Pokhara Plane Crash: କାଠମାଣ୍ଡୁରେ ବିମାନ ଦୁର୍ଘଟଣା, 5 ଭାରତୀୟଙ୍କ ସମେତ 68 ମୃତ !

author img

By

Published : Jan 15, 2023, 11:46 AM IST

Updated : Jan 15, 2023, 5:31 PM IST

ନେପାଳ କାଠମାଣ୍ଡୁରେ ଭୟଙ୍କର ବିମାନ ଦୁର୍ଘଟଣା

ନେପାଳ କାଠମାଣ୍ଡୁରେ ଅବତରଣ ବେଳେ ରନୱେରେ କ୍ରାସ ହେଲା ବିମାନ । ଦୁର୍ଘଟଣାରେ 68 ଯାତ୍ରୀଙ୍କ ମୃତ୍ୟୁ ସୂଚନା । ମୃତକଙ୍କ ମଧ୍ୟରେ ରହିଛନ୍ତି 5 ଭାରତୀୟ । ଉଦ୍ଧାର ପ୍ରକ୍ରିୟା ଜାରି । ଅଧିକ ପଢନ୍ତୁ

କାଠମାଣ୍ଡୁରେ ବିମାନ ଦୁର୍ଘଟଣା

ହାଇଦ୍ରାବାଦ: ନେପାଳ ରାଜଧାନୀ କାଠମାଣ୍ଡୁରେ ଭୟଙ୍କର ବିମାନ ଦୁର୍ଘଟଣା । ଏଥିରେ 68 ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ 5ଜଣ ଭାରତୀୟ ମଧ୍ୟ ରହିଛନ୍ତି । ପୋଖରା ଅନ୍ତର୍ଜାତୀୟ ବିମାନ ବନ୍ଦରରରେ ଏହି 72 ଯାତ୍ରୀ ବିଶିଷ୍ଟ ୟେତି ଏୟାରଲାଇନ୍ସ ବିମାନଟି ଅବତରଣ କରିବା ବେଳେ ରନଓ୍ବେରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ 68ଜଣ ଯାତ୍ରୀ ଓ 4ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ 72 ଜଣ ଥିଲେ । ଏବେ ସୁଦ୍ଧା 68 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତଦେହ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି ।

  • A 72-seater passenger aircraft crashes on the runway at Pokhara International Airport in Nepal. Rescue operations are underway and the airport is closed for the time being. Details awaited. pic.twitter.com/Ozep01Fu4F

    — ANI (@ANI) January 15, 2023 " class="align-text-top noRightClick twitterSection" data=" ">

ୟେତି ଏୟାରଲାଇନ୍ସ ମୁଖପାତ୍ରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିମାନରେ 53 ଜଣ ନେପାଳି, 5 ଜଣ ଭାରତୀୟ, 4 ଜଣ ଋଷିୟ ନାଗରିକ, ଜଣେ ଆୟାରଲାଣ୍ଡରୁ, 2 ଜଣ କୋରିଆନ, ଜଣେ ଆର୍ଜେଣ୍ଟିନା ଓ ଜଣେ ଫ୍ରାନ୍ସ ନାଗରିକ ଯାତ୍ରା କରୁଥିଲେ । ବିମାନରେ 2 ଶିଶୁ ମଧ୍ୟ ଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣାର କାରଣ ସମ୍ପର୍କରେ ସ୍ପଷ୍ଟ ହୋଇନଥିବା ବେଳେ ଯାନ୍ତ୍ରିକ ତ୍ରୁଟି ସମ୍ଭାବ୍ୟ କାରଣ ବୋଲି ଅନୁମାନ କରାଯାଉଛି । ବରିଷ୍ଠ ଅଧିକାରୀ ଓ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଉପସ୍ଥିତିରେ ଉଦ୍ଧାର କାର୍ଯ୍ୟ କରାଯାଉଥିବା ମଧ୍ୟ ସମ୍ପୃକ୍ତ ଏୟାରଲାଇନ୍ସ ମୁଖପାତ୍ର ସୁଦର୍ଶନ ର୍ବାତାଲା କହିଛନ୍ତି । ।

ଏହା ବି ପଢନ୍ତୁ...Encounter In Budgam: ବଡଗାମରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ

ନେପାଳ ବିମାନ ଚଳାଚଳ ମନ୍ତ୍ରଣାଳୟର ସୂଚନା ଅନୁସାରେ ୟେତି ଏୟାରଲାଇନ୍ସ 9 ଏନଏନସି-72 ବିମାନଟି 68 ଜଣ ଯାତ୍ରୀ ଓ 4 ଜଣ କ୍ରୁ ସଦସ୍ୟଙ୍କୁ ନେଇ କାଠମାଣ୍ଡୁ ବିମାନ ବନ୍ଦରରୁ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ପୂର୍ବାହ୍ନ 10ଟା 33ରେ ଉଡାଣ ଭରିଥିଲା । ତେବେ ପୋଖରା ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରିବାକୁ ଯାଉଥିବା ବେଳେ ବିମାନଟି ପୁରୁଣା ଏୟାରପୋର୍ଟ ଓ ନୂଆ ଏୟାରପୋର୍ଟ ମଧ୍ୟରେ ଥିବା ସେତି ନଦୀ କୂଳରେ ଖସି ପଡିଥିଲା । କ୍ରାସ ହୋଇ ଯିବାରୁ ବିମାନରେ ନିଆଁ ଲାଗିଯାଇଥିଲା । ଘଟଣାକୁ ନେଇ ନେପାଳ ସରକାର ଜରୁରୀକାଳୀନ କ୍ୟାବିନେଟ ବୈଠକ ଡାକିଛନ୍ତି ।

ଜାନୁଆରୀ 6 ତାରିଖରେ ପ୍ରଶିକ୍ଷଣ ସମୟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମଧ୍ୟପ୍ରଦେଶର ରେଓ୍ବାର ଚୌରହଟା ଏୟାରଷ୍ଟ୍ରିପରେ ଏକ ବିମାନ ବିମାନ ମନ୍ଦିରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 15, 2023, 5:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.