ETV Bharat / bharat

ପଞ୍ଜାବକୁ ପାକିସ୍ତାନରୁ ଡ୍ରୋନରେ ଆସୁଛି ହିରୋଇନ, ଡ୍ରୋନରୁ ମିଳିଲା 3 କେଜି ଧଳାଜହର

author img

By

Published : Dec 4, 2022, 8:42 PM IST

ପଞ୍ଜାବକୁ ପାକିସ୍ତାନରୁ ଡ୍ରୋନରେ ଆସୁଛି ହିରୋଇନ, ଗତକାଲି BSF ଗୁଳିରେ ଖସିଥିବା ଡ୍ରୋନରୁ ମିଳିଲା 3 କେଜି ଧଳାଜହର
ପଞ୍ଜାବକୁ ପାକିସ୍ତାନରୁ ଡ୍ରୋନରେ ଆସୁଛି ହିରୋଇନ, ଗତକାଲି BSF ଗୁଳିରେ ଖସିଥିବା ଡ୍ରୋନରୁ ମିଳିଲା 3 କେଜି ଧଳାଜହର

ପଞ୍ଜାବକୁ ପାକିସ୍ତାନରୁ ଡ୍ରୋନରେ ଆସୁଛି ହିରୋଇନ । ଗତତାଲି ଦେଖାଯାଇଥିବା 3 ଡ୍ରୋନରୁ ଗୋଟିଏକୁ ଗୁଳି କରି ଖସାଇ ଦେଇଥିଲା ସୀମା ସୁରକ୍ଷା ବଳ (Drone found in Punjab Border)। ମିଳିଲା 3 କେଜି ହେରୋଇନ । ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ପଞ୍ଜାବକୁ ପାକିସ୍ତାନରୁ ଡ୍ରୋନ ଯୋଗେ ଆସୁଛି ହେରୋଇନ । ଗତକାଲି ଏହା ସ୍ପଷ୍ଟ ହୋଇଛି । ଗତକାଲି ରାତିରେ ପଞ୍ଜାବ ସୀମାନ୍ତ ଗ୍ରାମରେ ପୁଣି ଠାବ ହୋଇଛି ଏକାଧିକ ପାକିସ୍ତାନୀ ଡ୍ରୋନ (Drone found in Punjab Border)। ପାକିସ୍ତାନ ସୀମା ନିକଟବର୍ତ୍ତୀ ପଞ୍ଜାବ ସୀମାରେ ଥିବା ତରନ ତରନ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକକାଳୀନ 3ଟି ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିଥିଲା ।

  • Punjab | In a joint operation, Tarn Taran Police and troops of the Border Security Force recovered a quadcopter drone with 3kg Heroin during a search in the area of PS Valtoha on 3rd December pic.twitter.com/wbZ3qIm2XU

    — ANI (@ANI) December 4, 2022 " class="align-text-top noRightClick twitterSection" data=" ">

ଗ୍ରାମବାସୀ ଏହା ଦେଖି ସ୍ଥାନୀୟ ପୋଲିସ ଓ ସୁରକ୍ଷାବଳକୁ ସୂଚନା ଦେଇଥିଲେ । ସୁରକ୍ଷାବଳର ଯବାନ ଘଟଣାସ୍ଥଳରେ ପହଞ୍ଚି ଡ୍ରୋନଗୁଡିକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଦୁଇଟି ଡ୍ରୋନ ପାକିସ୍ତାନ ସୀମାକୁ ଖସି ପଳାଇବାରେ ସଫଳ ହୋଇଥିବା ବେଳେ ଗୋଟିଏକୁ ଗୁଳି କରି ଖସାଇ ଦେଇଥିଲେ ସୀମା ସୁରକ୍ଷା ବଳର ଯବାନ ।

ପଞ୍ଜାବକୁ ପାକିସ୍ତାନରୁ ଡ୍ରୋନରେ ଆସୁଛି ହିରୋଇନ, ଗତକାଲି BSF ଗୁଳିରେ ଖସିଥିବା ଡ୍ରୋନରୁ ମିଳିଲା 3 କେଜି ହେରୋଇନ
ପଞ୍ଜାବକୁ ପାକିସ୍ତାନରୁ ଡ୍ରୋନରେ ଆସୁଛି ହିରୋଇନ, ଗତକାଲି BSF ଗୁଳିରେ ଖସିଥିବା ଡ୍ରୋନରୁ ମିଳିଲା 3 କେଜି ହେରୋଇନ


ଆଜି ସକାଳେ ଖୋଜା ଖୋଜି ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଖସି ପଡିଥିବା ଏହି ଡ୍ରୋନକୁ ଉଦ୍ଧାର କରାଯାଇଥିଲା । ତନଖି ବେଳେ ସେଥିରୁ ପ୍ରାୟ 3 କେଜି ହେରୋଇନ ଜବତ କରାଯାଇଛି । ସୀମାପାର ନିଶା କାରବାର ପାଇଁ ଡ୍ରୋନକୁ ବ୍ୟବହାର କରାଯାଉଥିବା ପୋଲିସ ଜାଣିବାକୁ ପାଇଛି । ସେଠାରେ କିଛି ସ୍ଥାନୀୟ ନିଶା ମାଫିଆଙ୍କୁ ପାରିସ୍ତାନରୁ ଏପରି ଭାବେ ନିଶାଦ୍ରବ୍ୟ ଚାଲାଣ କରାଯାଉଥିବା ଜଣାପଡିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ ସୂଚନା ଦେବା ସହ ତଦନ୍ତକୁ ବ୍ୟାପକ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.