ETV Bharat / bharat

Skill development scam: ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହେଲେ ଚନ୍ଦ୍ରବାବୁ ନାଇଡୁ

author img

By ETV Bharat Odisha Team

Published : Sep 23, 2023, 6:27 PM IST

ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟରେ ପହଞ୍ଚିଲେ ଚନ୍ଦ୍ରବାବୁ ନାଇଡୁ । 9 ତାରିଖରୁ ଗିରଫ ହୋଇ ବିଚାର ବିଭାଗୀୟ ଜେଲରେ ରହିଛନ୍ତି । ଅଧିକ ପଢନ୍ତୁ

Skill development scam: ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହେଲେ ଚନ୍ଦ୍ରବାବୁ ନାଇଡୁ
Skill development scam: ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହେଲେ ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ: ଦକ୍ଷତା ବିକାଶ ଘୋଟାଲାରେ ଗିରଫ ହୋଇ ଜେଲରେ ଥିବା ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଆଜି ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । ଗତକାଲି (ଶୁକ୍ରବାର) ନାଇଡୁଙ୍କ ବିରୋଧରେ ଜାରି ରହିଥିବା ମାମଲା ଖାରଜ ଆବେଦନ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଖାରଜ ହୋଇଥିଲା । ତାଙ୍କ ନାମରେ ଜାରି ରହିଥିବା ମାମଲା ଖାରଜ କରିବା ପାଇଁ ସେ ହାଇକୋର୍ଟରେ ଆବେଦନ କରିଥିଲେ । ଅନ୍ୟପଟେ ଗତକାଲି (ଶୁକ୍ରବାର) ବିଜୟଓ୍ବାଡା କୋର୍ଟ ନାଇଡୁଙ୍କୁ ଦୁଇଦିନିଆ ସିଆଇଡି ରିମାଣ୍ଡରେ ପଠାଇଛନ୍ତି ।

ଦକ୍ଷତା ବିକାଶ ଯୋଜନାରେ ପ୍ରାୟ 300 କୋଟିର ଘୋଟାଲା ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନାଇଡୁଙ୍କୁ ଚଳିତ 9 ତାରିଖରେ ଗିରଫ କରାଯାଇଥିଲା । ସେ ଏବେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି । ଏକାଧିକ ଥର ତାଙ୍କ ଜାମିନ ଓ ମାମଲା ଖାରଜ କରାଯିବା ଆବେଦନ କୋର୍ଟରେ ଖାରଜ ହୋଇସାରିଛି । ତେବେ ଅନ୍ୟପଟେ ଜେଲରେ ସୁରକ୍ଷା କାରଣ ଦର୍ଶାଇ ତାଙ୍କୁ ଗୃହବନ୍ଦୀ ଭାବେ ରହିବାକୁ ଅନୁମତି ଦେଇ ତଦନ୍ତ ଜାରି ରଖିବାକୁ ହୋଇଥିବା ଆବେଦନ ମଧ୍ୟ କୋର୍ଟରେ ଖାରଜ ହୋଇଛି । ଗତକାଲି ହାଇକୋର୍ଟ ତାଙ୍କ ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଥିଲେ । ତେବେ ଏବେ ସିଦ୍ଧା ସର୍ବୋଚ୍ଚ କୋର୍ଟଙ୍କ ନିକଟରେ ଦ୍ବାରସ୍ଥ ହୋଇଛନ୍ତି ନାଇଡୁ ।

ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ 9 ତାରିଖରେ ଆନ୍ଧ୍ର ପ୍ରଦେଶ CID ଚନ୍ଦ୍ରବାବୁଙ୍କୁ ଗିରଫ କରିଥିଲା । ଏହି ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ ୨୦୨୧ ମସିହାରେ ମାମଲା ରୁଜୁ ହୋଇଥିଲା । ଏଥିରେ ପ୍ରାୟ 3 ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । 9 ତାରିଖ ସକାଳ ୬ଟାରେ ରାଜ୍ୟ ସିଆଇଡି ବିଭାଗର ଟିମ୍‌ ତାଙ୍କୁ ନନ୍ଦାୟାଲାରୁ ଗିରଫ କରିଥିଲା । ପରେ ତାଙ୍କୁ ତଦନ୍ତକାରୀ ସଂସ୍ଥା କାର୍ଯ୍ୟାଳୟରେ ରଖିବା ସହ ପ୍ରାଥମିକ ଜେରା କରିଥିଲା । ତାଙ୍କୁ ଲିଗାଲ ଟିମ୍‌ ସହ ଯୋଗାଯୋଗ କରିବା ପାଇଁ ସୁଯୋଗ ଦେବାକୁ ଚନ୍ଦ୍ରବାବୁ ନାଇଡ଼ୁ ଅନୁରୋଧ ମଧ୍ୟ କରିଥିଲେ । ସଂଧ୍ୟାରେ ତାଙ୍କ ପରିବାର ସଦସ୍ୟ ତାଙ୍କୁ CID ମୁଖ୍ୟାଳୟରେ ଭେଟି ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ୧୯ରେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ମାମଲା ରଦ୍ଦ ଆବେଦନର ପରବର୍ତ୍ତୀ ଶୁଣାଣି

ପରଦିନ (14 ତାରିଖ) ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରିବା ସହ ତାଙ୍କୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଏହାପରେ ଆନ୍ଧ୍ର ରାଜନୀତିରେ ମଧ୍ୟ ତାତି ବଢ଼ିବାରେ ଲାଗିଛି । ଏହାକୁ ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟନୁଷ୍ଠାନ ଦର୍ଶାଇ ଚନ୍ଦ୍ରବାବୁଙ୍କ ପାର୍ଟି ତେଲଗୁ ଦେଶମ ପାର୍ଟି ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଇଥିଲା । ଏବେ ମଧ୍ୟ ତାଙ୍କ ଗିରଫଦାରୀକୁ ବିରୋଧ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.