ETV Bharat / bharat

ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ନ୍ୟାୟ ଦାବିରେ ମୃତଦେହକୁ ଲୁଣରେ ପୋତିଲେ ବାପା

author img

By

Published : Sep 14, 2022, 7:37 PM IST

FATHER FIGHT FOR DAUGHTERS JUSTICE
ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ନ୍ୟାୟ ଦାବିରେ ମୃତଦେହକୁ ଲୁଣରେ ପୋତିଲେ ବାପା

ମହାରାଷ୍ଟ୍ର ନନ୍ଦୁବାର ଜିଲ୍ଲାରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ନ୍ୟାୟ ଦାବିରେ 42 ଦିନ ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର କରିନଥିଲେ ପରିବାର ଲୋକେ । ଶେଷରେ ଝିଅର ମୃତଦେହକୁ ଲୁଣରେ ପୋତି ଦେଇଥିଲେ । ଅଧିକ ପଢ଼ନ୍ତୁ

ମୁମ୍ବାଇ: ମହାରାଷ୍ଟ୍ର ନନ୍ଦୁବାର ଜିଲ୍ଲାରେ ଅଭାବନୀୟ ଘଟଣା । ମହିଳାଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ । ଝିଅର ମୃତଦେହକୁ ଅନ୍ତିମ ସଂସ୍କାର ନକରି 42 ଦିନ ପର୍ଯ୍ୟନ୍ତ ରଖିଥିଲେ । ନ୍ୟାୟ ପାଇଁ ଝିଅର ମୃତଦେହକୁ ଲୁଣରେ ପୋତିଥିଲେ ବାପା । ସେପଟେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଅନ୍ତେଷ୍ଟି କ୍ରିୟା ହେବାନାହିଁ ବୋଲି ପରିବାର ଲୋକେ କହିଛନ୍ତି ।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଝିଅକୁ ଦୁଷ୍କର୍ମ କରି ହତ୍ୟା କରାଯାଇଛି । କିନ୍ତୁ ପୋଲିସ ଆତ୍ମହତ୍ୟା ମାମଲା ରୁଜୁ କରିଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ଦୁଷ୍କର୍ମ ନେଇ କୌଣସି ତଥ୍ୟ ମିଳିନାହିଁ । ତେଣୁ ଗ୍ରାମବାସୀଙ୍କ ସହାୟତାରେ ମୃତ ମହିଳାଙ୍କ ବାପା ଏଭଳି ପଦକ୍ଷେପ ଉଠାଇଛନ୍ତି । ଘଟଣାସ୍ଥଳକୁ ଆସି ପୁନଃ ମୃତଦେହ ବ୍ୟବଚ୍ଛେଦ କରିବାକୁ ସେ ଦାବି କରିଛନ୍ତି । ଉକ୍ତ ଅଞ୍ଚଳର ରଣଜିତ ଠାକରେ ନାମକ ଜଣେ ବ୍ୟକ୍ତି ଏବଂ ତାର ସହଯୋଗୀ ଗତ ଅଗଷ୍ଟ 1ତାରିଖରୁ ଉକ୍ତ ମହିଳାଙ୍କୁ କାର ଯୋଗେ ଉଠାଇ ନେଇଥିଲା । ଏହାପରେ ରଣଜିତ ସମେତ 4 ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା ମହିଳା ଜଣକ ତାଙ୍କ ସମ୍ପର୍କିୀୟଙ୍କୁ କହିଥିଲେ ଏବଂ ସେମାନେ ତାଙ୍କୁ ହତ୍ୟା କରିଦେବେ ବୋଲି କହୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ପୁଞ୍ଚରେ ଘାଟିକୁ ଖସିଲା ବସ୍, 11 ମୃତ

କିଛିଦିନ ପରେ ଉକ୍ତ ମହିଳା ଜଣକ ଗଛରେ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କୁ ଫୋନଯୋଗେ ସୂଚନା ମିଳିଥିଲା । ସେମାନେ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଗ୍ରାମବାସୀଙ୍କ ସାହାଯ୍ୟରେ ପ୍ରମାଣ ନଷ୍ଟ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଦୁଷ୍କର୍ମ ନେଇ କୌଣସି ତଦନ୍ତ ହୋଇନଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା । ଏହି ମାମଲାରେ ପୋଲିସ ରଣଜିତ ସମେତ ତିନି ଜଣଙ୍କୁ ଗିରଫ କରିଛି । ହତ୍ୟାକୁ ଆତ୍ମହତ୍ୟା ରୂପ ଦିଆଯାଉଥିବା ମୃତ ମହିଳାଙ୍କ ବାପା ଅଭିଯୋଗ କରିଛନ୍ତି । ତେଣୁ ନ୍ୟାୟ ଦାବିରେ ଘର ନିକଟରେ ଥିବା ଏକ ଜମିରେ ଗାତ ଖୋଳି ଲୁଣ ସାହାଯ୍ୟରେ ଝିଅକୁ ପୋତି ଦେଇଥିଲେ । ସେପଟେ ଏହି ମାମଲାରେ ରଣଜିତ ଠାକରେଙ୍କ ସମେତ ତିନିଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ମୃତ୍ୟୁ ପୂର୍ବରୁ ଭାଇରାଲ ହୋଇଥିବା ମହିଳାଙ୍କ ଅଡ଼ିଓ କ୍ଲିପିଂକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ତେବେ ପୁଣିଥରେ ମୃତଦେହ ବ୍ୟବଚ୍ଛେଦ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.