ETV Bharat / bharat

ଭାଙ୍ଗିଲା ୧୫୦ବର୍ଷର ପରମ୍ପରା, ଜଳିଲାନି ରାବଣ ପୁତଳା

author img

By

Published : Oct 6, 2022, 8:28 PM IST

ଭାଙ୍ଗିଲା ୧୫୦ବର୍ଷର ପରମ୍ପରା, ଜଳିଲାନି ରାବଣ ପୁତଳା
ଭାଙ୍ଗିଲା ୧୫୦ବର୍ଷର ପରମ୍ପରା, ଜଳିଲାନି ରାବଣ ପୁତଳା

ଉତ୍ତରାଖଣ୍ଡର ଅଲମୋରାରେ ଦଶହରାରେ ଭାଙ୍ଗିଲା ୧୫୦ ବର୍ଷର ପରମ୍ପରା । ଏଠାରେ ରାବଣ ପୁତଳା ସହିତ ରାବଣ ପରିବାରର ଅନେକ ସଦସ୍ୟଙ୍କ ପୁତଳା ମଧ୍ୟ ଦାହ କରାଯାଏ । ମାତ୍ର ଦୀର୍ଘ ବର୍ଷର ପରମ୍ପରା ଏଠାରେ ଭାଙ୍ଗିବା ସହ ହୋଇପାରିଲାନି ରାବଣ ପୋଡ଼ି । ଅଧିକ ପଢନ୍ତୁ

ଡେରାଡୁନ: ଉତ୍ତରାଖଣ୍ଡର ସାଂସ୍କୃତିକ ନଗରୀ ଅଲମୋରାର ଭାଙ୍ଗିଲା ୧୫୦ବର୍ଷର ପରମ୍ପରା । ପ୍ରଥମ ଥର ପାଇଁ ଦଶହରାରେ ଜଳିଲାନି ରାବଣ ପୁତଳା (Ravana effigy not burn in Almora) । ରାବଣର ପୁତଳା ତିଆରି କରୁଥିବା ୨ ଗୋଷ୍ଠୀଙ୍କ ବିବାଦ କାରଣରୁ ହୋଇପାରିଲାନି ରାବଣ ପୋଡ଼ି । ଦଶହରା ମହୋତ୍ସବ ସମିତି ଉପରେ ୨ ଗୋଷ୍ଠୀ ଅଭିଯୋଗ ଆଣିବା ସହିତ ରାବଣ ପୁତଳାକୁ ସହରର ନନ୍ଦୋଦେବୀ ମନ୍ଦିର ନିକଟରେ ରଖାଯାଇଛି । ଯାହାକି ଅଲମୋରାରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଭାଙ୍ଗିଲା ୧୫୦ବର୍ଷର ପରମ୍ପରା

ଦଶହରା ଦିନ ୨ ସମିତିଙ୍କ ମଧ୍ୟରେ କୌଣସି ପ୍ରସଙ୍ଗକୁ ନେଇ ବିବାଦ ଉପୁଜିଥିଲା । ଗୋଟିଏ ପୁତଳା ସମିତିର ଯୁବକ ଅନ୍ୟ ଏକ ପୁତଳା ସମିତିର ଯୁବକ ତଥା ନନ୍ଦୋଦେବୀ ନିବାସୀ ଧନଞ୍ଜୟ ସହିତ ଖରାପ ଆଚରଣ କରିବା ପରେ ଏହି ବିବାଦ ତୀବ୍ର ରୂପ ନେଇଥିଲା । ଧନଞ୍ଜୟଙ୍କ କହିବାନୁସାରେ ଜଣେ ଯୁବକ ପ୍ରଥମେ ତାଙ୍କ ହାତ ଧରିଥିଲା, ଏହାପରେ ତାଙ୍କ ପୋଷାକ ଫାଡ଼ିବାକୁ ଚେଷ୍ଟା କରିଥିଲେ । ଏ ସମ୍ପର୍କରେ ସେ ଦଶହରା ମହୋତ୍ସବ ସମିତିକୁ ଜଣାଇଥିଲେ । ମାତ୍ର ସମିତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।

ଏହାପରେ ଦଶହରା ସମିତି ଓ ରାବଣ ପୁତଳା ତିଆରି କରୁଥିବା ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ରାବଣ ପୋଡ଼ି ପାଇଁ ତିଆରି କରୁଥିବା ଲୋକେ ମନା କରିଥିଲେ । ଏହାପରେ ବଜାରରୁ ରାବଣ ପୁତଳାକୁ ନେଇ ନନ୍ଦୋଦେବୀ ମନ୍ଦିର ନିକଟରେ ରଖାଯାଇଛି । ଏହିଠାରେ ରାବଣ ପୁତଳାକୁ ତିଆରି କରାଯାଇଥିଲା । ବିବାଦ ଯୋଗୁଁ ଅଲମୋରାରେ ୧୫୦ ବର୍ଷର ପରମ୍ପରା ଭାଙ୍ଗିଛି । ଏଠାରେ ପ୍ରତିବର୍ଷ ରାବଣ ପୋଡ଼ି ହେଉଥିବା ବେଳେ ବିବାଦ ପାଇଁ ରାବଣ ପୁତଳା ଜଳି ପାରିଲା ନାହିଁ । ଏହାକୁ ନେଇ ଉକ୍ତ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ଏହା ବି ପଢନ୍ତୁ- ମଇଁଷି ପଲକୁ ଧକ୍କା ଦେଲା ବନ୍ଦେଭାରତ ଏକ୍ସପ୍ରେସ

ଦଶହରା ସମିତିର ଅଧ୍ୟକ୍ଷ ଅଜିତ କାର୍କିଙ୍କ କହିବାନୁସାରେ ୨ ପୁତଳା ସମିତିଙ୍କ ବିରୋଧରେ ଗଣ୍ଡଗୋଳର ସମାଧାନ କରିବାକୁ ବହୁ ଚେଷ୍ଟା କରାଯାଇଥିଲା । ମାତ୍ର ଏହାପରେ ମଧ୍ୟ ରାବଣ ପୋଡ଼ି ହୋଇପାରିଲା ନାହିଁ । ଏପରି ଲୋକଙ୍କୁ ଆସନ୍ତା ବର୍ଷରୁ ପୁତଳା ତିଆରି କରିବା ପାଇଁ ଅନୁମତି ଦିଆଯିବ ନାହିଁ ।

ପ୍ରସିଦ୍ଧ ଅଲମୋରା ଦଶହରା:-

ଅଲମୋରାରର ଦଶହରା ପର୍ବ ପ୍ରସିଦ୍ଧ ଅଟେ । ବରିଷ୍ଠ ରଙ୍ଗକର୍ମୀ ନବୀନ ବିଷ୍ଟଙ୍କ କହିବାନୁସାରେ ଅଲମୋରାର ବଦ୍ରେଶ୍ବର ମନ୍ଦିରରେ ରାମଲୀଲାର ଆୟୋଜନ ହୋଇଥିଲା । ସେଠାରେ ପ୍ରଥମେ କେବଳ ରାବଣ ପୁତଳା ତିଆରି ହୋଇଥିଲା । ପରେ ଧୀରେ ଧୀରେ ରାବଣ ପରିବାରର ଅନେକ ସଦସ୍ୟଙ୍କ ପୁତଳା ତିଆରି କରାଯାଇ ଏହାକୁ ରାବଣ ପୋଡ଼ିରେ ସାମିଲ କରାଯାଇଥିଲା । ଏଠାରେ ରାବଣ ପରିବାରର ପ୍ରାୟ ୨୦ରୁ ଅଧିକ ସଦସ୍ୟଙ୍କ ପୁତଳା ଦାହ କରାଯାଏ । ମାତ୍ର ଏହି ଗୋଷ୍ଠୀ ବିବାଦ ଯୋଗୁଁ ରାବଣ ପୋଡ଼ି ହୋଇପାରିନଥିବା ବେଳେ ଏହା ପରମ୍ପରା ସହିତ ଖେଳ ବୋଲି କହିଛନ୍ତି ସମିତିର ଅଧ୍ୟକ୍ଷ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.