ETV Bharat / bharat

ମଣିପୁରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୮

author img

By

Published : Jul 17, 2022, 7:01 AM IST

ମଣିପୁରରେ ଭୂମିକମ୍ପ ଝଟକା । ଶନିବାର ରାତିରେ ୪.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ
ମଣିପୁରରେ ଭୂକମ୍ପ ଝଟକା
ମଣିପୁରରେ ଭୂକମ୍ପ ଝଟକା

ଇମ୍ଫାଲ: ମଣିପୁରରେ ଭୂମିକମ୍ପ ଅନୁଭୂତ ହୋଇଛି(Earthquake hits Manipur) । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ରେକର୍ଡ କରାଯାଇଛି । ଶନିବାର ରାତି ପ୍ରାୟ ୧୧ଟା ୪୨ ମିନିଟ୍ ସମୟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାପଡିଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥିରେ କୌଣସି କ୍ଷୟକ୍ଷତି ଘଟିଥିବାର କିଛି ସୂଚନା ନାହିଁ ।

NCSର ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ମଣିପୁର ମୋଇରଙ୍ଗର ପୂର୍ବ-ଦକ୍ଷିଣପୂର୍ବ ଅଞ୍ଚଳରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ଗଭୀରତା ୯୪ କିମି ରହିଥିଲା । ଏହାପୂର୍ବରୁ ଜୁଲାଇ ୫ ତାରିଖ ପୂର୍ବାହ୍ନରେ ଆସାମରେ ୩.୭ ତୀବ୍ରତାର ଭୂମିକମ୍ପ ଝଟକା ଲାଗିଥିଲା । ଏହାର ଗଭୀରତା ୩୫ କିମି ରେକର୍ଡ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.