ETV Bharat / bharat

Chandrababu Naidu's plea: ଶୁଣାଣିରୁ ଓହରିଗଲେ ସୁପ୍ରିମକୋର୍ଟ ବିଚାରପତି

author img

By ETV Bharat Odisha Team

Published : Sep 27, 2023, 4:22 PM IST

Chandrababu Naidu's plea: ଶୁଣାଣିରୁ ନିଜେ ଓହରିଗଲେ ସୁପ୍ରିମକୋର୍ଟ ବିଚାରପତି
Chandrababu Naidu's plea: ଶୁଣାଣିରୁ ନିଜେ ଓହରିଗଲେ ସୁପ୍ରିମକୋର୍ଟ ବିଚାରପତି

ଚନ୍ଦ୍ରବାବୁ ନାଇଡୁଙ୍କ ମାମଲାର ଶୁଣାଣିରୁ ଓହରିଗଲେ ସୁପ୍ରିମକୋର୍ଟ ବିଚାରପତି । ଆସନ୍ତା ସପ୍ତାହରେ ଅନ୍ୟ ଖଣ୍ଡପୀଠ କରିବ ଶୁଣାଣି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦକ୍ଷତା ବିକାଶ ଘୋଟାଲା ମାମଲାରେ ଗିରଫ ହୋଇ ଜେଲରେ ଥିବା ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁଙ୍କ ମାମଲାର ଶୁଣାଣିରୁ ନିଜେ ଓହରିଗଲେ ଜଣେ ସୁପ୍ରିମକୋର୍ଟ ବିଚାରପତି । ଆଜି ଶୁଣାଣି ସମୟରେ ଜଷ୍ଟିସ ଏସ.ଭି.ଏନ ଭଟ୍ଟି ମାମଲାର ଶୁଣାଣି କରିବା ପାଇଁ ଅନାଗ୍ରହ ପ୍ରକାଶ କରିଛନ୍ତି । ନିଜ ବିରୋଧରେ ହୋଇଥିବା ମାମଲାକୁ ରଦ୍ଦ କରିବା ପାଇଁ ଜେଲରେ ଥିବା ନାଇଡୁ ଆନ୍ଧ୍ର ହାଇକୋର୍ଟରୁ ନିରାଶ ହେବା ପରେ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । ତାଙ୍କ ବିରୋଧରେ ଚାଲିଥିବା ମାମଲା ମିଥ୍ୟା ଓ ରାଜନୈତିକ ଉଦ୍ଦେଶ୍ୟମୂଳକ ଦର୍ଶାଇ ଏହାକୁ ଖାରଜ କରିବା ପାଇଁ ନାଇଡୁ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ।

ଆଜି ତାଙ୍କ ମାମଲାର ଶୁଣାଣି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଏସ.ଭି.ଏମ ଭଟ୍ଟିଙ୍କ ଦୁଇଜଣିଆ ଖଣ୍ଡପୀଠରେ ହୋଇଥିଲା । ଶୁଣାଣି ଆରମ୍ଭ ହେବା ପରେ ଜଷ୍ଟିସ ଭଟ୍ଟି ଏହି ମାମଲାର ଶୁଣାଣି କରିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ । ଜଷ୍ଟିସ ଖାନ୍ନା କହିଥିଲେ, ମୋର ବନ୍ଧୁ ଜଷ୍ଟିସ ଭଟ୍ଟିଙ୍କର ଏହି ମାମଲା ଶୁଣାଣି କରିବା ଉପରେ କିଛି ଆପତ୍ତି ରହିଛି । ଏହା ପରେ ଜଷ୍ଟିସ ଭଟ୍ଟି ଏହି ମାମଲାର ଶୁଣାଣି କରିବା ପାଇଁ ଅନାଗ୍ରହ ପ୍ରକାଶ କରିବା ସହ ଏହାକୁ ଅନ୍ୟ ଖଣ୍ଡପୀଠ ସମ୍ମୁଖରେ ସୂଚୀବଦ୍ଧ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।

ତେବେ ଆଜି ସର୍ବୋଚ୍ଚ କୋର୍ଟରେ ନାଇଡୁଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ପକ୍ଷ ରଖିଥିଲେ । କୋର୍ଟଙ୍କ ଏପରି ଆଭିମୁଖ୍ୟ ପରେ ଶୁଣାଣି ସ୍ଥଗିତ ରଖାଯାଇଥିଲା । ସାଲଭେ କହିଥିଲେ, କୋର୍ଟଙ୍କ ନିର୍ଦ୍ଦେଶ ଉପରେ ସେ କିଛି କରିପାରିବେ ନାହିଁ । ଏକ ଖଣ୍ଡପୀଠ ସମ୍ମୁଖରେ ଏହି ମାମଲାକୁ ଶିଘ୍ର ସୂଚୀତ କରିବା ପାଇଁ ସେ କୋର୍ଟଙ୍କୁ ନିବେଦନ କରିଥିଲେ । ହେଲେ ଖଣ୍ଡପୀଠ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ନକରି ପରବର୍ତ୍ତୀ ସପ୍ତାହରେ ଏହି ମାମଲାକୁ ଶୁଣାଣି ସୂଚୀବଦ୍ଧ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ନାଇଡୁଙ୍କ ପାଇଁ ମାମଲା ଲଢୁଥିବା ଅନ୍ୟତମ ଓକିଲ ସିଦ୍ଧାର୍ଥ ଲୁଥାରା ଏହି ମାମଲାକୁ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠକୁ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ଦାବି କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- Skill development scam: ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହେଲେ ଚନ୍ଦ୍ରବାବୁ ନାଇଡୁ

ଦକ୍ଷତା ବିକାଶ ଯୋଜନାରେ ପ୍ରାୟ 300 କୋଟିର ଘୋଟାଲା ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନାଇଡୁଙ୍କୁ ଚଳିତମାସ 9 ତାରିଖରେ ଗିରଫ କରାଯାଇଥିଲା । ସେ ଏବେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି । ଏକାଧିକ ଥର ତାଙ୍କ ଜାମିନ ଓ ମାମଲା ଖାରଜ କରାଯିବା ଆବେଦନ କୋର୍ଟରେ ଖାରଜ ହୋଇସାରିଛି । ଏବେ ବିଚାର ବିଭାଗୀୟ ଜେଲରେ ଥିବା ନାଇଡୁ ସର୍ବୋଚ୍ଚ କୋର୍ଟରେ ମାମଲା ଲଢୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.