ETV Bharat / bharat

ଗୃହରେ ସଞ୍ଜମତା ହରାଇଲେ ଅଖିଳେଶ, କେସବ ପ୍ରସାଦ ମୌର୍ଯ୍ୟଙ୍କୁ କଲେ ଦୁର୍ବ୍ୟବହାର

author img

By

Published : May 25, 2022, 9:52 PM IST

ଗୃହରେ ଚର୍ଚ୍ଚା ବେଳେ ସଞ୍ଚମତା ହରାଇଲେ ଅଖିଳେଶ, କେସବ ପ୍ରସାଦ ମୌର୍ଯ୍ୟଙ୍କୁ କଲେ ଦୁର୍ବ୍ୟବହାର
ଗୃହରେ ଚର୍ଚ୍ଚା ବେଳେ ସଞ୍ଚମତା ହରାଇଲେ ଅଖିଳେଶ, କେସବ ପ୍ରସାଦ ମୌର୍ଯ୍ୟଙ୍କୁ କଲେ ଦୁର୍ବ୍ୟବହାର

ଉତ୍ତର ପ୍ରଦେଶ ବିଧାନସଭାରେ ଅଭାବନୀୟ ଘଟଣା । ଆଲୋଚନା ବେଳେ ମୁହାଁମୁହିଁ ହେଲେ ଉପମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା । ବାକ ସଞ୍ଜମତା ହରାଇଲେ ଅଖିଳେଶ । ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ କଲେ ଦୁର୍ବ୍ୟବହାର । ଅଧିକ ପଢନ୍ତୁ

ଲକ୍ଷ୍ନୌ: ବିଧାନସଭା ଠାରୁ ସଂସଦ ପର୍ଯ୍ୟନ୍ତ, କୌଣସି ବିତର୍କିତ କିମ୍ବା ବିବାଦୀୟ ପ୍ରସଙ୍ଗରେ ପ୍ରଚଣ୍ଡ ତର୍କ, ଆରୋପ କିମ୍ବା ପ୍ରତ୍ୟାରୋପ ହେବା କିଛି ନୂଆ କଥା ନୁହେଁ । କିନ୍ତୁ ସାମ୍ବିଧାନିକ ପରମ୍ପରାର ମର୍ଯ୍ୟଦା ରହିବା ଜରୁରୀ । ସଦନର ସଦସ୍ୟମାନେ ଗୃହରେ ଆପତ୍ତିଜନକ ବା ଅଣସାମ୍ବିଧାନିକ ଭାଷା ଓ ଆଚରଣରୁ ମଧ୍ୟ ନିବୃତ୍ତ ରହିବା ପାଇଁ ବ୍ୟବସ୍ଥା ମଧ୍ୟ ରହିଛି । ତେବେ ଆଜି ଉତ୍ତର ପ୍ରଦେଶ ବିଧାନସଭାରେ ଦେଖିବାକୁ ମିଳିଛି ଠିକ ଏହାର ବିପରୀତ ତଥା ଲଜ୍ଜାଜନକ ଘଟଣା ।

ଗୃହରେ ଚର୍ଚ୍ଚା ବେଳେ ସଞ୍ଜମତା ହରାଇଲେ ଅଖିଳେଶ

ବଜେଟ୍ ଅଧିବେଶନର ତୃତୀୟ ଦିନର ଆଲୋଚନା ବେଳେ ମୁହାଁମୁହିଁ ହୋଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ବିରୋଧୀ ଦଳର ନେତା ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଗତ ଦିନ ମାନଙ୍କରେ ହୋଇଥିବା ବିକାଶ କାର୍ଯ୍ୟ ନେଇ ଏକ ତର୍କ ବେଳେ ମୌର୍ଯ୍ୟଙ୍କ ପ୍ରତିକ୍ରିୟାରେ ଉତ୍ତେଜିତ ହୋଇ ବାକ ସଞ୍ଜମତା ହରାଇଛନ୍ତି ବିରୋଧୀ ଦଳ ନେତା ଅଖିଳେଶ ଯାଦବ ।

ମୋର୍ଯ୍ୟ ଅଖିଳେଶ ସରକାର କଣ ଜମି ବିିକି ରାଜ୍ୟରେ ଭିତ୍ତିଭୂମି କାର୍ଯ୍ୟ କରିଥିଲେ ବୋଲି ବିବୃତ୍ତି ଦେବାରୁ ଅଖିଳେଶ ଉତ୍ତେଜିତ ହୋଇ ‘ତୁମେ କଣ ତୁମ ବାପାଙ୍କ ଟାଙ୍କାରେ ରାଜ୍ୟର ବିକାଶ କାର୍ଯ୍ଯ କରୁଛ କହିବା ସହ ତୁମେ କଣ ତୁମ ଘରୁ ପଇସା ଆଣି ରାଜ୍ୟରେ ରାସନ ବାଣ୍ଟୁଛ ’ ବୋଲି ମଧ୍ୟ କହିବାକୁ ପଛାଇ ନଥିଲେ ଅଖିଳେଶ । କେବଳ ଏତିକି ଅଖିଳେଶ ମୌର୍ଯ୍ୟଙ୍କୁ ଆପଣ ବଦଳରେ ତୁମେ ବୋଲି ସମ୍ବୋଧିତ କରିବା ସହ କ୍ରୋଧିତ ହୋଇ ଦୁର୍ବ୍ୟବହାର ମଧ୍ୟ କରିଥିଲେ ।

ତେବେ ବାଚସ୍ପତିଙ୍କ ହସ୍ତକ୍ଷେପ ସତ୍ତ୍ବେ ମଧ୍ୟ ଘଟଣା ନିୟନ୍ତ୍ରଣ ବାହାରକୁ ଯାଉଥିବା ବେଳେ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏଥିରେ ହସ୍ତକ୍ଷେପ କରିଥିଲେ । ଦୀର୍ଘ ଏକ ଘଣ୍ଟା ଧରି ଗୃହରେ ବିରୋଧୀ ଦଳ ସଦସ୍ୟଙ୍କ ବିବୃତ୍ତି ଶୁଣାଗଲା । କିନ୍ତୁ ସରକାରଙ୍କ ଉପମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ବେଳେ ଏପରି ସ୍ଥିତି ସୃଷ୍ଟି କରିବାକୁ ବିରୋଧ କରିଥିଲେ ଯୋଗୀ । ଜଣେ ଉପ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏପରି ମନ୍ତବ୍ୟ ଉଚିତ ନୁହେଁ ବୋଲି ମଧ୍ୟ ଯୋଗୀ କହିଥିଲେ । ତେବେ ଗୃହ ଭିତରେ ବିରୋଧୀ ଦଳ ନେତାଙ୍କ ଏପରି ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.