ETV Bharat / bharat

ନେପାଳ ବିମାନ ଦୁର୍ଘଟଣା: ଜନ୍ମମାଟିରେ ପହଞ୍ଚିଲା ୪ ଭାରତୀୟଙ୍କ ମୃତଦେହ

author img

By

Published : Jan 24, 2023, 12:57 PM IST

ନେପାଳ ବିମାନ ଦୁର୍ଘଟଣା
ନେପାଳ ବିମାନ ଦୁର୍ଘଟଣା

ନେପାଳ ବିମାନ ଦୁର୍ଘଟଣା । ଜନ୍ମମାଟିରେ ପହଞ୍ଚିଲା ୪ ଭାରତୀୟଙ୍କ ମୃତଦେହ । ଆଜି ହେବ ଅନ୍ତିମ ସଂସ୍କାର । ଅଧିକ ପଢନ୍ତୁ

ଲକ୍ଷ୍ନୌ: ନେପାଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଭାରତୀୟଙ୍କ ମୃତଦେହ ଜନ୍ମମାଟିରେ ପହଞ୍ଚିଛି । ଗତକାଲି ମୃତଦେହଗୁଡିକୁ ସେମାନଙ୍କ ପରିଜନଙ୍କୁ ହସ୍ତାନ୍ତର କରାଯାଇଥିଲା । ଆଜି ସକାଳେ ସେମାନେ ନେପାଳରୁ ଜନ୍ମମାଟି ଉତ୍ତରପ୍ରଦେଶର ଗାଜିପୁରରେ ପହଞ୍ଚିଛନ୍ତି । ମୃତଦେହ ଗାଁକୁ ଅଣାଯିବା ପରେ ସମଗ୍ର ଅଞ୍ଚଳ କାନ୍ଦ ବୋବାଳିରେ ଫାଟି ପଡିଥିଲା । ଆଜି ସମସ୍ତଙ୍କର ଅନ୍ତିମ ସଂସ୍କାର କରାଯିବାକୁ ଥିବା ସୂଚନା ମିଳିଛି ।

ଗତ ୧୫ ତାରିଖରେ ନେପାଳରେ ଘଟିଥିବା ବିମାନ ଦୁର୍ଘଟଣାରେ ଗାଜିପୁରର ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତକମାନେ ହେଲେ ସୋନୁ ଜୟସ୍ବାଲ(୨୮), ବିଶାଲ ଶର୍ମା(୨୩), ଅନିଲ ରାଜଭର(୨୮) ଏବଂ ଅଭିଶେଖ କୁଶୱାହା(୨୫) । ସେମାନେ ଘନିଷ୍ଠ ବନ୍ଧୁ ଥିଲେ । ଗତ ୧୨ ତାରିଖରେ ସମସ୍ତେ ମିଶି ନେପାଳ ବୁଲିବାକୁ ଯାଇଥିଲେ ।

ସୂଚନା ମୁତାବକ, ଦୁର୍ଘଟଣାସ୍ଥଳରୁ ମୃତଦେହଗୁଡିକୁ ଉଦ୍ଧାର କରାଯାଇ ନେପାଳର ତ୍ରିଭୁବନ ୟୁନିଭରସିଟି ଟିଚିଂ ହସ୍ପିଟାଲରେ ରଖାଯାଇଥିଲା । ପୀଡିତଙ୍କ ପରିବାର ଦ୍ବାରା ଦିଆଯାଇଥିବା ପ୍ରମାଣ ଆଧାରରେ ଶନିବାର ଦିନ ବିଶାଲ ଶର୍ମାଙ୍କ ମୃତଦେହ ଚିହ୍ନଟ କରାଯାଇଥିଲା । ରବିବାର ଅନୀଲ କୁମାର, ଅଭିଶେଖ ଓ ଗତକାଲି ସୋନୁଙ୍କ ମୃତଦେହ ଚିହ୍ନଟ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଆଜି ସକାଳେ ମୃତଦେହଗୁଡିକୁ ନେପାଳରୁ ଗାଜିପୁର ଅଣାଯାଇଛି ।

ଏହାମଧ୍ୟ ପଢନ୍ତୁ: Pokhara Plane Crash: କାଠମାଣ୍ଡୁରେ ବିମାନ ଦୁର୍ଘଟଣା, 5 ଭାରତୀୟଙ୍କ ସମେତ 68 ମୃତ !

ନେପାଳ ପୋଖରାଠାରେ ଭୟଙ୍କର ବିମାନ ଦୁର୍ଘଟଣାରେ ୫ ଜଣ ଭାରତୀୟଙ୍କ ସମେତ ମୋଟ ୭୨ ଜଣ ପ୍ରାଣ ହରାଇଛନ୍ତି । ଏଥିରେ ୪ ଜଣ ବିମାନ କର୍ମଚାରୀ ଓ ୬୮ ଜଣ ଯାତ୍ରୀ ଥିଲେ । ବିମାନଟି ଅବତରଣ କରିବାର ମାତ୍ର ୧୦ ସେକେଣ୍ଡ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୫ ଜଣ ଭାରତୀୟଙ୍କ ମଧ୍ୟରୁ ଗତ ସପ୍ତାହରେ ସଞ୍ଜୟ ଜୟସ୍ବାଲଙ୍କ ମୃତଦେହ ଚିହ୍ନଟ ପରେ ଭାରତ ଅଣାଯାଇଥିଲା । ସେହିପରି ଦୁର୍ଘଟଣାସ୍ଥଳରୁ ଏ ପର୍ଯ୍ୟନ୍ତ ୭୧ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେ ବି ଜଣଙ୍କର ପତ୍ତା ମିଳିନି ।

ସମସ୍ତ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଅନ୍ୟପଟେ ପୀଡିତ ପରିବାରକୁ ୫ ଲକ୍ଷ ବଦଳରେ ୫୦ ଲକ୍ଷ ଟଙ୍କା ଏବଂ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି ଦେବାକୁ କଂଗ୍ରେସ ଦାବି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.