ETV Bharat / bharat

ପ୍ଲାଟଫର୍ମ ଉପରେ ଭାଙ୍ଗିପଡିଲା ପାଣି ଟାଙ୍କି: 3 ମୃତ, 27 ଆହତ

author img

By ETV Bharat Odisha Team

Published : Dec 13, 2023, 6:47 PM IST

ପ୍ଲାଟଫର୍ମ ଉପରେ ଭାଙ୍ଗିପଡିଲା ପାଣି ଟାଙ୍କି: 3 ମୃତ, 27 ଆହତ
ପ୍ଲାଟଫର୍ମ ଉପରେ ଭାଙ୍ଗିପଡିଲା ପାଣି ଟାଙ୍କି: 3 ମୃତ, 27 ଆହତ

(water tank collapses on platform at Burdwan station) ପଶ୍ଚିମବଙ୍ଗ ବର୍ଦ୍ଧମାନରେ ପ୍ଲାଟଫର୍ମ ଉପରେ ଭାଙ୍ଗିପଡିଲା ପାଣି ଟାଙ୍କି । 3 ଜଣଙ୍କ ମୃତ୍ୟୁ ସହ 27 ରୁ ଅଧିକ ଆହତ ଯାତ୍ରୀ ହସ୍ପିଟାଲରେ ଭର୍ତ୍ତି । ରେଳବାଇର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

କୋଲକାତା: ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନରେ ଅଘଟଣ । ଷ୍ଟେସନ ପରିସରରେ ଥିବା ଏକ ପାଣି ଟାଙ୍କି ପ୍ଲାଟଫର୍ମ ଉପରେ ଭୁଶୁଡି ପଡିବାରୁ 3 ଜଣଙ୍କ ମୃୃତ୍ୟୁ ହୋଇଛି । ଏଥିରେ ପ୍ରାୟ 27 ଜଣ ଆହତ ହୋଇଛନ୍ତି । ମୃତାହତମାନେ ଯାତ୍ରୀ ଓ ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ଏହି ଅଘଟଣ ଘଟିଛି । ଏକ କଂକ୍ରିଟ ନିର୍ମିତ ବିଶାଳ ପାଣି ଟାଙ୍କି ଭୁଶୁଡିପଡିବା ସହ ପ୍ଲାଟଫର୍ମ-2 ଓ 3 ମଧ୍ୟରେ ଖସିଥିଲା ।

ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ପ୍ରାୟ ସାଢେ 12 ଟାରେ ଏହି ଅଘଟଣ ଘଟିଛି । ଟାଙ୍କିିଟି ଭୁଶୁଡିପଡିବା ପରେ କଂକ୍ରିଟ ଭଗ୍ନାବଶେଷ ଓ ପ୍ଲାଟଫର୍ମର ଟିଣ ଛାତ ତଳେ ଏକାଧିକ ଯାତ୍ରୀ ଚାପି ହୋଇଯାଇଥିଲେ । ନିକଟରେ ଥିବା ଲୋକେ ଉଦ୍ଧାର କରିବା ସହ ରେଳବାଇ ପୋଲିସ, ଆରପିଏଫ ଉଦ୍ଧାର ଅପରେସନରେ ସାମିଲ ହୋଇଥିଲେ । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ବର୍ଦ୍ଧମାନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ 3 ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକଙ୍କ ପରିଚୟ ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ଅନ୍ୟ ଆହତମାନେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ସେମାନଙ୍କୁ ତ୍ବରିତ ତିକିତ୍ସା ଯୋଗାଇବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ପ୍ଲାଟଫର୍ମ ଉପରେ ଭାଙ୍ଗିପଡିଲା ପାଣି ଟାଙ୍କି: 3 ମୃତ, 27 ଆହତ
ପ୍ଲାଟଫର୍ମ ଉପରେ ଭାଙ୍ଗିପଡିଲା ପାଣି ଟାଙ୍କି: 3 ମୃତ, 27 ଆହତ

ଏହା ମଧ୍ୟ ପଢନ୍ତୁ :- ସଂସଦ ଆକ୍ରମଣ: 4 ଜଣଙ୍କ ମିଳିଲା ପରିଚୟ, ରାଜନୈତିକ ଲିଙ୍କ୍‌ ନା ବ୍ୟକ୍ତିଗତ ଆକ୍ରୋଶ, କଣ କହୁଛନ୍ତି ପରିବାର ସଦସ୍ୟ

ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭୁଶୁଡି ପଡିଥିବା ଟାଙ୍କିର କ୍ଷମତା ପ୍ରାୟ ଦେଢଲକ୍ଷ ଲିଟର ବିଶିଷ୍ଟ ଥିଲା । ଏହା ଦୁଇଟି ପ୍ଲାଟଫର୍ମକୁ ଯୋଡୁଥିବା ଫୁଟ-ଓଭରବ୍ରିଜ ସହ ସଲଗ୍ନ ଥିଲା । ହେଲେ ଏହା ଆଜି ଭୁଶୁଡିବାର ନିର୍ଦ୍ଦିଷ୍ଟ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଦୁର୍ବଳ ସ୍ଥିତି କାରଣରୁ ଭୁଶୁଡି ପଡିଥିବା ସନ୍ଦେହ କରାଯାଉଛି । ଏକ କମିଟି ଗଠନ କରାଯାଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଷ୍ଟେସନ ପରିସରରେ ଦୁର୍ବଳ ଅବସ୍ଥାରେ ପାଣିଟାଙ୍କି ଥିବା ଓ ଷ୍ଟେସନ କର୍ତ୍ତୃପକ୍ଷ ତାକୁ ଦୃଷ୍ଟି ନଦେବାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି ଆହତମାନେ ଭର୍ତ୍ତି ହୋଇଥିଲା ହସ୍ପିଟାଲରେ ପହଞ୍ଚିଛନ୍ତି । ରେଳବାଇ ପୋଲିସ ଓ ବୈଷୟିକ ଟିମ ତଦନ୍ତ ରିପୋର୍ଟ ଆସିଲେ ଅଘଟଣର କାରଣ ସମ୍ପର୍କରେ ଜଣାପଡିବ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.