ETV Bharat / bharat

Tripura Assembly Elections: ବିପ୍ଲବଙ୍କୁ ଟିକେଟ ଦେଲାନି ବିଜେପି, ତାଙ୍କ ଆସନରୁ ଲଢିବେ ରାଜ୍ୟ ସଭାପତି

author img

By

Published : Jan 28, 2023, 5:26 PM IST

Tripura Assembly Elections
Tripura Assembly Elections

ବିପ୍ଲବ ଦେବଙ୍କ ବିଧାନସଭା ଆସନ ବନମାଳୀପୁରରୁ ବିଜେପି ରାଜ୍ୟ ସଭାପତି ରାଜୀବ ଭଟ୍ଟାଚାର୍ଯ୍ୟଙ୍କୁ ଟିକେଟ ଦେଇଛି । ମୁଖ୍ୟମନ୍ତ୍ରୀ ମାଣିକ ଶାହା ନିଜ ଆସନ ଟାଉନ ବାର୍ଡୋୱାଲୀ ଆସନରୁ ଲଢିବେ । ଏତତ ବ୍ୟତୀତ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସାମାଜିକ ନ୍ୟାୟ ସଶକ୍ତକରଣ ରାଷ୍ଚ୍ରମନ୍ତ୍ରୀ ଥିବା ତଥା ପଶ୍ଚିମ ତ୍ରିୁପୁରା ଲୋକସଭା ସାଂସଦ ପ୍ରତୀମା ଭୌମିକଙ୍କୁ ଦଳ ଧନପୁର ବିଧାନସଭା ଆସନରୁ ଟିକେଟ ଦେଇଛି । ଅଧିକ ପଢନ୍ତୁ

ଅଗରତାଲା: ବିପ୍ଲବଙ୍କ ବିନା ଲଢିବ ବିଜେପି । କ୍ଷମତା ବଜାୟ ରହିଲେ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ଡା. ମାଣିକ ଶାହା । ବିପ୍ଲବ ଦେବ ଜାତୀୟ ରାଜନୀତି ଉପରେ ଧ୍ୟାନ ଦେବେ । ତ୍ରିପୁରା ପରିବର୍ତ୍ତେ ଜାତୀୟ ରାଜନୀତିରେ ଅଧିକ ଫୋକସ କରିବାକୁ ବିପ୍ଲବଙ୍କୁ ବିଜେପି ନେତୃତ୍ବ ପରାମର୍ଶ ଦେଇଛନ୍ତି । ଯେଉଁଥିପାଇଁ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ଘୋଷଣା କରିଥିବା 48 ଜଣିଆ ତାଲିକାରେ ବିପ୍ଲବ ଦେବଙ୍କ ନା ନାହିଁ । ଯଦିଓ ନିର୍ବାଚନରେ ବିପ୍ଲବ ଦେବଙ୍କୁ ଦଳ ବଡ ଦାୟିତ୍ବ ଦେଇଛି । କିନ୍ତୁ ବିପ୍ଲବ ବିଧାନସଭା ନିର୍ବାଚନ ଲଢିବେ ନାହିଁ ।

60 ଆସନ ବିଶିଷ୍ଟି ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ପ୍ରଥମ ପର୍ଯ୍ୟାୟରେ 48 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତାଲିକାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଡା. ମାଣିକ ଶାହାଙ୍କ ସମେତ କେନ୍ଦ୍ରମନ୍ତ୍ରୀ ପ୍ରତୀମ ଭୌମିକ ଓ ରାଜ୍ୟ ସଭାପତି ପ୍ରମୁଖ ଅଛନ୍ତି । କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ବିପ୍ଲବ ଦେବଙ୍କ ନାଁ ନାହିଁ ।

ଏହାବି ପଢନ୍ତୁ- Tripura Assembly Election: ପାର୍ଥୀ ଘୋଷଣା କଲେ ବିଜେପି ଓ କଂଗ୍ରେସ

ବିପ୍ଲବ ଦେବଙ୍କ ବିଧାନସଭା ଆସନ ବନମାଳୀପୁରରୁ ବିଜେପି ରାଜ୍ୟ ସଭାପତି ରାଜୀବ ଭଟ୍ଟାଚାର୍ଯ୍ୟଙ୍କୁ ଟିକେଟ ଦେଇଛି । ମୁଖ୍ୟମନ୍ତ୍ରୀ ମାଣିକ ଶାହା ନିଜ ଆସନ ଟାଉନ ବାର୍ଡୋୱାଲୀ ଆସନରୁ ଲଢିବେ । ଏତତ ବ୍ୟତୀତ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସାମାଜିକ ନ୍ୟାୟ ସଶକ୍ତକରଣ ରାଷ୍ଟ୍ରମନ୍ତ୍ରୀ ଥିବା ତଥା ପଶ୍ଚିମ ତ୍ରିୁପୁରା ଲୋକସଭା ସାଂସଦ ପ୍ରତୀମା ଭୌମିକଙ୍କୁ ଦଳ ଧନପୁର ବିଧାନସଭା ଆସନରୁ ଟିକେଟ ଦେଇଛି । ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେପି କାହିଁକି ବିଧାନସଭା ମୈଦାନକୁ ଓହ୍ଲାଇଲା ତାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ।

ବିଜେପି ଆଜି ମୋଟ 60 ଆସନରୁ 48 ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଯେଉଁଥିରେ 2 ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରାର୍ଥୀ ମଧ୍ୟ ଅଛନ୍ତି । ଅବଶିଷ୍ଟ 12 ଟି ଆସନ ପାଇଁ ଦଳ ପର୍ଯ୍ୟାୟକ୍ରମେ ଟିକେଟ ଦେବ । କିନ୍ତୁ ଏହା ସ୍ପଷ୍ଟଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ବିଧାନସଭା ନିର୍ବାଚନ ଲଢୁନାହାଁନ୍ତି । ଯେଉଁଥି ପାଇଁ ତାଙ୍କର ଆସନରେ ଦଳ ରାଜ୍ୟ ସଭାପତି ଥିବା ରାଜୀବ ଭଟ୍ଟାଚାର୍ଯ୍ୟଙ୍କୁ ଟିକେଟ ଦେଇଛି ।

ଜଣେ ଉଚ୍ଚ ଶିକ୍ଷିତ ରାଜନେତା ହେଉଛନ୍ତି ବିପ୍ଲବ ଦେବ । ତ୍ରିପୁରା ବିଶ୍ବବିଦ୍ୟାଳୟରୁ ଶିକ୍ଷା ଶେଷ ପରେ ବିପ୍ଲବ ଉଚ୍ଚଶିକ୍ଷା ପାଇଁ ନୂଆଦିଲ୍ଲୀ ଆସିଥିଲେ । ପରେ ନୂଆଦିଲ୍ଲୀରେ ଉଚ୍ଚଶିକ୍ଷା ଶେଷ କରି ରାଷ୍ଚ୍ରୀୟ ସ୍ବୟଂ ସେବକ ସଂଘ ସହ ଜଡିତ ହୋଇଥିଲେ । ଏହାସହ ସଂଘର ପ୍ରଚାରକ ଭାବେ କାମ କରିଥିଲେ । 15 ବର୍ଷ ଦିଲ୍ଲୀରେ ରହିବା ପରେ 2015 ରେ ବିଜେପି ତାଙ୍କୁ ତ୍ରିପୁରା ଯାଇ ସଂଗଠନ କାମ କରିବାକୁ ପରାମର୍ଶ ଦେଇଥିଲା । କାରଣ ସେତେବେଳେ ତ୍ରିପୁରାରେ 25 ବର୍ଷ ଧରି କମ୍ୟୁନିଷ୍ଟ ଶାସନ ଚାଲିଥିବା ବେଳେ ମାଣିକ ସରକାର ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ରହିଥିଲେ । ଉତ୍ତରପୂର୍ବର ଏହି ପାହାଡି ରାଜ୍ୟରେ କୌଣସି ମତେ ପଦ୍ମ ଫୁଟାଇବା ପାଇଁ ସେତେବେଳର ବିଜେପି ସଭାପତି ଅମିତ ଶାହ ପ୍ରସ୍ତୁତି ଆରମ୍ଭ କରିଥିଲେ ।

ଏହାବି ପଢନ୍ତୁ- ଲଢୁଆ ବିମାନ ସୁଖୋଇ-ମିରାଜ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ

ଏଥିପାଇଁ ଜଣେ ଦକ୍ଷ ଶିକ୍ଷିତ ନେତାଙ୍କ ସନ୍ଧାନରେ ଥିଲେ ଶାହ । ସଂଘର ପ୍ରଚାରକ ଥିବା ବିପ୍ଲବ ଦେବଙ୍କୁ ତୁରନ୍ତ ସଂଘ କାର୍ଯ୍ୟରୁ ମୁକ୍ତ କରି ବିଜେପି ତାଙ୍କୁ ତ୍ରିପୁରା ପଠାଇଥିଲା । ତାଙ୍କ ସହ ବିଜେପିର ବରିଷ୍ଠ ନେତା ସୁନୀଲ ଦେଓଧରଙ୍କୁ ମଧ୍ୟ ବିଜେପି ତ୍ରିପୁରା ପଠାଇଥିଲା । 7 ଜାନୁୟାରୀ 2016 ରେ ବିଜେପି ବିପ୍ଲବ ଦେବଙ୍କୁ ରାଜ୍ୟ ସଭାପତି କରିଥିଲା । ଏଥିସହ ପୁରା ତ୍ରିପୁରାରେ ସଂଗଠନର ବିସ୍ତାର ପାଇଁ ବିପ୍ଲବଙ୍କୁ ପରାମର୍ଶ ଦେଇଥିଲା । ବିପ୍ଲବ ମଧ୍ୟ 15 ବର୍ଷ ପରେ ନିଜ ରାଜ୍ୟକୁ ଫେରି କିଛି କରିବାକୁ ସ୍ବପ୍ନ ଦେଖିବା ଆରମ୍ଭ କରିଥିଲେ । 2 ବର୍ଷର କଠୋର ପରିଶ୍ରମ ପରେ 2018 ବିଧାନସଭା ନିର୍ବାଚନରେ ତ୍ରିପୁରାର କୋଣ ଅନୁକୋଣରେ ପଦ୍ମ ଫୁଟାଇବାରେ ସଫଳ ହେଲେ । ଯଦିଓ ନିର୍ବାଚନ ପ୍ରଚାର ଓ ପରିଚାଳନା ଦାୟିତ୍ବ କେନ୍ଦ୍ରୀୟ ବିଜେପି ନେଇଥିଲା, କିନ୍ତୁ ବିପ୍ଲବ ଦେବ ଙ୍କ ନେତୃତ୍ବରେ ବିଜେପି ନିର୍ବାଚନ ଲଢିଥିଲା । ଏହି ପାହାଡି ରାଜ୍ୟରେ ପ୍ରଥମଥର ବିଜେପି କ୍ଷମତା ହାସଲ କରିବା ପରେ ମୋଦି ଶାହା ଯୋଡି ନିର୍ଦ୍ବନ୍ଦରେ ବିପ୍ଲବଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ । କିନ୍ତୁ ଗତବର୍ଷ ମେ’ ମାସରେ ବିପ୍ଲବଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ସ୍ଥାନରେ ତ୍ରିପୁରା ରାଜପରିବାର ସଦସ୍ୟ ତଥା ଡା. ମାଣିକ ଶାହାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିଥିଲା । କିନ୍ତୁ ବିପ୍ଲବଙ୍କ ଅବଦାନ, ଦଳପ୍ରତି ନିଷ୍ଠା ଓ ଦକ୍ଷ ନେତୃତ୍ବକୁ ସମ୍ମାନ ଦେଇ ବିଜେପି ତାଙ୍କୁ ରାଜ୍ୟସଭା ପଠାଇଥିଲା ବର୍ତ୍ତମାନ ବିପ୍ଲବ ରାଜ୍ୟସଭା ସାଂସଦ ସମେତ ନଡ୍ଡାଙ୍କ ଟିମରେ ସ୍ଥାନ ପାଇଛନ୍ତି । ଏତତ ବ୍ଯତୀତ ହରିୟାଣା ବିଜେପି ପ୍ରଭାରୀ ଦାୟିତ୍ବରେ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.