ETV Bharat / bharat

ରାଜସ୍ଥାନରେ ଲିଡ କରୁଛି ବିଜେପି, ପଛରେ ପଡିଲା କଂଗ୍ରେସ

author img

By ETV Bharat Odisha Team

Published : Dec 3, 2023, 10:25 AM IST

Updated : Dec 3, 2023, 10:44 AM IST

Rajasthan Election Result live
Rajasthan Election Result live

ରାଜସ୍ଥାନରେ ଆଗେଇଲା ବିଜେପି ପଛରେ ପଡିଲା କଂଗ୍ରେସ । ପ୍ରାରମ୍ଭିକ ପର୍ଯ୍ୟାୟରେ 99ଟି ଆସନରେ ବିଜେପି ଆଗରେ ରହିଛି । ଅଧିକ ପଢନ୍ତୁ

ଜୟପୁର: ଆଜି ଆସିବ ରାଜସ୍ଥାନ ବିଧାନସଭା ନିର୍ବାଚନ ଫଳାଫଳ । ରାଜସ୍ଥାନରେ କିଏ ହାତେଇବ ଗାଦି । ପଦ୍ମ ଫୁଟିବ ନା କଂଗ୍ରେସ ଶାସନ ବଜାୟ ରଖିବ । ସକାଳ 8ରୁ ମତଦାନ ଆରମ୍ଭ ହୋଇଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପି ଆଗରେ ରହିଥିବା ବେଳେ କଂଗ୍ରେସ ପଛରେ ପଡିଛି । ବିଜେପି 99ଟି ଆସନରେ ଲିଡ କରୁଥିବା ବେଳେ କଂଗ୍ରେସ ମାତ୍ର 72ଟି ଆସନରେ ଲିଡ କରୁଛି । ସେହିପରି ବିଏସପି ଗୋଟିଏ, ଭାରତ ଆଦିବାସୀ ପାର୍ଟି 4ଟି, ସ୍ବାଧିନପ୍ରାର୍ଥୀ 9ଟି ଆସନରେ ଆଗୁଆ ରହିଛନ୍ତି । ଏନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ମଧ୍ୟପ୍ରଦେଶର 128 ଆସନରେ ଆଗରେ ବିଜେପି, ଛିନ୍ଦୱାଡରେ ଆଗୁଆ କମଳନାଥ

ସରଦାରପୁର ସିଟରେ ବିଜେପିକୁ ପଛରେ ପକାଇ ଆଗରେ ରହିଛି କଂଗ୍ରେସ । ଏହି ଆସନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଗରେ ରହିଛନ୍ତି । ସେହିପରି ଟଙ୍କ ଆସନରେ କଂଗ୍ରେସ ପ୍ରାର୍ଥୀ ସଚିନ ପାଇଲଟ ଆଗରେ ରହିଥିବା ବେଳେ ଜଲରାପଟନ ଆସନରେ ବରିଷ୍ଠ ବିଜେପି ନେତ୍ରୀ ବସୁନ୍ଧରା ରାଜେ ଆଗରେ ରହିଛନ୍ତି । ଏହି ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ 11 ହଜାର ଭୋଟରେ ଆଗରେ ରହିଛନ୍ତି ବସୁନ୍ଧରା ରାଜେ ।

ଏହା ମଧ୍ୟ ପଢନ୍ତୁ-ତେଲେଙ୍ଗାନାରେ କଂଗ୍ରେସ ଆଗୁଆ: ମୁଖ୍ୟମନ୍ତ୍ରୀ କେସିଆର କାମାରେଡ୍ଡିରେ ପଛରେ, ଆଗରେ ପିସିସି ସଭାପତି ରେଭାନ୍ତ

ରାଜସ୍ଥାନରେ ନଭେମ୍ବର 25 ତାରିଖରେ 200 ବିଧାନସଭା ଆସନ ମଧ୍ୟରୁ 199ଟି ଆସନରେ ମତଦାନ ହୋଇଥିଲା । ଏହାପରେ ବୁଥ ବାହୁଡା ମତ ପ୍ରକାଶ ପାଇଥିଲା । ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ଦ୍ବାରା କରାଯାଇଥିବା ଏକଜିଟ୍ ପୋଲ୍ ଅନୁସାରେ, ରାଜସ୍ଥାନରେ ବିଜେପି ଆଗୁଆ ରହିପାରେ ବୋଲି ଆକଳନ କରାଯାଉଥିଲା । ବିଜେପିକୁ 111ରୁ 122ଟି ଆସନ ଓ କଂଗ୍ରେସକୁ 55ରୁ 62ଟି ଆସନ ମିଳିପାରେ ବୋଲି ଆକଳନ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଛତିଶଗଡରେ ଲିଡ୍ କରୁଛି ବିଜେପି; ପୁତୁରାକୁ ଟକ୍କର ଦେଉଛନ୍ତି ବଘେଲ, ରମଣ ସିଂ ଆଗୁଆ

ଗତ 2018 ସାଧାରଣ ନିର୍ବାଚନରେ ରାଜସ୍ଥାନରେ କଂଗ୍ରେସ 100ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିଲା । ସେହିପରି ବିଜେପି ଖାତାକୁ ଯାଇଥିଲା 73 ଟି ଆସନ । ଅନ୍ୟପକ୍ଷରେ ସ୍ବାଧୀନ ପ୍ରାର୍ଥୀ 13ଟି ଆସନରେ ବିଜୟୀ ହୋଇଥିବା ବେଳେ, ବିଏସପିକୁ 6ଟି, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିକୁ 3ଟି, ଭାରତୀୟ ଟ୍ରାଇବାଲ୍ ପାର୍ଟିକୁ 2ଟି ଆସନ ଏବଂ ରାଷ୍ଟ୍ରୀୟ ଲୋକଦଳକୁ 1ଟି ଆସନ ମିଳିଥିଲା।

Last Updated :Dec 3, 2023, 10:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.