ETV Bharat / bharat

କମିବ କୋଭିସିଲ୍ଡ ଦ୍ବିତୀୟ ଡୋଜ ସମୟ ବ୍ୟବଧାନ: NTAGI

author img

By

Published : Mar 20, 2022, 7:33 PM IST

Updated : Mar 20, 2022, 7:39 PM IST

କମିବ କୋଭିସିଲ୍ଡ ଦ୍ବିତୀୟ ଡୋଜ ସମୟ ବ୍ୟବଧାନ: NTAGI
କମିବ କୋଭିସିଲ୍ଡ ଦ୍ବିତୀୟ ଡୋଜ ସମୟ ବ୍ୟବଧାନ: NTAGI

କୋଭିଡ୍‌ ଟୀକାକରଣକୁ ନେଇ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଖାସ କରି କୋଭିସିଲ୍ଡ ଟିକାକୁ ନେଇ ନିୟମରେ ପରିବର୍ତ୍ତନ କରାଯିବ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କୋଭିଡ୍‌ ଟୀକାକରଣକୁ ନେଇ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଖାସ କରି କୋଭିସିଲ୍ଡ ଟିକାକୁ ନେଇ ନିୟମରେ ପରିବର୍ତ୍ତନ କରାଯିବ । କୋଭିସିଲ୍ଡ ଟିକା ପ୍ରଦାନରେ ଥିବା ସମୟ ବ୍ୟବଧାନକୁ ପରିବର୍ତ୍ତନ କରାଯିବା ନେଇ ନ୍ୟାସନାଲ ଟେକନିକାଲ ଆଡଭାଇଜରୀ ଗ୍ରୁପ୍‌ ଅନ୍‌ ଇମ୍ୟୁନାଜାଇସେନ (National Technical Advisory Group on Immunisation) କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଛନ୍ତି ।

ତେବେ ପୂର୍ବରୁ ପ୍ରଥମ ଡୋଜ କୋଭିସିଲ୍ଡ ଟିକା ନେବା ପରେ ୧୨ରୁ ୧୬ ସପ୍ତାହ ମଧ୍ୟରେ ଦ୍ବିତୀୟ ଡୋଜ ପାଇଁ ସମୟ ରହିଥିବା ବେଳେ ଏହାକୁ ୮ର ୧୬ ସପ୍ତାହ କରିବାକୁ ଯାଉଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଏଥିସହ ଗତ ବର୍ଷ ୧୩ ମଇ ୨୦୨୧ରେ କେନ୍ଦ୍ର ସରକାର କୋଭିସିଲ୍ଡ ଦ୍ବିତୀୟ ଡୋଜ ନେବା ଲାଗି ୬ରୁ ୮ ସପ୍ତାହ ଥିବା ବେଳେ ଏହାକୁ ୧୨ରୁ ୧୬ ସପ୍ତାହକୁ ପରିବର୍ତ୍ତନ କରିଥିଲେ । ଏଥିପାଇଁ ନ୍ୟାସନାଲ ଟେକନିକାଲ ଆଡଭାଇଜରୀ ଗ୍ରୁପ୍‌ ଅନ୍‌ ଇମ୍ୟୁନାଜାଇସେନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ସୁପାରିଶ କରିଥିଲେ ।

ଏପଟେ ଓମିକ୍ରନ ଏବଂ ୟୁରୋପ ସମେତ ଅନ୍ୟ ଦେଶରେ କୋଭିଡ ସଂକ୍ରମଣ ବଢୁଥିବା କାରଣରୁ ଭାରତରେ ଟୀକାକରଣ କ୍ଷେତ୍ରରେ ନିୟମ ପରିବର୍ତ୍ତନ କରିବାକୁ ନ୍ୟାସନାଲ ଟେକନିକାଲ ଆଡଭାଇଜରୀ ଗ୍ରୁପ୍‌ ଅନ୍‌ ଇମ୍ୟୁନାଜାଇସେନ ଏହି ପ୍ରସ୍ତାବ ଦେଇଛି । ଏଥିସହ ଭାରତରେ ବର୍ତ୍ତମାନ କୋଭିଡ ସଂକ୍ରମଣ ହାର ଖସିବାରେ ଲାଗିଛି । ଏହା ସହିତ ଆଜି ଦେଶରେ ୧୭୬୧ ନୂଆ କୋଭିଡ୍‌ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୬୮୮ ଦିନରେ ଏହା ସର୍ବନିମ୍ନ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଭାରତରେ ଆକ୍ଟିଭ୍‌ କେଶଲୋଡ କମୁଥିବା ବେଳେ ବର୍ତ୍ତମାନ ୨୬, ୨୪୦ ରହିଛି । ଏହା ମୋଟ ପଜିଟିଭିର ୦.୦୬ ପ୍ରତିଶତ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

@IANS

Last Updated :Mar 20, 2022, 7:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.