ETV Bharat / bharat

ଚାଷୀ ଆନ୍ଦୋଳନକୁ ହାଇଜାକ କରିନେଇଛନ୍ତି ଅଲଟ୍ରା ଲେଫ୍ଟ ନେତା !

author img

By

Published : Dec 11, 2020, 8:40 PM IST

ଚାଷୀ ଆନ୍ଦୋଳନକୁ ହାଇଜାକ କରିନେଇଛନ୍ତି ଅଲଟ୍ରା ଲେଫ୍ଟ ନେତା !
ଚାଷୀ ଆନ୍ଦୋଳନକୁ ହାଇଜାକ କରିନେଇଛନ୍ତି ଅଲଟ୍ରା ଲେଫ୍ଟ ନେତା !

ଭାରତୀୟ ଗୁଇନ୍ଦା ସୂତ୍ରର ସୂଚନା ଅନୁଯାୟୀ ଚାଷୀ ଆନ୍ଦୋଳନ ସହ ଜଡିତ ଏକ ରିପୋର୍ଟ ସରକାରଙ୍କୁ ପଠାଯାଇଛି । ଗୁଇନ୍ଦା ବିଭାଗର ରିପୋର୍ଟ ଅନୁଯାୟୀ ଅଲଟ୍ରା ଲେଫ୍ଟ ୱିଂ ଓ ପ୍ରୋ ଲେଫ୍ଟର ଅସାମାଜିକ ତତ୍ବ ଚାଷୀ ଆନ୍ଦୋଳକୁ ହାଇଜାକ କରିନେଇଛନ୍ତି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ 16 ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ । ଏହାରି ମଧ୍ୟରେ ଟିକରୀ ସୀମାରେ ଜାରି ପ୍ରଦର୍ଶନରେ ରାଜଦ୍ରୋହ ଅଭିଯୋଗରେ ଗିରଫ ଶରଜୀଲ ଇମାମ, ଉମର ଖାଲିଦ ସମେତ କିଛି ଅଭିଯୁକ୍ତଙ୍କ ପୋଷ୍ଟର ଦେଖିବାକୁ ମିଳିଥିଲା । ଗୋଟିଏ ପକ୍ଷେ କେନ୍ଦ୍ର ସରକାର ଏହା ଉପରେ କଡା ପ୍ରତିକ୍ରିୟା ଦେଇସାରିଥିବା ବେଳେ ଗୁଇନ୍ଦା ସଂସ୍ଥା ମଧ୍ୟ ଆଲର୍ଟ ହୋଇଯାଇଛନ୍ତି ।

ଭାରତୀୟ ଗୁଇନ୍ଦା ସୂତ୍ରର ସୂଚନା ଅନୁଯାୟୀ ଚାଷୀ ଆନ୍ଦୋଳନ ସହ ଜଡିତ ଏକ ରିପୋର୍ଟ ସରକାରଙ୍କୁ ପଠାଯାଇଛି । ଗୁଇନ୍ଦା ବିଭାଗର ରିପୋର୍ଟ ଅନୁଯାୟୀ ଅଲଟ୍ରା ଲେଫ୍ଟ ୱିଂ ଓ ପ୍ରୋ ଲେଫ୍ଟର ଅସାମାଜିକ ତତ୍ବ ଚାଷୀ ଆନ୍ଦୋଳକୁ ହାଇଜାକ କରିନେଇଛନ୍ତି ।

ସୂଚନା ଅନୁଯାୟୀ ବିଶ୍ବସନୀୟ ଗୁଇନ୍ଦା ରିପୋର୍ଟରୁ ଏହା ଜାଣିବାକୁ ମିଳିଛି ଯେ ଅସାମାଜିତ ତତ୍ବ ଚାଷୀଙ୍କୁ ହିଂସା, ଜଳାପୋଡା, ଓ ସାର୍ବଜନୀନ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ପାଇଁ ଉସକାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ।

ତେବେ ଏହା ଉପରେ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିସାରିଛନ୍ତି ଯେ 'ଟୁକଡେ ଟୁକଡେ ଗ୍ୟାଙ୍ଗ୍‌' ଚାଷୀ ଆନ୍ଦୋଳନକୁ ଓଭରଟ୍ୟାକ୍‌ କରିବା ପାଇଁ ପ୍ରୟାସ ଆରମ୍ଭ କରିସାରିଛନ୍ତି । ଏହା ଏକ ଭୟାବହ ପ୍ରୟାସ । ଏଥିପାଇଁ ଆଚୋଚନା ବିଫଳ ହେଉଥିବା ବେଳେ ଏହି ଲୋକମାନେ ଦେଶର ଅଖଣ୍ଡତା ପ୍ରତି ବିପଦ ବୋଲି ରବିଶଙ୍କର ପ୍ରତିକ୍ରିୟା ଦେଇଥିଲେ ।

ସେହିପରି ଟିକରୀ ସୀମାରେ ଶରଜିଲ ଇମାମର ପୋଷ୍ଟର ମାମଲା ଉଠାଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ସେ ଅଭିଯୋଗ କରିଛନ୍ତି ଯେ ଏମଏସପି, ଏମପିସି ଓ ଅନ୍ୟ ସମସ୍ୟା ରହିଛି । ତେବେ ଏହାରି ମଧ୍ୟରେ ଏହି ପୋଷ୍ଟର ଚାଷୀଙ୍କ ସମସ୍ୟା କିପରି ହୋଇଗଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । କୃଷି ସଂଗଠନଗୁଡିକୁ ଏସବୁରୁ ବିରତ ରହିବାର ଆବଶ୍ୟକତା ଥିବା ମନ୍ତ୍ରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.