ETV Bharat / bharat

ବିଷାକ୍ତ ଖାଦ୍ୟ ଖାଇ 28 ଛାତ୍ରୀ ଗୁରୁତର

author img

By

Published : Apr 3, 2022, 2:17 PM IST

ବିଷାକ୍ତ ଖାଦ୍ୟ ଖାଇ ୨୮ ଛାତ୍ରୀ ଗୁରୁତର । ଗୁରୁତର ଛାତ୍ରୀଙ୍କୁ ନିକଟସ୍ଥ ସିଏଚସି ଦାତଗଞ୍ଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ପଢ଼ନ୍ତୁ

ବିଶାକ୍ତ ଖାଦ୍ୟ ଖାଇ ଅଠେଇଶି ଶିଶୁ ଗୁରୁତର
ବିଶାକ୍ତ ଖାଦ୍ୟ ଖାଇ ଅଠେଇଶି ଶିଶୁ ଗୁରୁତର

ବଦାୟୁଁ: ବିଷାକ୍ତ ଖାଦ୍ୟ ଖାଇ ୨୮ ଛାତ୍ରୀ ଗୁରୁତର । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶ ବଦାୟୁଁ ସମର ବ୍ଲକସ୍ଥିତ ରାଜକୀୟ ଆଶ୍ରମର ପଦ୍ଧତି ବିଦ୍ୟାଳୟରେ । ସମସ୍ତ ଗୁରୁତର ଶିଶୁଙ୍କୁ ସ୍ଥାନୀୟ ସିଏଚସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ହସ୍ପିଟାଲରେ ବେଡ୍ ସଂଖ୍ୟା କମ ଥିବାରୁ ୮ ଜଣଙ୍କୁ ନିକଟସ୍ଥ ସିଏଚସି ଦାତଗଞ୍ଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତ ଶିଶୁଙ୍କ ଅବସ୍ଥା ସ୍ଥିର ରହିଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି ।

ବିଷାକ୍ତ ଖାଦ୍ୟ ଖାଇ 28 ଛାତ୍ରୀ ଗୁରୁତର

ସୂଚନାନୁସାରେ ସମର ବ୍ଲକରେ ଥିବା ଜୟପ୍ରକାଶ ନାରାୟଣ ବିଦ୍ୟାଳୟର ପିଲାମାନେ ହଷ୍ଟେଲରେ ରନ୍ଧା ହୋଇଥିବା ଲାଉ ତରକାରୀ ଖାଇଥିଲେ । ଆଉ ଖାଇବାର କିଛି ସମୟ ପରେ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା । ଖାଉଥିବା ସମୟରେ କିଛି ପିଲାଙ୍କର ମୁଣ୍ଡ ବୁଲାଇବା ଆରମ୍ଭ ହୋଇଥିଲା । ଏହାପରେ ୨୮ଜଣ ପିଲା ସାଙ୍ଗେସାଙ୍ଗେ ଅସୁସ୍ଥ ହୋଇପଡ଼ିଥିଲେ । ଏନେଇ ହଷ୍ଟେଲ କର୍ତ୍ତୃପକ୍ଷ ତୁରନ୍ତ ଖାଦ୍ୟ ଗୁଡ଼ିକୁ ଫିଙ୍ଗିବା ସହ ଅସୁସ୍ଥ ପିଲାଙ୍କୁ ସିଏଚସି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଶଯ୍ୟା ସଂଖ୍ୟା କମ ଥିବାରୁ କିଛି ଅସୁସ୍ଥ ପିଲାଙ୍କୁ ଦାତଗଞ୍ଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.