ETV Bharat / bharat

ଖୁବଶୀଘ୍ର ଖୋଲା ବଜାରରେ ମିଳିବ କୋଭିସିଲ୍ଡ ଓ କୋଭାକ୍ସିନ, ୨୫୦ ତଳେ ରହିପାରେ ମୂଲ୍ୟ

author img

By

Published : Jan 26, 2022, 9:24 PM IST

ଖୁବଶୀଘ୍ର ଖୋଲା ବଜାରରେ ମିଳିବ କୋଭିସିଲ୍ଡ ଓ କୋଭାକ୍ସିନ, ୨୫୦ ତଳେ ରହିପାରେ ମୂଲ୍ୟ
ଖୁବଶୀଘ୍ର ଖୋଲା ବଜାରରେ ମିଳିବ କୋଭିସିଲ୍ଡ ଓ କୋଭାକ୍ସିନ, ୨୫୦ ତଳେ ରହିପାରେ ମୂଲ୍ୟ

ଖୋଲା ବଜାରରେ ଖୁବଶୀଘ୍ର ମିଳିବାକୁ ଯାଉଛି ଭାରତୀୟ ଫାର୍ମା କମ୍ପାନୀ ନିର୍ମିତ କୋଭିଡ ଟିକା କୋଭାସିଲ୍ଡ ଓ କୋଭାକ୍ସିନ । ମୂଲ୍ୟ ଚୂଡାନ୍ତ ହେବା ପରେ ମିଳିବ ଅନୁମତି । ଉଭୟ ଟିକାର ମୁଲ୍ୟ ସୁଲଭ କରିବାକୁ ଜାରି ରହିଛି ପ୍ରୟାସ ।

ନୂଆଦିଲ୍ଲୀ: ଏଣିକି ଖୋଲା ବଜାରରେ ଉପଲବ୍ଧ ହେବାକୁ ଯାଉଛି କୋଭିଡ ଟିକା କୋଭିସିଲ୍ଡ ଓ କୋଭାକ୍ସିନ । ଉଭୟ ଟିକା ନିୟମିତ ବଜାରରେ ପ୍ରବଶ କରିବା ପାଇଁ ସମସ୍ତ ମାପଦଣ୍ଡ ପୂରଣ କରିସାରିଥିବା ବେଳେ କେବଳ ମୂଲ୍ୟ ଚୂଡାନ୍ତ ହେବା ବାକି ରହିଛି । ବଜାର ମୂଲ୍ୟ ଚୂଡାନ୍ତ ହେବା ପରେ ଉଭୟଙ୍କୁ ଖୋଲା ବଜାରରେ ପ୍ରବେଶ ଅନୁମତି ମିଳିବା ନେଇ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ପକ୍ଷରୁ ସୂଚନା ମିଳିଛି ।

ବର୍ତ୍ତମାନ ସୁଦ୍ଧା ଜାତୀୟ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି (NPPA), ଡ୍ରଗ୍ ରେଗୁଲେଟର ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ କୋଭିସିଲ୍ଡ ଏବଂ କୋଭାକ୍ସିନର ମୂଲ୍ୟ ସ୍ଥିର କରିବାକୁ ବୈଠକ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । ତେଣୁ ଏଥିପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିପାରେ ବୋଲି ଆଶା କରାଯାଉଛି ।

ଉଭୟ ଟିକାକୁ ସାଧାରଣ ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ଯୋଗାଇବା ଉପରେ ଗୁରୁତ୍ବ ଦିଆଯାଉଛି । ତେଣୁ ଉଭୟ ଟିକାର ପ୍ରତି ଡୋଜକୁ 275 ଟଙ୍କାରୁ କମ ମୂଲ୍ୟରେ ଖୋଲା ବଜାରରେ ଉପଲବ୍ଧ କରାଇବା ପାଇଁ ପ୍ରୟାସ ଜାରି ରହିଛି । ସେହିପରି ଅତିରିକ୍ତ ସେବା ଶୁଳ୍କ 150 ରୁ କମ୍ ହେବ ବୋଲି ମଧ୍ୟ ଆଶା କରାଯାଉଛି । କେନ୍ଦ୍ର ସରକାରଙ୍କ ଦ୍ବାରା କରାଯାଉଥିବା ଟୀକାକରଣରେ ଉଭୟ କମ୍ପାନୀ ରିହାତି ମୂଲ୍ୟରେ ସରକାରଙ୍କୁ ଟୀକା ଯୋଗାଇଥିଲେ ।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ଏବଂ ଭାରତ ବାୟୋଟେକ୍ ଉଭୟ ଗତବର୍ଷ ଡିସେମ୍ବର 21 ରେ କୋଭିସିଲ୍ଡ ଏବଂ କୋଭାକ୍ସିନ ପାଇଁ ବଜାର ଅନୁମୋଦନ ଅନୁମତି ଆବେଦନ କରିଥିଲେ । ଗତ ସପ୍ତାହରେ ଅନୁଷ୍ଠିତ ବୈଠକରେ ବିଷୟ ବିଶେଷଜ୍ଞ କମିଟି ଉଭୟ ଟିକା ଉତ୍ପାଦନକାରୀ କମ୍ପାନୀକୁ ବଜାର ଅନୁମୋଦନ ଦେବା ପୂର୍ବରୁ ଅଧିକ ତଥ୍ୟ ଦାଖଲ କରିବାକୁ କହିଥିଲେ । ତେବେ ଖୁବଶୀଘ୍ର ଟିକା ଖୋଲା ବଜାରରେ ମିଳିବା ନେଇ ଆଶା କରାଯାଉଛି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.