ETV Bharat / bharat

Tripura Assembly Election: ପାର୍ଥୀ ଘୋଷଣା କଲେ ବିଜେପି ଓ କଂଗ୍ରେସ

author img

By

Published : Jan 28, 2023, 12:40 PM IST

Updated : Jan 28, 2023, 12:57 PM IST

Tripura Assembly Election
Tripura Assembly Election

ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେପି ଓ କଂଗ୍ରେସ । ଟାଉନ ବୋର୍ଡୋୱାଲି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମାଣିକ ଶାହା । ଅଧିକ ପଢନ୍ତୁ

ଅଗରତାଲା: ଫେବୃଆରୀ ୧୬ରେ ତ୍ରିପୁରା ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ପ୍ରାର୍ଥୀ ଘୋଷଣା କଲା ବିଜେପି । ମୋଟ ୬୦ଟି ବିଧାନସଭା ଆସନ ମଧ୍ୟରୁ ୪୮ଟି ଆସନରେ ଲଢେଇ ପାଇଁ ବିଜେପି ପାର୍ଥୀ ଘୋଷଣା କରିଛି । ଆଉ ୧୨ଟି ଆସନରେ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରାଯିବ । ଚଳିତ ବିଧାନସଭା ନିର୍ବାଚନରେ ଟାଉନ ବୋର୍ଡୋୱାଲି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମାଣିକ ଶାହା ।

ସେହିପରି ଧାନପୁରରୁ କେନ୍ଦ୍ରମନ୍ତ୍ରୀ ପ୍ରତୀମା ଭୂମିକା ପ୍ରାର୍ଥୀ ହୋଇଛନ୍ତି । ଏମଡି ମୋବୋସହର ଅଲ୍ଲି କୈଲାଶହର ଓ ବନମାଳିପୁରରୁ ରାଜ୍ୟ ବିଜେପି ମୁଖ୍ୟ ରାଜୀବ ଭଟ୍ଟାଚାର୍ଜୀ ପ୍ରତିଦ୍ୱନ୍ଦ୍ୱିତା କରିବେ । ଅନ୍ୟପେଟ କଂଗ୍ରେସ ମଧ୍ୟ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ପାର୍ଥୀ ଘୋଷଣା କରିଛି । ୧୭ଜଣ ପାର୍ଥୀଙ୍କ ନାମ କଂଗ୍ରେସ ଘୋଷଣା କରିଥିବା ବେଳେ ଅଗରତାଲାରୁ ସୁଦୀପ ରାୟ ବର୍ମନ ପାର୍ଥୀ ହୋଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-ଲଢୁଆ ବିମାନ ସୁଖୋଇ-ମିରାଜ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ

ଜାନୁଆରୀ ୧୮ ତାରିଖରେ ଉତ୍ତର-ପୂର୍ବ ୩ଟି ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଥିଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନ ୧୬ ଫେବୃଆରୀରେ ହେବ । ଏଥିପାଇଁ ୨୧ ଜାନୁଆରୀରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆସନ୍ତା ଜାନୁଆରୀ ୩୦ରେ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ଜାନୁଆରୀ ୩୧ରେ ନାମାଙ୍କାନ ଯାଞ୍ଚ ହେବ । ଫେବୃଆରୀ ୨ରେ ନାମାଙ୍କନ ପତ୍ର ପ୍ରତ୍ୟାହାର ହେବ ।

ତେବେ ତ୍ରିପୁରା ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଏକାକି ଲଢିବା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଥିଲେ । ଦଳ ରାଜ୍ୟର ସମସ୍ତ ୬୦ ଆସନରେ ଦଳୀୟ ପ୍ରାର୍ଥୀ ଦେବ । ଦଳର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଥିଲେ ତ୍ରିପୁରା TMC ପର୍ଯ୍ୟବେକ୍ଷକ ରାଜୀବ ବାନାର୍ଜୀ ।

ଏହା ମଧ୍ୟ ପଢନ୍ତୁ-ରାଜସ୍ଥାନରେ ବାୟୁସେନାର ମିଗ୍‌ ବିମାନ ଦୁର୍ଘଟଣାଗ୍ରସ୍ତ, କାରଣ ଅସ୍ପଷ୍ଟ

ସେହିପରି ଫେବୃଆରୀ ୨୭ରେ ମେଘାଳୟ ଓ ନାଗଲାଣ୍ଡ ବିଧାନସଭା ନିର୍ବାଚନ ହେବ । ମେଘାଳୟ ଓ ନାଗଲାଣ୍ଡରେ ମଧ୍ୟ ୬୦ଟି ଲେଖାଏଁ ବିଧାନସଭା ଆସନ ରହିଛି । ତିନି ରାଜ୍ୟର ନିର୍ବାଚନ ଫଳାଫଳ ମାର୍ଚ ୨ ତାରିଖରେ ଆସିବ । ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର ଶାସନ କ୍ଷମତାରେ ରହିଛି । ନାଗାଲାଣ୍ଡ ଓ ମେଘାଳୟରେ ବିଜେପି ମେଣ୍ଟ ସରକାର ଅଶୀଂଦାର ରହିଛି ।

Last Updated :Jan 28, 2023, 12:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.