଗ୍ରେସ ଗାଡି

ଉତ୍ତରପ୍ରଦେଶରେ ଜାରି ରହିଛି ଭୋଟ ଗଣନା । ବିଜେପି ଲିଡ୍ କରୁଥିବାବେଳେ ଗୋଟିଏ ଅଙ୍କର ସୀମିତ ରହିଛି କଂଗ୍ରେସ ଏବଂ ବିଏସପି । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଚାଲିଛି ଭୋଟ ଗଣତି । ଜାରି ରହିଥିବା ଟ୍ରେଣ୍ଡିଂରେ ଆଗରେ ରହିଛି ବିଜେପି । ବିଜେପି ୨୬୫ ଆସନରେ ଲିଡ୍ କରୁଥିବାବେଳେ ତା' ପଛକୁ ଅଛି ସମାଜବାଦୀ ପାର୍ଟି । ସପା ୧୨୭ ଆସନରେ ଆଗୁଆ ଅଛି । ହେଲେ ଗୋଟିଏ ଅଙ୍କରେ ସୀମିତ ରହିଯାଇଛନ୍ତି କଂଗ୍ରେସ ଓ ବିଏସପି । ଗତ ନିର୍ବାଚନ ପରି ଏଥର ମଧ୍ୟ ଉତ୍ତରପ୍ରଦେଶରେ ବିଏସପି ଏବଂ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ବର୍ତ୍ତମାନ କଂଗ୍ରେସ ମାତ୍ର ୨ ଆସନରେ ଆଗୁଆ ଥିବାବେଳେ ବିଏସପି ୩ଟି ଆସନରେ ରହିଛି । ଏହି ଦୁଇ ଦଳ ଗୋଟିଏ ଅଙ୍କରୁ ଆଗକୁ ବଢିପାରୁ ନଥିବା ବେଳେ ଭାଜପା ଏବଂ ସପା ମଧ୍ୟରେ ଦେଖିବାକୁ ମିଳୁଛି କଡା ଟକ୍କର ।

ଉତ୍ତରପ୍ରଦେଶରେ ସରକାର ଗଢିବାକୁ ହେଲେ ଯେକୌଣସି ଦଳ ବା ମେଣ୍ଟକୁ ୨୦୨ ଆସନରେ ବହୁମତ ହାସଲ କରିବାକୁ ହେବ । ହେଲେ ବିଏସପି ଏବଂ କଂଗ୍ରେସ ଦଳ ଗୋଟିଏ ଅଙ୍କରେ ହିଁ ସୀମିତ ରହିଯାଇଛନ୍ତି । ଅନ୍ୟପଟେ ମ୍ୟାଜିକ୍ ନମ୍ବର ଠାରୁ ଆବଶ୍ୟକୀୟ ସଂଖ୍ୟା ଅତିକ୍ରମ କରିସାରିଛି ବିଜେପି । ବର୍ତ୍ତମାନ ଟ୍ରେଣ୍ଡକୁ ଲକ୍ଷ୍ୟ କଲେ ଏକଜିଟ୍ ଆକଳନ ସତ ହେଲା ପରି ମନେ ହେଉଛି ।

ପ୍ରକାଶଥାଉ କି, ଆଜି ସକାଳ ୮ଟାରୁ ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟରେ ଭୋଟ ଗଣତି ଜାରି ରହିଛି । ସବୁ ରାଜ୍ୟରେ କଂଗ୍ରେସ ସ୍ଥିତି ଖରାପ ରହିଥିବାର ଦେଖାଯାଉଛି । ଏପରିକି ପଞ୍ଜାବରେ ମଧ୍ୟ ଏଥର କଂଗ୍ରେସ ହାତରୁ ଶାସନ ଡୋର ଖସିଛି । କଂଗ୍ରେସକୁ ଚେକ୍ ଦେଇ ଆଗରେ ରହିଛି ଆମ୍ ଆଦମୀ ପାର୍ଟି । ଏଠାରେ ମୋଟ ୧୧୭ ବିଧାନସଭା ଆସନରୁ ୯୨ ଆସନର ଆପ୍ ଲିଡ୍ କରୁଥିବାବେଳେ ମାତ୍ର ୧୭ଟି ଆସନରେ କଂଗ୍ରେସ ଆଗୁଆ ଅଛି । ଯେଉଁଥିରୁ ସ୍ପଷ୍ଟ ହେଉଛି ଏଥର ପଞ୍ଜାବରେ ସରକାର ଗଢିବ ଆପ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.