ETV Bharat / bharat

ବିଜେପି ମୁଖ୍ୟାଳୟରେ ଉତ୍ସବର ପ୍ରସ୍ତୁତି ଶେଷ, ଆଉ କିଛି ସମୟ ପରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ

author img

By

Published : Dec 8, 2022, 7:04 PM IST

ବିଜେପି ମୁଖ୍ୟାଳୟରେ ଉତ୍ସବର ପ୍ରସ୍ତୁତି ଶେଷ, ଆଉ କିଛି ସମୟ ପରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
ବିଜେପି ମୁଖ୍ୟାଳୟରେ ଉତ୍ସବର ପ୍ରସ୍ତୁତି ଶେଷ, ଆଉ କିଛି ସମୟ ପରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ

ଗୁଜୁରାଟରେ ଐତିହାସିକ ବିଜୟ ପରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଉତ୍ସବର ପ୍ରସ୍ତୁତି ଶେଷ । ପହଞ୍ଚିଲେ ଶାହ, ରାଜନାଥ ଓ ନଡ୍ଡା । ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗମନକୁ ଅପେକ୍ଷା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜି ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ବିଧାନସଭା ନର୍ବାଚନ ଫଳାଫଳ ପ୍ରକାଶ ପାଇଛି । ହିମାଚଳରେ ଦଳ ବିଫଳ ହୋଇଥିବା ବେଳେ ଗୁଜୁରାଟରେ କିନ୍ତୁ ଐତିହାସିକ ବହୁମତ ହାସଲ କରିଛି ଭାରତୀୟ ଜନତା ପାର୍ଟି । ଆଜି ଫଳାଫଳ ସ୍ପଷ୍ଟ ହେବା ପରେ ବିଭିନ୍ନ ସ୍ଥାନରେ ଦଳର କର୍ମକର୍ତ୍ତା ବିଜୟ ଉତ୍ସବ ପାଳନ ଜାରି ରଖିଛନ୍ତି । ଦିଲ୍ଲୀସ୍ଥିତ ପାର୍ଟି ମୁଖ୍ୟାଳୟରେ ମଧ୍ୟ ବିଜୟ ଉତ୍ସବ ପାଇଁ ଭବ୍ୟ ଆୟୋଜନ ହୋଇଛି ।

ଏଥିପାଇଁ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇସାରିଥିବା ବେଳେ ବହୁ ବରିଷ୍ଠ ନେତା କାର୍ଯ୍ୟାଳୟରେ ପହଞ୍ଚି ସାରିଲେଣି । ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟାଳୟରେ ପହଞ୍ଚି ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ମୁଖ୍ୟାଳୟରେ ପହଞ୍ଚି ସାରିଲେଣି ।

କେନ୍ଦ୍ରୀୟ ନେତାଙ୍କ ବ୍ୟତୀତ ବହୁ ସଂଖ୍ୟାରେ ଦଳର ଅନ୍ୟ କର୍ମକର୍ତ୍ତା ମଧ୍ୟ ସାମିଲ ଅଛନ୍ତି । ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପହଞ୍ଚିବେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଦଳର କାର୍ଯ୍ୟକର୍ତ୍ତାଙ୍କୁ ବିଜୟର ଶ୍ରେୟ ଦେବା ସହ ଧନ୍ୟବାଦ ମଧ୍ୟ ଦେଇ ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.