ETV Bharat / bharat

ମାଡୁଛି ମହାମାରୀ, ଆଜି କୋରୋନା ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Apr 7, 2023, 9:59 AM IST

ଆଜି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ମାଣ୍ଡଭିୟଙ୍କ ବୈଠକ
union health minister

ପୁଣି ଆତଙ୍କ ଖେଳାଇଛି କୋରୋନା ମହାମାରୀ । ଦିନକୁ ଦିନ ହୁହୁ ହୋଇ ବଢିବାକୁ ଲାଗିିଛି ଦୈନିକ ସଂକ୍ରମଣ । ଏନେଇ ଆଜି କୋରୋନା ସମୀକ୍ଷା ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ପୁଣି କୋରୋନା ସଂକ୍ରମଣ ମାମଲା ବଢିବାରେ ଲାଗିଛି । ଦିନକୁ ଦିନ ହୁହୁ ବଢିବାରେ ଲାଗିଛି ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ ନୂଆ 5 ହଜାରରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଅଚାନକ ପଜିଟିଭ କେସ ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଆଲର୍ଟ ରହିଛି । ଆଜି ସମସ୍ତ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ସମସ୍ତ ରାଜ୍ୟରେ କୋଭିଡ ପ୍ରସ୍ତୁତିର ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।

ଭିଡିଓ କନଫରେନ୍ସି ଜରିଆରେ ବୈଠକ ଅନୁଷ୍ଠିତ ହେବ । ହଠାତ ସଂକ୍ରମଣ ବୃଦ୍ଧି ପାଇଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାର ଆଜି କୋରୋନା ସମୀକ୍ଷା ବୈଠକ ବସିବ । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କୋରୋନା ବୃଦ୍ଧି ନେଇ ବୈଠକ କରିବେ । ବୈଠକରେ ସ୍ବାସ୍ଥ୍ୟ ବିଭାଗ, ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଓ ଏନଟିଏଜିଆଇ ଅଧିକାରୀ ମଧ୍ୟ ସାମିଲ ହେବେ । ରାଜ୍ୟର ସଂକ୍ରମଣ ମାମଲାର ସମୀକ୍ଷା ସହ କଣ କଣ ପଦକ୍ଷେପ ଗ୍ରହଣ କରାଯାଉଛି ଓ କୋରୋନା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ଆଗକୁ କୋରୋନା ବଢିବା ସମ୍ଭାବନା ରହିଛି ତେଣୁ କି କି କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ସେ ନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।

ଏହା ବି ପଢନ୍ତୁ...India Corona: ଦେଶରେ ୫ ହଜାର ଅତିକ୍ରମ କଲା ଦୈନିକ ସଂକ୍ରମଣ

ଏହା ବି ପଢନ୍ତୁ...SSC question paper leak: ଗିରଫର ଦିନକ ପରେ ଜାମିନ ପାଇଲେ ତେଲେଙ୍ଗାନା ବିଜେପି ମୁଖ୍ୟ

ଗତକାଲି (ଗୁରୁବାର) ହସ୍ତଗତ ହୋଇଥିବା କୋରୋନା ରିପୋର୍ଟ ଅନୁସାରେ, 24 ଘଣ୍ଟାରେ 5,335 ନୂଆ କୋଭିଡ ମାମଲା ସାମ୍ନାକୁ ଆସିଥିଲା । ଗତ 7 ମାସରେ ଏହା ସର୍ବାଧିକ ଥିଲା । ଶେଷଥର ପାଇଁ ଗତବର୍ଷ ସେପ୍ଟେମ୍ବରରେ ଏତିକି କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲା । ଜୁଲାଇ ସୁଦ୍ଧା ଦୈନିକ ସଂକ୍ରମଣ ଆହୁରି ବଢିପାରେ । ବର୍ତ୍ତମାନ ଦୈନିକ ପଜିଟିଭ ହାର 3.32% ବଢିଥିବାବେଳେ ସାପ୍ତାହିକ ପଜିଟିଭ ହାର 2.89% ରହିଛି । କୋରୋନା ସଂକ୍ରମଣ ହଠାତ ବଢିବା ପଛରେ ଓମାଇକ୍ରନ ଭାରିଏଣ୍ଟ ଏକ୍ସବିବି.1.16 ରହିଥିବା ଅନୁମାନ କରାଯାଉଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋଭିଡ ସବଭାରିଏଣ୍ଟ ଉପରେ ନଜର ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.