ETV Bharat / bharat

Karnataka: ବିଧାନସଭା ଫଳାଫଳର ଖୁସି ନାହାନ୍ତି ଶିବକୁମାର, ପରବର୍ତ୍ତୀ ଟାର୍ଗେଟ ଲୋକସଭା ନିର୍ବାଚନ

author img

By

Published : May 21, 2023, 9:21 PM IST

Karnataka: ପ୍ରଦେଶ ଫଳାଫଳର ଖୁସି ନାହାନ୍ତି ଶିବକୁମାର, ପରବର୍ତ୍ତୀ ଟାର୍ଗେଟ ଲୋକସଭା ନିର୍ବାଚନ
Karnataka: ପ୍ରଦେଶ ଫଳାଫଳର ଖୁସି ନାହାନ୍ତି ଶିବକୁମାର, ପରବର୍ତ୍ତୀ ଟାର୍ଗେଟ ଲୋକସଭା ନିର୍ବାଚନ

ରାଜ୍ୟରେ ଐତିହାସିକ ସଫଳତା ପରେ ମଧ୍ୟ ଖୁସି ନାହାନ୍ତି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଶିବକୁମାର । ପରବର୍ତ୍ତୀ ଟାର୍ଗେଟ ଲୋକସଭା ନିର୍ବାଚନ ନେଇ କାର୍ଯ୍ୟକର୍ତ୍ତାଙ୍କୁ ଦେଲେ ଆହ୍ବାନ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ରାଜ୍ୟ ବିଧାନସଭା ନିର୍ବାଚନରେ ଐତିହାସିକ ବହୁମତ ପାଇବା ପରେ ମଧ୍ୟ ଖୁସି ନାହାନ୍ତି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର । ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ସେ ଏହି ମନ୍ତବ୍ୟ ଦେବା ସହ ସେ 2024 ସାଧାରଣ ନିର୍ବାଚନକୁ ପରବର୍ତ୍ତୀ ଟାର୍ଗେଟ ଭାବେ ଦେଖୁଛନ୍ତି ବୋଲି କହିଛନ୍ତି । ଶପଥ ଗ୍ରହଣ କରିବାର ମାତ୍ର ଗୋଟଏ ଦିନ ପରେ ଶିବକୁମାର ସିଦ୍ଧା 2024 ଲୋକସଭା ନିର୍ବାଚନରୁ ଇଙ୍ଗିତ କରିଛନ୍ତି ।

Karnataka: ପ୍ରଦେଶ ଫଳାଫଳର ଖୁସି ନାହାନ୍ତି ଶିବକୁମାର, ପରବର୍ତ୍ତୀ ଟାର୍ଗେଟ ଲୋକସଭା ନିର୍ବାଚନ
Karnataka: ପ୍ରଦେଶ ଫଳାଫଳର ଖୁସି ନାହାନ୍ତି ଶିବକୁମାର, ପରବର୍ତ୍ତୀ ଟାର୍ଗେଟ ଲୋକସଭା ନିର୍ବାଚନ

ଏହା ବି ପଢ଼ନ୍ତୁ ସ୍ବାଗତ ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁ ଆର୍ଶୀବାଦ ନେଲେ ପାପୁଓ ନ୍ୟୁ-ଗିନି ପ୍ରଧାନମନ୍ତ୍ରୀ

ଆଜି ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ 32ତମ ଶ୍ରାଦ୍ଧ ବାର୍ଷିକୀ ସମାରୋହରେ ଉଭୟ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ଯମନ୍ତ୍ରୀ ଶିବକୁମାର ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ଉଭୟ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ ମଧ୍ୟ କରିଥିଲେ । ସମ୍ବୋଧନରେ ଶିବକୁମାର କହିଥିଲେ,‘‘ଆମେ ରାଜ୍ୟରେ ବିଧାନସଭା ନିର୍ବାଚନରେ 135 ଆସନ ଜିତିଲୁ । ହେଲେ ଏହି ଫଳାଫଳରେ ଆମେ ଖୁସି ନୁହଁ । ଏହି ସଫଳତା ପାଇଁ ମୋ ଘର କିମ୍ବା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଘରକୁ ଆସନ୍ତୁ ନାହିଁ । ଆମର ପରବର୍ତ୍ତୀ ଟାର୍ଗେଟ ଲୋକସଭା ନିର୍ବାଚନ । ଆମେ ସେଥିରେ ଭଲ ପ୍ରଦର୍ଶନ କରିବୁ ।’’

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମଧ୍ୟ ଭାରତୀୟ ଜନତା ପାର୍ଟି ସରକାର ଉପରେ ବର୍ଷିଥିଲେ । ଆତଙ୍କବାଦ ପ୍ରସଙ୍ଗରେ ବିଜେପି କଂଗ୍ରେସକୁ ଟାର୍ଗେଟ କରୁଥିବା ପ୍ରସଙ୍ଗକୁ ଉଠାଇଥିଲେ ସିଦ୍ଧରମୈୟା । କହିଥିଲେ ଭାରତୀୟ ଜନତା ପାର୍ଟିର କେହି ନେତା ଏପର୍ଯ୍ୟନ୍ତ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇନାହାନ୍ତି । କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀଙ୍କ ପରି ବହୁ ଶୀର୍ଷ ନେତା ଆତଙ୍କୀ ହମଲାରେ ପ୍ରାଣ ହରାଇଛନ୍ତି । ହେଲେ ବିଜେପି ଆଜି ଆତଙ୍କବାଦ ପାଇଁ କଂଗ୍ରେସକୁ ଦାୟୀ କରୁଛି ।

ଗତକାଲି(ଶନିବାର) ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ସମେତ 9 ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । କଂଗ୍ରେସ ଅଧ୍ୟକ୍ଷ ମଲ୍କିକାର୍ଜୁନ ଖଡଗେ, ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ କିଛି ବିଜେପି ବିରୋଧୀ ନେତା ମଧ୍ୟ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲେ । ଦଳ ସରକାର ଗଠନ କରିବା ପରେ ଅପରାହ୍ନରେ ପ୍ରଥମ କ୍ୟାବିନେଟ ବୈଠକରେ ନିର୍ବାଚନ ସମୟରେ କରାଯାଇଥିବା 5 ଗ୍ୟାରେଣ୍ଟିକୁ ଅନୁମୋଦନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.