ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jul 17, 2022, 9:01 AM IST

TOP NEWS@9AM
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ @9AM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

1. NEET 2022: ରାଜ୍ୟର ୨୪ଟି ସହରରେ ହେବ ପରୀକ୍ଷା

୨୦୨୨ ଶିକ୍ଷାବର୍ଷର ମେଡିକାଲ ତଥା MBBS ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ୫ଟାରେ ଶେଷ ହେବ ନିଟ୍ ପରୀକ୍ଷା । ଚଳିତ ବର୍ଷ ପରୀକ୍ଷା ଦେବେ ୧୮ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ।

2. ମଣିପୁରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୮

ମଣିପୁରରେ ଭୂମିକମ୍ପ ଝଟକା । ଶନିବାର ରାତିରେ ୪.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି ।

3. NIRF Rankings 2022: 88 ରାଙ୍କରେ ଉତ୍କଳ ବିଶ୍ବବିଦ୍ୟାଳୟ, ପ୍ରତିକ୍ରିୟା ରଖିଲେ କୁଳପତି

NIRF ତାଲିକାରେ ଶ୍ରେଷ୍ଠ ୧୦୦ ବିଶ୍ବବିଦ୍ୟାଳୟ ବର୍ଗରେ ୮୮ ତମ ସ୍ଥାନରେ ରହିଛି ଉତ୍କଳ ବିଶ୍ବବିଦ୍ୟାଳୟ । ଏହାକୁ ନେଇ ପ୍ରତିକ୍ରିୟା ରଖିଲେ ବିଶ୍ଵବିଦ୍ୟାଳୟର କୁଳପତି ।

4. ବିଲଡର କୃଷ୍ଣଚନ୍ଦ୍ର ହତ୍ୟାକାଣ୍ଡ ଘଟଣା, ୪ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ବହୁ ଚର୍ଚ୍ଚିତ ନୟାପଲ୍ଲୀ ବିଲଡର ହତ୍ୟାକାଣ୍ଡ । କଳିଙ୍ଗ ପୁତ୍ର ବିଲଡର କୃଷ୍ଣଚନ୍ଦ୍ର ନାଏକ ହତ୍ୟାକାଣ୍ଡ ଘଟଣାରେ ଦଣ୍ଡ ବିଧାନ ହୋଇଛି । ଗୁଳି କରି ହତ୍ୟା କରି ଥିବା ୪ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ ।

5. କଏଦୀ ଶିଖିବେ କମ୍ପୁଟର ଓ ନର୍ସି ଟ୍ରେନିଂ, ଗଠନ ହେଲା ପ୍ରିଜନ ଡେଭଲପମେଣ୍ଟ ବୋର୍ଡ

ରାଜ୍ୟ କଏଦୀ ଓ କାରଗାର ବିଭାଗରେ ହେବ ବୈପ୍ଲବିକ ପରିବର୍ତ୍ତନ । ଗଠନ ହେଲା ପ୍ରିଜନ ଡେଭଲପମେଣ୍ଟ ବୋର୍ଡ୍ (Prison Development Board)।

6. ଜାଲରେ ପଡୁଛି ଟନ୍‌ ଟନ୍‌ ଇଲିସି, ଦାମ୍‌ ଆକାଶଛୁଆଁ

ଭଦ୍ରକ ଜିଲ୍ଲାର ଧାମରାରେ ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ଇଲିସି । ହେଲେ ଦରଦାମ ହେତୁ ହାତ ମାରି ହେଉନି । କିଲୋ ପିଛା 15 ଶହରୁ 2 ହଜାର ଟଙ୍କାରେ ବିକ୍ରି ହେଉଛି ଇଲିସି ।

7. ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି

ୟୁକ୍ରେନ ଫେରନ୍ତା ଛାତ୍ର ଛାତ୍ରୀ ମାନଙ୍କର ସୁବିଧା ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି । ୟୁକ୍ରେନ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ୟୁକ୍ରେନର ବିଭିନ୍ନ ମେଡିକାଲ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ପାଠପଢା ପ୍ରଭାବିତ ହୋଇଥିଲା ।

8. ଛତିଶଗଡ ପଞ୍ଚାୟତିରାଜ ମନ୍ତ୍ରୀପଦରୁ ଇସ୍ତଫା ଦେଲେ TS Singh Deo

ଇସ୍ତଫା ଦେଲେ ଛତିଶଗଡ ପଞ୍ଚାୟତିରାଜ ମନ୍ତ୍ରୀ ଟି.ଏସ୍ ସିଂ ଦେଓ । ଅନ୍ୟ 4 ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ଜାରି ରଖିବା ନେଇ କଲେ ସ୍ପଷ୍ଟ । ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହିତ ମତାନ୍ତର ଥିବା ଚର୍ଚ୍ଚା ।

9. ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପ ଆରମ୍ଭ, ୫ ଦିନ ଧରି ଚାଲିବ ଟୁର୍ଣ୍ଣାମେଣ୍ଟ

ଶନିବାରଠୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ 48 ତମ ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୩ ନୂଆ ମିଟ ରେକର୍ଡ ପ୍ରତିଷ୍ଠା ହୋଇଛି ।

10. କୋଚ୍‌ ପଦ ଛାଡିଲେ ୱାସିମ ଜାଫର, ଶ୍ରୀକାନ୍ତ ନୂଆ କୋଚ

ଓଡ଼ିଶା କ୍ରିକେଟର ମୁଖ୍ୟ କୋଚ ପଦରୁ ଓ୍ବାସିମ ଜାଫର ଇସ୍ତଫା ଦେଇଛନ୍ତି । ଶନିବାର ଓ୍ବାସିମଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛି ଓସିଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.