ETV Bharat / bharat

କୃତ୍ରିମ ବନ୍ୟାରେ ଭାସିଗଲେ ଦୁଇ ଯବାନ, ମୃତଦେହ ଉଦ୍ଧାର

author img

By

Published : Jul 9, 2023, 3:06 PM IST

Soldiers Die Swept Away In Flash Floods
Soldiers Die Swept Away In Flash Floods

ପୁଞ୍ଚ ଜିଲ୍ଲାରେ କୃତ୍ରିମ ବନ୍ୟାରେ ଭାସିଯାଇ ଦୁଇ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା। ଅଧିକ ପଢନ୍ତୁ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ବର୍ଷା ବିତ୍ପାତ । କୃତ୍ରିମ ବନ୍ୟାରେ ଭାସିଯାଇ ଦୁଇ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା । ଶନିବାର ଦିନ ପୁଞ୍ଚ ଜିଲ୍ଲାରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ଦୁଇ ଯବାନ ହେଉଛନ୍ତି ଏନବି କୁଳଦୀପ ସିଂ ଓ ଲେନ୍ସ ନାଏକ ତେଲୁ ରାମ । ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଏନବି ସବ୍ କୁଲଦୀପ ସିଂ ପୁଞ୍ଚର ଏକ ଅଞ୍ଚଳରେ ଡୋମିନେସନ୍ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ସେ ନଦୀ ପାର ହେଉଥିବା ବେଳେ କୃତ୍ରିମ ବନ୍ୟାରେ ଭାସିଯାଇଥିଲେ । ସେହିପରି ତେଲୁରାମ ପୁଞ୍ଚରେ ଡୋମିନେସନ୍ ପାଟ୍ରୋଲିଂ ସମୟରେ ଏକ ପର୍ବତ ପାର ହେଉଥିବା ବେଳେ କୃତ୍ରିମ ବନ୍ୟାରେ ଭାସିଯାଇଥିଲେ । ଶନିବାର ରାତିରେ କୁଳଦୀପ ସିଂଙ୍କ ମୃତଦେହ ଏକ ଝରଣାରୁ ଉଦ୍ଧାର କରାଯାଇଥିବା ବେଳେ ଆଜି ତେଲୁ ରାମଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଭାରତୀୟ ସେନାର 16 କର୍ପସ ଦୁଇ ଯବନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ।

ଏହା ମଧ୍ୟ ପଢନ୍ତୁ-ହିମାଚଳରେ ବର୍ଷା ବିତ୍ପାତ, ଘର ଭୁଶୁଡି ଗୋଟିଏ ପରିବାରର 3 ମୃତ

ଗତ ଶନିବାର ଜମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ହୋଇଥିବା ବେଳେ ଆଜି ମଧ୍ୟ ବର୍ଷା ଲାଗି ରହିଛି । ଦୁଇଟି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହେବା ନେଇ ରେ଼ଡ୍‌ ଆଲର୍ଟ ଜାରି କରାଯାଇଛି । ଜାମ୍ମୁ ଅଞ୍ଚଳର କାଥୁଆ, ଶାମ୍ବା ଏବଂ ଅନ୍ୟାନ୍ୟ ତଳିଆ ଅଞ୍ଚଳ ପାଇଁ ରେଡ୍‌ ଆଲର୍ଟ ଜାରି ହୋଇଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ସତର୍କ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି ବୋଲି ପାଣିପାଗ ବିଭାଗର ମୁଖପାତ୍ର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପାହାଡି ରାଜ୍ୟରେ ବର୍ଷା ବିତ୍ପାତ: ହିମାଚଳରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଓ ବନ୍ୟା ସ୍ଥିତି

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେବାରୁ ଏକ ଘର ଭୁଶୁଡ଼ି ପଡ଼ିଛି । ଫଳରେ ଗୋଟିଏ ପରିବାରର 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଆହତ ହୋଇଛନ୍ତି । ଶିମଲାର କୋଟଗଡ଼ରେ ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିଛି । ହିମାଚଳ ପ୍ରଦେଶର କିଛି ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଶନିବାର ଗ୍ରାମ୍ଫୁ ଗ୍ରାମ ଏବଂ ଛୋଟ ଧରାରେ ବର୍ଷା ଯୋଗୁଁ କୃତ୍ରିମ ବନ୍ୟା ସୃଷ୍ଟି ହେବା ସହ ଭୂସ୍ଖଳନ ହୋଇଥିଲା । ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.