ETV Bharat / bharat

ପାହାଡି ରାଜ୍ୟରେ ବର୍ଷା ବିତ୍ପାତ: ହିମାଚଳରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଓ ବନ୍ୟା ସ୍ଥିତି

author img

By

Published : Jun 25, 2023, 6:10 PM IST

ଗତକାଲି ଠାରୁ ପ୍ରବଳ ବର୍ଷାରେ ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି । ମାଣ୍ଡିରେ 24 ଘଣ୍ଟାରେ ସର୍ବାଧିକ 64.4 ମିଲିମିଟର । କିଛି ସ୍ଥାନରେ ଭୂସ୍ଖଳନ ସୂଚନା । 24 ଘଣ୍ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗର ନିର୍ଦ୍ଦେଶ । ଅଧିକ ପଢନ୍ତୁ

Himachal Pradesh: ପ୍ରବଳ ବର୍ଷା ଜାରି, ରାଜ୍ୟରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଓ ବନ୍ୟା ସ୍ଥିତି
Himachal Pradesh: ପ୍ରବଳ ବର୍ଷା ଜାରି, ରାଜ୍ୟରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଓ ବନ୍ୟା ସ୍ଥିତି

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଜାରି

ଶିମଲା: ହିମାଚଳ ପ୍ରଦେଶରେ ଗତ 24 ଘଣ୍ଟା ଧରି ଲଗାତାର ବର୍ଷାରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଓ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ରାଜଧାନୀ ଶିମଲା ସମେତ ଚାମ୍ବା, କାଙ୍ଗ୍ରା, କୁଲୁ, ମାଣ୍ଡି ପରି ଏକାଧିକ ସ୍ଥାନରେ ଏବେ ଗତକାଲି ଠାରୁ ପ୍ରବଳ ବର୍ଷା ଜାରି ରହିଛି । ସର୍ବାଧିକ ପ୍ରଭାବିତ ହୋଇଛି ମାଣ୍ଡି ଜିଲ୍ଲା । ଏଠାରେ ଏପର୍ଯ୍ୟନ୍ତ 64.4 ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି । ଜିଲ୍ଲାର ଜାନଜେଲିରେ ପ୍ରବଳ ବର୍ଷାଜଳର ସ୍ରୋତରେ ରାସ୍ତା ଧୋଇଯିବା ସହ ଏକାଧିକ ଗାଡି ମଧ୍ୟ ଭାସି ଯାଇଥିବା ଜଣାପଡିଛି । ମୃତାହତ ନେଇ କିଛି ସୂଚନା ମିଳିିନି ।

  • IMD Himachal Pradesh issues flash flood risk warning for 24 hours until 1:00 pm on June 26. Moderate to high risk is expected over a few watersheds and neighbourhoods of Chamba, Kangra, Kullu, Shimla, Sirmaur, and Mandi districts in Himachal Pradesh. Surface runoff and inundation… pic.twitter.com/Pj53HaMaEA

    — ANI (@ANI) June 25, 2023 " class="align-text-top noRightClick twitterSection" data=" ">

ଗତକାଲି(ଶନିବାର) ରାତି ଠାରୁ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । କିଛି ସ୍ଥାନରେ ଭୂସ୍ଖଳନ ହୋଇଥିବା ସୂଚନା ଆସିଛି । ରାଜଧାନୀ ଶିମଲା ଓ ରାମପୁର ସହସିଲ ଅଞ୍ଚଳରେ ବାଦଲଫଟା ବର୍ଷା ହୋଇଛି । କିଛି ସ୍ଥାନରେ ବର୍ଷା ଜଳ ସ୍ରୋତରେ ରାସ୍ତା ଧୋଇଯିବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ ମାଣ୍ଡିରେ ସର୍ବାଧିକ 64.4 ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି । ସ୍ଥିତିକୁ ଦେଖି ରାଜ୍ୟ ସରକାର ମଧ୍ୟ ସତର୍କ ସୂଚନା ଜାରି କରିଛନ୍ତି । ବର୍ଷା ନକମିବା ପର୍ଯ୍ୟନ୍ତ ଘରୁ ନବାହାରିବା ସହ ସୁରକ୍ଷିତ ସ୍ଥାନରେ ରହିବା ଓ ପାଣିପାଗ ସୂଚନା ଅନୁସରଣ କରିବା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତାକାଲି (ଜୁନ୍ 26) ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ । ଆସନ୍ତାକାଲି ଅପରାହ୍ନ 1ଟା ପର୍ଯ୍ୟନ୍ତ ରାଜ୍ୟରେ 24 ଘଣ୍ଟିଆ ବର୍ଷାଜନିତ ବନ୍ୟା ଚେତାବନୀ ଜାରି କରାଯାଇଛି । ପ୍ରବଳ ବର୍ଷା ଫଳରେ କିଛି ସ୍ଥାନରେ ବନ୍ୟା ଓ ଭୂସ୍ଖଳନ ଆଶଙ୍କା ଥିବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ଆଇଏମଡି କହିଛି । ବିଶେଷ ଭାବେ ଚାମ୍ବା, କାଙ୍ଗ୍ରା, କୁଲୁ ଓ ରାଜଧାନୀ ଶିମଲାରେ ବର୍ଷାର ପରିମାଣ ଅପେକ୍ଷାକୃତ ଅଧିକ ରହିବା ନେଇ ପାଣିପାଗ ବିଭାଗ କହିଛି ।

ଅନ୍ୟପଟେ ଗତକାଲି ଠାରୁ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିରେ ସ୍ଥାନୀୟ ପ୍ରଶାସନ ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ଥାନରେ କେବଳ ରାସ୍ତାଘାଟ ଓ ଗାଡି ମୋଟର ଭାସିଯିବାର ଖବର ସାମ୍ନାକୁ ଆସିଛି । କେହି ମୃତାହତ ହୋଇଥିବା ଖବର ମିଳିନି । ଯୋଗାଯୋଗକୁ ପୁନଃ କ୍ରିୟାଶୀଳ କରିବା ପାଇଁ ପ୍ରଶାସନ ରେସ୍କ୍ୟୁ ଟିମ ନିୟୋଜନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.