ETV Bharat / bharat

Agnipath Scheme Protest: 259.44 କୋଟି କ୍ଷତି ସହିଛି ରେଳ ବିଭାଗ

author img

By

Published : Jul 23, 2022, 7:28 AM IST

Agnipath Scheme Protest: 259.44 କୋଟି ଟଙ୍କା କ୍ଷତି ସହିଛି ଭାରତୀୟ ରେଳ ବିଭାଗ
Agnipath Scheme Protest: 259.44 କୋଟି ଟଙ୍କା କ୍ଷତି ସହିଛି ଭାରତୀୟ ରେଳ ବିଭାଗ

ଅଗ୍ନିପଥ ଯୋଜନା ଘୋଷଣା ପରେ ଏହାକୁ ବିରୋଧ କରି ଦେଶର ଜାତୀୟ ସମ୍ପତ୍ତିକୁ ନଷ୍ଟ କରିଥିଲେ ଆନ୍ଦୋଳନକାରୀ । ଫଳରେ ଭାରତୀୟ ରେଳ ବିଭାଗର 259.44 କୋଟି ଟଙ୍କା କ୍ଷତି ହୋଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ଘୋଷଣା ପରେ ଦେଶରେ ଦେଖା ଦେଇଥିଲା ଉତ୍ତେଜନା । ଏହାକୁ ବିରୋଧ କରି ଦେଶର ବିଭିନ୍ନ ରାଜ୍ୟରେ ରେଲଓ୍ବେ ଷ୍ଟେସନ ଗୁଡିକରେ ଆନ୍ଦୋଳନ କରିଥିଲେ ଆନ୍ଦୋଳନକାରୀ । ଟ୍ରେନରେ ନିଆଁ ଲଗାଇ ଦେଶରେ ଆନ୍ଦୋଳନକୁ ତିବ୍ରତର କରିଥିଲେ। ଫଳରେ ଅନେକ କ୍ଷତି ସହିଥିଲା ଭାରତୀୟ ରେଳ ବିଭାଗ । ଏହି ଆନ୍ଦୋଳନ ଯୋଗୁଁ ରେଳବାଇ 259.44 କୋଟି ଟଙ୍କା କ୍ଷତି ସହିଛି । ଏନେଇ ରାଜ୍ୟସଭାରେ ଉତ୍ତର ରଖିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ଅଗ୍ନିପଥ ଯୋଜନା ପରେ ଲୋକେ ଆନ୍ଦୋଳନ କରିବାରୁ ରେଳ ସେବା ବ୍ୟାଘାତ ହୋଇଥିଲା । ଫଳରେ ଯାତ୍ରୀଙ୍କୁ ଟଙ୍କା ଫେରସ୍ତ କରାଯାଇଥିଲା । କିନ୍ତୁ କେତେ ଟଙ୍କା ଫେରସ୍ତ ହୋଇଛି ସେନେଇ ଡାଟା ରେକର୍ଡ କରାଯାଇନାହିଁ । ୧୪ରୁ ୩୦ ମଧ୍ୟରେ ରେଳ ସେବା ବ୍ୟାଘାତ ହେବାରୁ ପ୍ରାୟ 102.96 କୋଟି ଟଙ୍କା ଫେରସ୍ତ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ,'' ଭାରତର ସମ୍ବିଧାନର ସପ୍ତମ ସୂଚୀ ଅନୁଯାୟୀ 'ପୋଲିସ୍' ଏବଂ 'ପବ୍ଲିକ୍ ଅର୍ଡର' ହେଉଛି ରାଜ୍ୟର ବିଷୟ । ତେଣୁ ରାଜ୍ୟ ସରକାର ଆଇନ ପ୍ରଣୟନକାରୀ ସଂସ୍ଥା ମାଧ୍ୟମରେ ରେଳବାଇରେ ଆଇନ ଶୃଙ୍ଖଳା ରକ୍ଷା , ଅପରାଧ ରୋକିବା, ଏହାର କାରଣ ଅନୁସନ୍ଧାନ କରିବା ଓ ପଞ୍ଜିକରଣ କରିବା ଆବଶ୍ୟତକତା ରହିଛି । ତେଣୁ ଏଥିପାଇଁ ରାଜ୍ୟ ସରକାର ଦାୟୀ'' ।

ମନ୍ତ୍ରୀ ଆହୁରି ମଧ୍ୟ ରାଜ୍ୟସଭାକୁ କହିଛନ୍ତି, ''ରେଳବାଇ ସୁରକ୍ଷା ବଳ ରେଲୱେ ସମ୍ପତ୍ତି । ଯାତ୍ରୀଙ୍କୁ ଉନ୍ନତ ସୁରକ୍ଷା ଯୋଗାଇବା ତଥା ଏହା ସହ ଜଡିତ ବିଷୟ ପାଇଁ ରେଳ ସୁରକ୍ଷା ବଳ (RPF), GRP/ ଜିଲ୍ଲା ପୋଲିସର ଉଦ୍ୟମ ପ୍ରଶଂସନୀୟ । ରେଳ ସମ୍ପତ୍ତି ସମେତ ସରକାରୀ ସମ୍ପତ୍ତିକୁ ନଷ୍ଟ କରିବା ଅଭିଯୋଗରେ ଜିଆରପି ରାଜ୍ୟ ପୋଲିସ ଆଇପିସି ଏବଂ ରେଳ ଅଧିନିୟମ ଅନୁଯାୟୀ ଅନୁସନ୍ଧାନ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.