ETV Bharat / bharat

ଭାରତ-ନେପାଳ ସୀମାରୁ ଜଣେ ଚୀନ ନାଗରିକ ଗିରଫ

author img

By

Published : Feb 19, 2023, 9:07 PM IST

ଭାରତ-ନେପାଳ ସୀମାରୁ ଜଣେ ଚୀନ ନାଗରିକ ଗିରଫ
ଭାରତ-ନେପାଳ ସୀମାରୁ ଜଣେ ଚୀନ ନାଗରିକ ଗିରଫ

ବିନା ଭିସାରେ ସୀମା ଅତିକ୍ରମ କରି ଦିଲ୍ଲୀ ଆସି ଫେରୁଥିଲେ ଚୀନ ନାଗରିକ । ଲଖିମପୁର ଖେରୀ ନିକଟ ଭାରତ-ନେପାଳ ସୀମାରେ ମାଡି ବସିଲା ସେନା । ଅଧିକ ପଢନ୍ତୁ

ଲକ୍ଷ୍ନୌ: ବିନା ଭିସାରେ ସୀମା ଅତିକ୍ରମ କରି ଦିଲ୍ଲୀ ଆସିଥିଲେ ଜଣେ ଚୀନ ନାଗରିକ । ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଫେରିବା ବେଳେ ଉତ୍ତର ପ୍ରଦେଶ ଲଖିମପୁର ଖେରୀ ନିକଟରେ ଭାରତ-ନେପାଳ ଅନ୍ତର୍ଜାତୀୟ ସୀମାରୁ ଗିରଫ କଲା ସଶସ୍ତ୍ର ସୀମା ବଳ । ଶୁକ୍ରବାର ଗୌରାଫଟା ଚେକପୋଷ୍ଟରେ ଏହି ଚୀନ ନାଗରିକଙ୍କୁ ଗିରଫ କରାଯାଇ ସ୍ଥାନୀୟ ପୋଲିସକୁ ଜିମା ଦିଆଯାଇଛି ।

ଏସଏସବି ଅଧିକାରୀଙ୍କ ସୂଚନା ଅନୁସାରେ, ପ୍ରାଥମିକ ଜେରାରେ ଗିରଫ ଚୀନ୍ ନାଗରିକଙ୍କ ନାମ ଡାଡ ପ୍ରୋବିନ୍ସ ଓ ଚୀନର ଗୌଜୁନ ଏରିଆର ବାସିନ୍ଦା ବୋଲି ପୋଲିସ ନିକଟରେ ପ୍ରକାଶ କରିଛନ୍ତି । ସେ ଫେବୃଆରୀ 12ରେ ନେପାଳ ସୀମା ଅତିକ୍ରମ କରି ଉତ୍ତର ପ୍ରଦେଶ ଦେଇ ଭାରତରେ ପ୍ରବେଶ କରିବା ଓ ପରେ ଦିଲ୍ଲୀ ଯାଇଥିବା ପୋଲିସ ନିକଟରେ ସ୍ବୀକାର କରିଛି । ସେହିପରି ତାଙ୍କ ନିକଟରୁ କୌଣସି ବୈଧ ପ୍ରମାଣପତ୍ର ମଧ୍ୟ ଜବତ କରାଯାଇନାହିଁ । ସେ ଚୀନ ନାଗରିକ ହୋଇଥିବା ବେଳେ ଭାରତ ଗସ୍ତ କରିବା ପାଇଁ ତାଙ୍କ ନିକଟରେ କୌଣସି ପାସପୋର୍ଟ କିମ୍ବା ଭିସା ନଥିଲା ବରଂ ତାଙ୍କ ଠାରୁ ଏକ ନେପାଳ ଭିସା ଜବତ କରାଯାଇଛି । ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯିବା ପରେ ଏକ ଅନୁପ୍ରବେଶ ସମ୍ପର୍କିତ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି ।

ଆବଶ୍ୟକ ପଡିଲେ ନେପାଳ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଯୋଗାଯୋଗ କରାଯିବ । ଚୀନ ନାଗରିକ ଜଣଙ୍କ କେବେ ନିଜ ଦେଶରୁ ନେପାଳ ଓ ପରେ ଭାରତରେ ପ୍ରବେଶ କରିଥିଲେ । ଭାରତରେ କେଉଁ କେଉଁ ସ୍ଥାନରେ ସେ କେତେ ଦିନ ଭ୍ରମଣ କରିଛନ୍ତି । ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଆଦି ସଂଗ୍ରହ କରିବ ପୋଲିସ । ପ୍ରାଥମିକ ଜେରାରେ ସେ ଦିଲ୍ଲୀରେ କିଛି ଦିନ ରହିବା ପରେ ନେପାଳ ଫେରୁଥିବା ସ୍ବୀକାର କରିଛନ୍ତି । ତେବେ ସେ ବିନା ଭିସାରେ ଦିଲ୍ଲୀ କିପରି ଆସିଲେ ଓ କ’ଣ କରୁଥିଲେ ସେ ନେଇ ତଦନ୍ତ ଜାରି ରହିଛି । ଏହାକୁ ଏକ ଗୁପ୍ତଚର ମାମଲା ଭାବେ ସନ୍ଦେହ କରାଯାଉଛି ।

ଚୀନ୍ ଏବଂ ନେପାଳୀ ଲୋକଙ୍କ ମଧ୍ୟରେ ଦେଖାଯାଉଥିବା ଶାରୀରିକ ଗଠନର ସମାନତାର ସୁଯୋଗ ନେଇ ଚୀନ୍ ନାଗରିକ ନେପାଳ ଦେଇ ଭାରତରେ ପ୍ରବେଶ କରିବାରେ ସଫଳ ହେଉଛନ୍ତି । ନିକଟରେ ଉତ୍ତର ପ୍ରଦେଶ ଓ ବିହାରରେ ଏପରି ଏକାଧିକ ଘଟଣା ସାମ୍ନାକୁ ଆସିଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ସୁରକ୍ଷାବଳ ଅନ୍ତର୍ଜାତୀୟ ସୀମାରେ ପାଟ୍ରୋଲିଂକୁ ମଧ୍ୟ ବୃଦ୍ଧି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.