ETV Bharat / bharat

ସଡକ ଉପରେ ସରକାର ! ଉପରାଜ୍ୟପାଳଙ୍କ ବାସଭବନ ଅଭିମୁଖେ ଚାଲିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

author img

By

Published : Jan 16, 2023, 9:23 PM IST

ଉପରାଜ୍ୟପାଳଙ୍କ ବାସଭବନ ଅଭିମୁଖେ କେଜ୍ରିଓ୍ବାଲଙ୍କ ପଦଯାତ୍ରା
ଉପରାଜ୍ୟପାଳଙ୍କ ବାସଭବନ ଅଭିମୁଖେ କେଜ୍ରିଓ୍ବାଲଙ୍କ ପଦଯାତ୍ରା

ସରକାରୀ ଶିକ୍ଷକଙ୍କୁ ପ୍ରଶିକ୍ଷଣ ପାଇ ଫିନଲ୍ୟାଣ୍ଡ ପଠାଇବା ନିଷ୍ପତ୍ତିକୁ ନେଇ କେଜ୍ରିଓ୍ବାଲ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ । ଉପରାଜ୍ୟପାଳ ହସ୍ତକ୍ଷେପ କରୁଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ପଦଯାତ୍ରା କଲା ଦଳ ।

ହାଇଦ୍ରାବାଦ: ଦିଲ୍ଲୀର ସରକାରୀ ଶିକ୍ଷକଙ୍କୁ ପ୍ରଶିକ୍ଷଣ ପାଇଁ ଫିନଲ୍ୟାଣ୍ଡ ପଠାଇବା ନିଷ୍ପତ୍ତିରେ ପୁଣି ମୁହାଁମୁହିଁ ଉପରାଜ୍ୟପାଳ ଓ ଦିଲ୍ଲୀ ସରକାର । ଉପରାଜ୍ୟପାଳ ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବା ସହ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ଆମ ଆଦମୀ ପାର୍ଟି ଆଜି ଆନ୍ଦୋଳନ କରିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ବରେ ଉପରାଜ୍ୟପାଳ ବିନୟ ସକ୍ସେନାଙ୍କ ବାସଭବନ ଅଭିମୁଖେ ପଦଯାତ୍ରା କରିଛି ଦଳ । ଏହି ପଦଯାତ୍ରାର ନେତୃତ୍ବ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ନେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ବହୁ ମନ୍ତ୍ରୀ ଓ ବିଧାୟକ ସାମିଲ ହୋଇଥିଲେ ।

  • Hon’ble LG saying he never rejected teachers’ Finland training proposal.

    If that is the case, Hon’ble LG may kindly write me a letter immediately saying that he has no objection to the teachers’ training proposal in Finland and the matter will be over?

    — Arvind Kejriwal (@ArvindKejriwal) January 16, 2023 " class="align-text-top noRightClick twitterSection" data=" ">

ହାତରେ ପ୍ଲାକକାର୍ଡ ଧରି ଆପ ନେତାମାନେ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ବିରୋଧ କରିଥିଲେ । ଦିଲ୍ଲୀର ଶିକ୍ଷା ନୀତିରେ ଉପରାଜ୍ୟପାଳ ହସ୍ତକ୍ଷେପ ନକରନ୍ତୁ ଓ ସରକାରୀ ଶିକ୍ଷକଙ୍କୁ ଫିନଲ୍ୟାଣ୍ଡ ଯିବାକୁ ଦୁଅନ୍ତୁ ବୋଲି ଲେଖାଥିବା ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବାଧୀନ ଆପ ଟିମ୍‌ । ଦିଲ୍ଲୀ ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ନେଇ ଆଜି ବିଧାନସଭାରେ ଜୋରଦାର ବିତର୍କ ହୋଇଥିଲା । ସରକାରଙ୍କ ଫିନଲ୍ୟାଣ୍ଡକୁ ଶିକ୍ଷକ ପଠାଇବା ନିଷ୍ପତ୍ତିକୁ ବିରୋଧୀ ଭାରତୀୟ ଜନତା ପାର୍ଟିର ବିଧାୟକମାନେ ବିରୋଧ କରିବା ସହ ଅତ୍ୟନ୍ତ ବେଆଇନ ଓ ଅନାବଶ୍ୟକ ନିଷ୍ପତ୍ତି ବୋଲି ଦର୍ଶାଇଥିଲେ ।

ଆଜି ଠାରୁ ଆରମ୍ଭ ହୋଇଥିବା 3 ଦିନିଆ ଅଧିବେଶନର ପ୍ରଥମ ଦିନରୁ ଏହି ପ୍ରସଙ୍ଗରେ ଦିଲ୍ଲୀ ବିଧାନସଭା ଅଚଳ ହୋଇପଡିଥିଲା । ପ୍ରଥମେ ଏହି ପ୍ରସଙ୍ଗ ନେଇ ଆପ ଓ ବିଜେପି ବିଧାୟକମାନେ ମୁହାଁମୁହିଁ ହୋଇଥିଲେ । ବିଜେପି ରାଜଧାନୀରେ ବାୟୁ ପ୍ରଦୂଷଣ ପ୍ରସଙ୍ଗରେ କେଜ୍ରିଓ୍ବାଲ ସରକାରକୁ ଦାୟୀ କରି ହାତରେ ଅକ୍ସିଜେନ ସିଲିଣ୍ଡର ଧରି ସଦନରେ ପ୍ରବେଶ କରିଥିଲେ । ଯାହାକୁ ନେଇ ବିଜେପି ବିଧାୟକଙ୍କ ଉପରେ ବାଚସ୍ପତି ରାମନିବାସ ଗୋଏଲ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ଉପରାଜ୍ୟପାଳ ବିନୟ ସକ୍ସେନା ଦିଲ୍ଲୀ ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବା ସହ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ଆପ ପଦଯାତ୍ରା କରିଥିଲା ।

ତେବେ ଆପ ସରକାର ଉପରାଜ୍ୟପାଳଙ୍କ ବିରୋଧରେ କରୁଥିବା ଅଭିଯୋଗ ନେଇ ରାଜଭବନରୁ ମଧ୍ୟ ପ୍ରତିକ୍ରିୟା ଆସିଛି । ଏହାକୁ ଖଣ୍ଡନ କରିବା ସହ ଉପରାଜ୍ୟପାଳ ବିଦେଶକୁ ପ୍ରଶିକ୍ଷଣ ପାଇଁ ଶିକ୍ଷକ ପଠାଇବା ନିଷ୍ପତ୍ତିକୁ ବିରୋଧ କରୁନାହାନ୍ତି ବରଂ ଏହି ନିଷ୍ପତ୍ତିରେ ଲାଭାଂଶ ତୂଳନାରେ ଏଥିରେ ଖର୍ଚ୍ଚ ପରିମାଣକୁ ବିଚାର କରିବାକୁ ଦିଲ୍ଲୀ ସରକାରକୁ ପରାମର୍ଶ ଦିଆଯାଇଥିବା କୁହାଯାଇଛି । ଚଳିତ ମାସ 24 ରେ ଅନ୍ୟପଟେ ଦିଲ୍ଲୀ ମେୟର ନିର୍ବାଚନ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.