ETV Bharat / bharat

Borewell Tragedy: ୭୦ ଫୁଟ ତଳେ ଫସିଛି ୯ବର୍ଷର ଜୀବନ, ୧୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଛି ରେସ୍କ୍ୟୁ ଅପରେସନ୍

author img

By

Published : May 20, 2023, 10:38 PM IST

ଖେଳୁଖେଳୁ ବୋରୱେଲ୍ ମଧ୍ୟରେ ପଡିଗଲା ୯ ବର୍ଷର ଜୀବନ
ଖେଳୁଖେଳୁ ବୋରୱେଲ୍ ମଧ୍ୟରେ ପଡିଗଲା ୯ ବର୍ଷର ଜୀବନ

ଖେଳୁଖେଳୁ ବୋରୱେଲ୍ ମଧ୍ୟରେ ପଡିଗଲା ୯ ବର୍ଷର ଜୀବନ । ୩ଶହ ଫୁଟ୍ ଗଭୀର ଗାତରେ ପଡି ଜୀବନ ସହ ସଂର୍ଘଷ କରୁଛି ନାବାଳକ । ଅଧିକ ପଢ଼ନ୍ତୁ

ଖେଳୁଖେଳୁ ବୋରୱେଲ୍ ମଧ୍ୟରେ ପଡିଗଲା ୯ ବର୍ଷର ଜୀବନ

ଜୟପୁର: ପୁଣି ସାମ୍ନାକୁ ଆସିଲା ଆଉ ଏକ ବୋରୱେଲ୍ ଟ୍ରାଜେଡି । ଖେଳୁଖେଳୁ ବୋରୱେଲ୍ ମଧ୍ୟରେ ପଡିଗଲା ୯ ବର୍ଷର ଜୀବନ । ୩ଶହ ଫୁଟ ଗଭୀର ଗାତରେ ପଡି ଜୀବନ ସହ ସଂର୍ଘଷ କରୁଛି ନାବାଳକ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ରାଜଧାନୀ ଜୟପୁରରେ । ଜୟପୁରରୁ କିଛି ଦୂରରେ ଅବସ୍ଥିତ ଭୋଜପୁରା ଗାଁରେ ଶନିବାର ସକାଳେ ଏପରି ଘଟଣା ଘଟିଛି ।

ସୂଚନାନୁଯାୟୀ, ଭୋଜପୁରା ଗାଁର ନଅ ବର୍ଷର ବାଳକ ଖେଳୁଖେଳୁ ୩ଶହ ଫୁଟ ଗଭୀର ବୋରୱେଲ୍ ମଧ୍ୟରେ ପଡିଯାଇଥିଲା । ପରିବାର ବାଳକକୁ ଖୋଜିବା ସମୟରେ ସେ ବୋରୱେଲରେ ପଡିଥିବା ଦେଖି ଗ୍ରାମବାସୀଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ । ପରେ ଘଟଣାର ସୂଚନା ପାଇ ସିଭିଲ ଡିଫେନ୍ସ ଏବଂ ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଏହାସହ ଜେବନେର ପୋଲିସ ପହଞ୍ଚି ଉଦ୍ଧାର କର୍ଯ୍ୟରେ ସହଯୋଗ କରୁଛି ।

ଗ୍ରାମବାସୀଙ୍କ ସୂଚନାନୁଯାୟୀ, ଭୋଜପୁରା ଗାଁରେ ବହୁତ ସମୟଧରି ଏହି ବୋରୱେଲ ବନ୍ଦ ପଡିଥିଲା । ବୋରୱେଲ ମୁହଁକୁ ଏକ ବଡ ପଥର ଦ୍ବାରା ବନ୍ଧ କରାଯାଇଥିଲା । ଶନିବାର ସକାଳେ ପିଲାମାନେ ବୋରୱେଲ ନିକଟରେ ଖେଳୁଥିଲେ । ଖେଳୁବା ସମୟରେ ପିଲାମାନେ ଏହି ବୋରୱେଲରୁ ପଥର କାଢି ଦେଇଛନ୍ତି । ଯାହାଫଳରେ ୯ ବର୍ଷର ବାଳକ ଅକ୍ଷିତ ଓରଫ ଲକି ବୋରୱେଲରେ ପଡିଯାଇଛି । ନାବାଳକ ବୋରୱେଲ ମଧ୍ୟରେ ପଡିବା ଘଟଣା ଗାଁରେ ବ୍ୟାପିବା ପରେ ବୋରୱେଲ ପାଖରେ ଲମ୍ବାଭିଡ ହୋଇଥିଲା । ପର ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିଭିଲ ଡିଫେନ୍ସ ଏବଂ ଏନଡିଆରଏଫ୍ ଟିମ୍‌କୁ ସୂଚନା ଦେଇଥିଲା । ଏନଡିଆରଏଫ୍ ପହଞ୍ଚି ପିଲାର ସ୍ଥିତି ପରକ୍ଷୀଛନ୍ତି । ତେବେ ବୋରୱେଲ ମଧ୍ୟରେ ପିଲାର ପାଟି ଶୁଣିବା ପରେ ଉଦ୍ଧାର ଦଳ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ଶନିବାର ସକାଳ ୭ଟାରେ ଏହି ଘଟଣା ଘଟିଥିଲା ।

ଘଟଣାସ୍ଥଳରେ ଜେବନେର ଏସଡିଏମ୍ ଅରୁଣ କୁମାର ଜୈନ୍‌, ତହସିଲଦାର ପୱନ ଚୌଧୁରୀ ସହ ଥାନା ଅଧିକାରୀଙ୍କ ଘଟଣାସ୍ଥଳରେ ପହଞ୍ଚି ପରିବାରକୁ ଆଶ୍ବସନା ଦେବା ସହ ଉଦ୍ଧାରକାର୍ଯ୍ୟ କରୁଛନ୍ତି । ତେବେ ବୋରୱେଲ ପ୍ରାୟ ୩ଶହ ଫୁଟ୍ ଗଭୀର ହୋଇଥିବା ବେଳେ ପିଲାଟି 70ଫୁଟ୍ ଗଭିରତାରେ ଯାଇ ଫସିଥିବା ଜଣାପଡିଛି । ଦୀର୍ଘ ୧୦ ଘଣ୍ଟା ଧରି ପିଲାଟି ବୋରୱୋଲ ମଧ୍ୟରେ ଫସିଥିବା ବେଳେ ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.