ETV Bharat / bharat

ଛତିଶଗଡ ପଞ୍ଚାୟତିରାଜ ମନ୍ତ୍ରୀପଦରୁ ଇସ୍ତଫା ଦେଲେ TS Singh Deo

author img

By

Published : Jul 16, 2022, 10:57 PM IST

ଇସ୍ତଫା ଦେଲେ ଛତିଶଗଡ ପଞ୍ଚାୟତିରାଜ ମନ୍ତ୍ରୀ ଟି.ଏସ୍ ସିଂ ଦେଓ । ଅନ୍ୟ 4 ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ଜାରି ରଖିବା ନେଇ କଲେ ସ୍ପଷ୍ଟ । ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହିତ ମତାନ୍ତର ଥିବା ଚର୍ଚ୍ଚା । ଅଧିକ ପଢନ୍ତୁ

ଛତିଶଗଡ ପଞ୍ଚାୟତ ମନ୍ତ୍ରୀପଦରୁ ଇସ୍ତଫା ଦେଲେ ଟି.ଏସ ସିଙ୍ଗଦେଓ
ଛତିଶଗଡ ପଞ୍ଚାୟତ ମନ୍ତ୍ରୀପଦରୁ ଇସ୍ତଫା ଦେଲେ ଟି.ଏସ ସିଙ୍ଗଦେଓ

ରାୟପୁର: ଛତିଶଗଡ ପଞ୍ଚାୟତିରାଜ ମନ୍ତ୍ରୀ ଟି.ଏସ୍ ସିଂ ଦେଓ ଆଜି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଗତ କିଛି ଦିନ ଧରି ତାଙ୍କର ଓ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ମଧ୍ୟରେ ମତାନ୍ତର ଲାଗି ରହିଥିବା ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ତେବେ ସେ ଆଜି (ଶନିବାର) ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । ତେବେ ସେ ଅନ୍ୟ 4 ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ଜାରି ରଖିବା ନେଇ ସ୍ପଷ୍ଟ କରିଛନ୍ତି ।

ତେବେ ସିଂଦେଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଡାକ୍ତରୀ ଶିକ୍ଷା, 20 ପଏଣ୍ଟ ଇମ୍ପ୍ଲିମେଟେସନ ଏବଂ ଦ୍ରବ୍ୟ ଓ ସେବା କର (GST) ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ ଜାରି ରଖିବେ । ତେବେ ବର୍ତ୍ତମାନ ତାଙ୍କ ଇସ୍ତଫା ନେଇ କୌଣସି ନିର୍ଦ୍ଦିଷ୍ଟ କାରଣ ସ୍ପଷ୍ଟ ହୋଇନଥିବା ବେଳେ, ମୁଖ୍ୟମନ୍ତ୍ରୀ ବଘେଲ ଓ ତାଙ୍କ ମଧ୍ୟରେ ପୂର୍ବରୁ ଜାରି ରହିଥିବା ବିବାଦକୁ କାରଣ ବୋଲି କୁହାଯାଉଛି ।

ତେବେ ନିଜ ଇସ୍ତଫା ସମ୍ପର୍କରେ ସେ 4 ପୃଷ୍ଟା ବିଶିଷ୍ଟ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି । ସେ ସେଥିରେ ନିଜ ଇସ୍ତଫା ସମ୍ପର୍କରେ ଏକାଧିକ କାରଣକୁ ମଧ୍ୟ ଉଲ୍ଲେଖ କରିଛନ୍ତି । ଦଳ ନିର୍ବାଚନ ସମୟରେ ଘୋଷଣା କରିଥିବା ଇସ୍ତାହାର ପୂରଣ ନକରିପାରିବା ପରି କାରଣ ମଧ୍ୟ ସେ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.