ETV Bharat / bharat

କଂଗ୍ରେସରେ ମିଶିଲେ ଭେଟେରାନ ବିଜେପି ନେତା ଜୟ ନାରାୟଣ ବ୍ୟାସ

author img

By

Published : Nov 29, 2022, 8:43 AM IST

କଂଗ୍ରେସରେ ମିଶିଲେ ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ବ୍ୟାସ
କଂଗ୍ରେସରେ ମିଶିଲେ ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ବ୍ୟାସ

ବିଜେପି ଛାଡି କଂଗ୍ରେସରେ ମିଶିଲେ ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ବ୍ୟାସ । ଅଧିକ ପଢନ୍ତୁ

ଗାନ୍ଧୀନଗର: ବିଜେପି ଛାଡିବା ପରେ କଂଗ୍ରେସରେ ମିଶିଲେ ବରିଷ୍ଠ ନେତା ଜୟ ନାରାୟଣ ବ୍ୟାସ( Jainarayan Vyas joins Congress) । ସୋମବାର ଦିନ ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ଅହମ୍ମଦାବାଦ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବଣ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ତାଙ୍କୁ ବିଧିବଦ୍ଧ ଭାବେ ଦଳରେ ସ୍ବାଗତ କରିଛନ୍ତି । ଏହି ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମେତ କଂଗ୍ରେସର ଅନେକ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । ଗତ ନଭେମ୍ବର ୪ ତାରିଖରେ ଜୟ ନାରାୟଣ ବ୍ୟାସ ବିଜେପିରୁ ଇସ୍ତଫା ଦେଇଥିଲେ ।

କଂଗ୍ରେସରେ ମିଶିଲେ ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ବ୍ୟାସ
କଂଗ୍ରେସରେ ମିଶିଲେ ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ବ୍ୟାସ

ବିଜେପି ଛାଡିବାର ୨୦ ଦିନ ପରେ ଜୟ ନାରାୟଣ ବ୍ୟାସ ନିକଟରେ ଗୁଜୁରାଟ ସିଦ୍ଧପୁରରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଥିଲେ । ସେବେଠାରୁ ସେ କଂଗ୍ରେସରେ ଯୋଗ ଦେବା ନେଇ ଚର୍ଚ୍ଚା ହୋଇଥିଲା । ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ଖଡ୍‌ଗେ ଅହମ୍ମଦାବାଦ ସ୍ଥିତ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କହିଛନ୍ତି, ''ବିଜେପି ଲୋକମାନେ କଂଗ୍ରେସ ବିରୁଦ୍ଧରେ ଲୋକଙ୍କୁ ଉସକାଉଛନ୍ତି । ଏଥର ବିଜେପି ଡରି ଯାଇଛି । ତେଣୁ ଦଳର ବରିଷ୍ଠ ନେତାମାନେ ୱାର୍ଡରୁ ୱାର୍ଡରୁ ବୁଲି ପ୍ରଚାର କରୁଛନ୍ତି । ଏହାସହିତ କଂଗ୍ରେସ ଏତେ ବର୍ଷ ମଧ୍ୟରେ ଲୋକଙ୍କ ପାଇଁ କିଛି କରିନଥିବା ଭାଷଣ ଦେଉଛନ୍ତି ।''

ଏହାମଧ୍ୟ ପଢନ୍ତୁ: ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ: ମୋହନ ଭାଗବତ

କଂଗ୍ରେସରେ ମିଶିଥିବା ଜୟ ନାରାୟଣ ବ୍ୟାସ କହିଛନ୍ତି, ''ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଦ୍ବାରା ମୋତେ କଂଗ୍ରେସରେ ସାମିଲ ହେବାକୁ ସୁଯୋଗ ମିଳିଲା । କାହା ଠାରୁ ମୋର କୌଣସି ଅଭିଯୋଗ ନଥିବା ମୁଁ ଇସ୍ତଫା ପତ୍ରରେ ଲେଖିଥିଲେ । କଂଗ୍ରେସ ଏକ ଲୋକତାନ୍ତ୍ରିକ ଦଳ ଅଟେ । ମୁଁ ଭଲ ଭାବେ ଭାବି ଚିନ୍ତି କଂଗ୍ରେସରେ ସାମିଲ ହୋଇଛି । ଦଳରେ ମୋତେ ଯାହା ଦାୟିତ୍ବ ମିଳିବା ତାହାର ମୁଁ ସୂଚାରୁ ରୂପେ ସମ୍ପାଦନ କରିବି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.