ETV Bharat / bharat

ସଂସଦ ଆକ୍ରମଣ: 4 ଜଣଙ୍କ ମିଳିଲା ପରିଚୟ, ରାଜନୈତିକ ଲିଙ୍କ୍‌ ନା ବ୍ୟକ୍ତିଗତ ଆକ୍ରୋଶ, କଣ କହୁଛନ୍ତି ପରିବାର ସଦସ୍ୟ

author img

By ETV Bharat Odisha Team

Published : Dec 13, 2023, 6:11 PM IST

Security Breach At Parliament Identified: ଆଜି ସଂସଦ ଆକ୍ରମଣ ଘଟଣାରେ ଗିରଫ 4 ଅଭିଯୁକ୍ତ ଚିହ୍ନଟ । ଘଟଣାକୁ ନେଇ ପରିବାର ସଦସ୍ୟ ମଧ୍ୟ ଆଶ୍ଚର୍ଯ୍ୟ । ଜଣେ ଅଭିଯୁକ୍ତର ବାପା କହିଲେ, ଭୁଲ କରିଥିଲେ ଫାଶୀ ମିଳୁ । ଅଧିକ ପଢନ୍ତୁ

ସଂସଦ ଆକ୍ରମଣ: 4 ଅଭିଯୁକ୍ତ ଚିହ୍ନଟ, ରାଜନୈତିକ ଲିଙ୍କ୍‌ ନା ବ୍ୟକ୍ତିଗତ ଆକ୍ରୋଶ, କଣ କହୁଛନ୍ତି ପରିବାର ସଦସ୍ୟ
ସଂସଦ ଆକ୍ରମଣ: 4 ଅଭିଯୁକ୍ତ ଚିହ୍ନଟ, ରାଜନୈତିକ ଲିଙ୍କ୍‌ ନା ବ୍ୟକ୍ତିଗତ ଆକ୍ରୋଶ, କଣ କହୁଛନ୍ତି ପରିବାର ସଦସ୍ୟ

ନୂଆଦିଲ୍ଲୀ: ଆଜି ସଂସଦ ଭିତରେ ଓ ବାହାରେ ହଙ୍ଗାମା କରି ଗିରଫ ହୋଇଥିବା 4 ଜଣଙ୍କ ପରିଚୟ ସ୍ପଷ୍ଟ ହୋଇଛି । ଗୃହ ଭିତରେ ପ୍ରବେଶ କରି କଲର ବୋମା ମାଡ କରିଥିବା ଦୁଇ ଅଭିଯୁକ୍ତ ଯୁବକ ଲକ୍ଷ୍ନୌର ଶଙ୍କରଲାଲ ଶର୍ମାଙ୍କ ପୁଅ ସାଗର ଶର୍ମା ଓ ମହୀଶୂରର ଡି.ଦେବରାଜଙ୍କ 35 ବର୍ଷୀୟ ପୁଅ ଡି.ମନୋରଞ୍ଜନ ଭାବେ ଚିହ୍ନଟ ହୋଇଛନ୍ତି । ସେହିପରି ସଂସଦ ବାହାରେ ଗିରଫ ହୋଇଥିବା ଦୁଇଜଣଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ ଯୁବକ ରହିଛନ୍ତି । ସେମାନେ ହେଲେ ହରିୟାଣାର ହିସାର ଜିଲ୍ଲାର 42 ବର୍ଷୀୟା ନିଲମ ଦେବୀ ଓ 25 ବର୍ଷୀୟ ଯୁବକ ଅମୋଲ ସିନ୍ଦେ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ ସେମାନଙ୍କଠାରୁ ମିଳିଥିବା ଆଧାର କାର୍ଡ ଓ ଅନ୍ୟ ପ୍ରମାଣପତ୍ରରୁ ଏହି ପରିଚୟ ସାମ୍ନାକୁ ଆଣିଛି ପୋଲିସ ।

  • #WATCH | Jind, Haryana | Younger brother of one of the accused - Neelam - who was caught from outside the Parliament, says, "...We didn't even know that she went to Delhi. All we knew was that she was in Hisar for her studies...She had visited us the day before yesterday and… pic.twitter.com/tTtYm3tXfP

    — ANI (@ANI) December 13, 2023 " class="align-text-top noRightClick twitterSection" data=" ">

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗୃହ ଭିତରେ ପ୍ରବେଶ କରିଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ମନୋରଞ୍ଜନ ଜଣେ କମ୍ପ୍ୟୁଟର ସାଇନ୍ସ ଛାତ୍ର । ସେ ମହୀଶୂରର ସିଟି କଲେଜରେ ଅଣ୍ଡର-ଗ୍ରାଜୁଏଟ ଛାତ୍ର ଭାବେ ଅଧ୍ୟୟନ ଜାରି ରଖଛନ୍ତି । ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ଉତ୍ତର ପ୍ରଦେଶର ସାଗରଙ୍କର କୌଣସି ଶିକ୍ଷାଗତ ପୃଷ୍ଠଭୂମି ନଥିବା ଜଣାପଡିଛି । ବାହାରେ ଗିରଫ ହୋଇଥିବା ନୀଲମ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଜଣେ ଆଶାୟୀ ବୋଲି ଜଣାପଡିଛି ।

  • #WATCH | Mysuru, Karnataka | Devraj, father of Manoranjan who caused a security breach inside the Lok Sabha today, says, "This is wrong, nobody should do anything like that..." pic.twitter.com/EaCMxos6uB

    — ANI (@ANI) December 13, 2023 " class="align-text-top noRightClick twitterSection" data=" ">

ତେବେ ଏହି ଘଟଣାରେ ପରେ ନୀଲମଙ୍କ ଭାଇ କହିଛନ୍ତି, ସେ 2020 ମୋଦି ସରକାର ଆଣିଥିବା କୃଷି ଆଇନ ବିରୋଧରେ ହରିୟାଣାରେ ସକ୍ରିୟତାର ସହ ଅଂଶଗ୍ରହଣ କରିଥିଲେ । ହେଲେ ତାଙ୍କର କୌଣସି ରାଜନୈତିକ ଦଳ ସହ ସମ୍ପୃକ୍ତି ନାହିଁ । ହେଲେ ସେ ବେକାରୀ ସମସ୍ୟା ପାଇଁ ଚିନ୍ତାରେ ଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ନେଇ ସେ ଅସନ୍ତୁଷ୍ଟ ଥିବା ମଧ୍ୟ ନୀଲମଙ୍କ ମା’ ଗଣମାଧ୍ୟମକୁ କହିଛନ୍ତି ।

  • #WATCH | Jind, Haryana | Mother of one of the accused - Neelam - who was caught from outside the Parliament, says, "...She was worried about unemployment...I had spoken with her but she never told me anything about Delhi. She used to tell me that she is so highly qualified but… pic.twitter.com/JEnVysK2UB

    — ANI (@ANI) December 13, 2023 " class="align-text-top noRightClick twitterSection" data=" ">

ସେହିପରି ମହୀଶୂରର ମନୋରଞ୍ଜନଙ୍କ ବାପା ଡି.ଦେବରାଜ ମଧ୍ୟ ପୁଅ କରିଥିବା ଘଟଣାକୁ ନିନ୍ଦା କରିଛନ୍ତି । ସେ ଆଶ୍ଚର୍ଯ୍ୟ, ମନୋରଞ୍ଜନ କାହିଁକି ଏମିତି କଲେ, ତାହା ଜାଣନ୍ତି ନାହିଁ ବୋଲି କହିଛନ୍ତି । ମାତ୍ର ତାଙ୍କ ପୁଅ ଯାହା କରିଛି, ଭୁଲ କରିଛି ବୋଲି ଦେବରାଜ କହିଛନ୍ତି । ଯଦି ସେ ଆସମାଜିକ କାର୍ଯ୍ୟ କରିଛି, ତାକୁ ଫାଶୀ ଦଣ୍ଡ ମଧ୍ୟ ମିଳିବା ଉଚିତ ବୋଲି କହିଛନ୍ତି ମନୋରଞ୍ଜନଙ୍କ ବାପା ।

ଏହା ମଧ୍ୟ ପଢନ୍ତୁ :- ସଂସଦ ଇତିହାସରେ...ପୁରୁଣା ଗୃହରେ ଆତଙ୍କୀ ହମଲା, ନୂଆ ଭବନରେ ବିକ୍ଷୋଭକାରୀ ଅନୁପ୍ରବେଶ

  • Mysuru, Karnataka | Devraj, father of Manoranjan who caused a security breach inside the Lok Sabha today, says, "If my son has done anything good, of course, I support him but If he has done something wrong I strongly condemn it. Let him be hanged if he has done something wrong… pic.twitter.com/FTYDUnZx4z

    — ANI (@ANI) December 13, 2023 " class="align-text-top noRightClick twitterSection" data=" ">

ତେବେ ପ୍ରଥମେ ଏହି 4 ଜଣଙ୍କୁ ପୋଲିସ ଗିରଫ କରିବା ପରେ ଏବେ ଇଣ୍ଟେଲିଜେନ୍ସି ବ୍ୟୁରୋ ଓ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ସମସ୍ତ ଅଭିଯୁକ୍ତଙ୍କୁ ଗୋପନୀୟ ସ୍ଥାନରେ ରଖି ଜେରା କରୁଛି । ସେମାନଙ୍କ ପୃଷ୍ଠଭୂମି, ପୂର୍ବ ଅପରାଧିକ ରେକର୍ଡ, ରାଜନୈତିକ ଦଳ ସହ ସମ୍ପୃକ୍ତି ଆଦି ବିଭିନ୍ନ ଦିଗକୁ ପୋଲିସ ଅତି ଗମ୍ଭୀରତାର ସହ ତଦନ୍ତ କରୁଛି । ସଂସଦ ଆକ୍ରମଣର ଦୀର୍ଘ 22 ବର୍ଷ ପୂର୍ତ୍ତି ଅବସରରେ ସୁରକ୍ଷା ବିଭ୍ରାଟ ଓ ହାଇଡ୍ରାମାକୁ ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଛି । ବିଭିନ୍ନ ମହଲରୁ ନିର୍ବାଚିତ ପ୍ରତିନିଧିଙ୍କ ସୁରକ୍ଷା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.