ETV Bharat / bharat

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 28, 2022, 11:04 AM IST

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. ଡିସେମ୍ବର 1ରୁ କୋଣାର୍କରେ ଜମିବ ଇକୋ ରିଟ୍ରିଟ୍‌

ଆସନ୍ତା ଡିସେମ୍ବର 1ରୁ କୋଣାର୍କରେ ଆରମ୍ଭ ହେବାକୁ ଥିବା ଇକୋ ରିଟ୍ରିଟର ସୁପରିଚାଳନା ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ବୈଠକ ।

2.ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ, କହିଲେ ମୋଦି ପ୍ରକୃତ ଦେଶଭକ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରପକ୍ଷେ ବୈଦେଶିକ ନୀତିକୁ ଭୂରି ଭୂରି ପ୍ରଶଂସା କଲେ ପୁଟିନ । କହିଲେ ମୋଦି ହେଉଛନ୍ତି ପ୍ରକୃତ ଦେଶଭକ୍ତ ।

3.ମହାରାଷ୍ଟ୍ରରୁ ଆସି ଓଡ଼ିଆଙ୍କୁ ଚୂନ ଲଗାଇଲେ ଦୁଇ ଭାଇ, ଲୁଟି ନେଲେ ୪ କୋଟି

ମହାରାଷ୍ଟ୍ରରୁ ଆସି ରାଜଧାନୀବାସୀଙ୍କ ଠାରୁ ୪ କୋଟି ଟଙ୍କା ଠକି ନେଲେ ମହାରାଷ୍ଟ୍ରର ଦୁଇ ଭାଇ । ଖଣ୍ଡଗିରି ଥାନାର ଦ୍ୱାରସ୍ତ ହେଲେ ଠକାମୀର ଶିକାର ହୋଇଥିଲା ଲୋକେ ।

4.ଟ୍ବିଟର କିଣିଲେ ଏଲନ ମସ୍କ, ବିଦା ହେଲେ CEO ପରାଗ ଅଗ୍ରୱାଲ

ଟ୍ବିଟର କିଣିଲେ Tesla CEO ଏଲନ ମସ୍କ । କମ୍ପାନୀକୁ ନିଜ ନିୟନ୍ତ୍ରଣକୁ ନେବା ପରେ ସିଇଓ ପରାଗ ଅଗ୍ରୱାଲଙ୍କୁ ବିଦା କଲେ ମସ୍କ ।

5.ସରକାରୀ ମେଡିକାଲରେ ଦଲାଲଙ୍କ ଉପରେ ରହିବ କଡା ନଜର

ସରକାରୀ ମେଡିକାଲରେ ଦଲାଲଙ୍କ ଉପରେ ରହିବ କଡା ନଜର । ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ଦଲାଲଙ୍କ ସହ ମିଶିଥିବାର ପ୍ରମାଣ ମିଳିଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ ।

6.ଯୁଦ୍ଧ ଭୂମିରେ ନିୟୋଜିତ ହୋଇପାରେ ଭିସୁଟ ଛାତ୍ରଙ୍କ ନିର୍ମିତ ଡିଫେନ୍ସ ପ୍ରୋଜେକ୍ଟ

ପୁଣି ଥରେ କୃତିତ୍ୱ ଅର୍ଜନ କଲା ସମ୍ବଲପୁର ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ବା ଭିସୁଟ ।

7.ମହଙ୍ଗା ପଡିଲା ଫାୟାର ହେୟାର କଟ୍‌, ଚୁଟି କାଟିବା ବେଳେ ଜଳିଗଲା ଶରୀରର ଅନେକ ଅଂଶ

ମହଙ୍ଗା ପଡିଲା ଫାୟାର ହେୟାରକଟ୍ । ଗୁଜୁରାଟରେ ଚୁଟି କାଟିବା ବେଳେ ଜଳିଗଲେ ଯୁବକ ।

8.ନନ୍ଦନକାନନରେ ହାତୀ ପ୍ରେମା ଅସୁସ୍ଥ, ବଞ୍ଚାଇବାକୁ ଚାଲିଛି ପ୍ରୟାସ

ନନ୍ଦନକାନନରେ 68 ବର୍ଷ ବର୍ଷୀୟ ମାଈ ହାତୀ 'ପ୍ରେମା' ଅସୁସ୍ଥ । ଆର୍ଥ୍ରାଇଟିସ୍ ଏବଂ ବୟସ ସମ୍ବନ୍ଧୀୟ ଜଟିଳତାରେ ପୀଡିତ ହୋଇଥିବା ଜଣାପଡ଼ିଛି ।

9.T20 World Cup: ଜିମ୍ବାୱେର ଜଲୱା, ପାକିସ୍ତାନକୁ ୧ ରନ୍‌ରେ ହରାଇଲା

ଟି-୨୦ ବିଶ୍ବକପ୍‌ରେ ଜଲୱା ଦେଖାଇଲା ଜିମ୍ବାୱେ । ଏକ ରୋମାଞ୍ଚକର ମ୍ୟାଚ୍‌ରେ ପାକିସ୍ତାନକୁ ୧ ରନ୍‌ରେ ମାତ୍‌ ଦେଇଛି ଜିମ୍ବାୱେ(Zimbabwe beat Pakistan by one run) ।

10.ଡେଙ୍ଗୁରୁ ସୁସ୍ଥ ପରେ ଫ୍ୟାନ୍ସଙ୍କୁ ଦେଖାଦେଲେ ସଲମାନ

ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବଲିଉଡ ଅଭିନେତା ସଲମାନ ଖାନ ଏବେ ସମ୍ପୂର୍ଣ୍ଣ ଫିଟ ଆଉ ଫାଇନ । ଗୋଟିଏ ସପ୍ତାହରେ ଫ୍ୟାନ୍ସ ପାଇଲେ ସଲମାନଙ୍କ ଝଲକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.