ETV Bharat / bharat

Budget 2023: ବର୍ଷ ଶେଷ ସୁଦ୍ଧା ଦେଶରେ ଦୌଡିବ ହାଇଡ୍ରୋଜେନ ଟ୍ରେନ: ରେଳମନ୍ତ୍ରୀ

author img

By

Published : Feb 1, 2023, 10:28 PM IST

Etv Bharat
Etv Bharat

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ବଜେଟରେ ରେଳ ମନ୍ତ୍ରଣାଳୟକୁ ୨.୪୧ ଲକ୍ଷ କୋଟି ଆବଣ୍ଟିତ ହୋଇଛି। ଏହା ଏକ ବଡ ପଦକ୍ଷେପ । ଏହି ଅର୍ଥ ରେଳଯାତ୍ରୀଙ୍କ ଆଶା ଆଙ୍କାକ୍ଷା ପୂରଣ କରିବ । ରେଳମନ୍ତ୍ରୀ କହିଛନ୍ତି, ‘‘ଅମୃତ ଭାରତ ଯୋଜନା ଅନ୍ତର୍ଗତ ଛୋଟ ବଡ ମିଶାଇ ଦେଶର ୧୨୭୫ ଷ୍ଟେସନର ପୁନଃନିର୍ମାଣ କରାଯିବ ।" ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ଦୌଡିବ ହାଇଡ୍ରୋଜେନ ଟ୍ରେନ । ଭାରତୀୟ ଟେକ୍ନୋଲୋଜିରେ ଭାରତୀୟଙ୍କ ଦ୍ବାରା ଆଉ ଭାରତରେ ଏହି ଟ୍ରେନ ନିର୍ମାଣ ହେଉଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏହା ଟ୍ରାକରେ ଚାଲିବ । ପ୍ରାଥମିକ ପର୍ଯ୍ୟାୟରେ ଏହି ଟ୍ରେନ ହେରିଟେଜ ସର୍କିଟ ହରିଆଣାର କାଲକା ଓ ଶିମଲା ମଧ୍ୟରେ ଚଳାଚଳ କରିବ । ପରେ ଏହାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ସଂପ୍ରସାରଣ କରାଯିବ । ଆଜି ସଂସଦରେ ଅର୍ଥମନ୍ତ୍ରୀ ବଜେଟ ଆଗତ କରିବା ପରେ, ନିଜ ମନ୍ତ୍ରଣାଳୟକୁ ମିଳିଥିବା ଅର୍ଥ ସମ୍ପର୍କରେ ପ୍ରେସମିଟ କରି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ- Union budget 2023: ଜାଣନ୍ତୁ କେଉଁ ମନ୍ତ୍ରଣାଳୟକୁ ମିଳିଲା କେତେ ?

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ବଜେଟରେ ରେଳ ମନ୍ତ୍ରଣାଳୟକୁ ୨.୪୧ ଲକ୍ଷ କୋଟି ଆବଣ୍ଟିତ ହୋଇଛି। ଏହା ଏକ ବଡ ପଦକ୍ଷେପ । ଏହି ଅର୍ଥ ରେଳଯାତ୍ରୀଙ୍କ ଆଶା ଆଙ୍କାକ୍ଷା ପୂରଣ କରିବ । ରେଳମନ୍ତ୍ରୀ କହିଛନ୍ତି ‘‘ଅମୃତ ଭାରତ ଯୋଜନା ଅନ୍ତର୍ଗତ ଛୋଟ ବଡ ମିଶାଇ ଦେଶର ୧୨୭୫ ଷ୍ଟେସନର ପୁନଃନିର୍ମାଣ କରାଯିବ । ହରିୟାଣର ସୋନିପତ, ମହାରାଷ୍ଟ୍ରର ଲାତୁର ଓ ୟୁପିର ରାୟବରେଲିରେ ବନ୍ଦେ ଭାରତ ଏକ୍ସପ୍ରେସ ନିର୍ମାଣ ହେବ। ଭାରତର କୋଣ ଅନୁକୋଣକୁ ବନ୍ଦେ ଭାରତ ଏକ୍ସପ୍ରେସ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବପ୍ନ ରହିଛି । ଏହାକୁ ସାକାର କରାଯିବ । ’’ ଏତତ ବ୍ୟତୀତ ଦେଶର ଅନେକ ନୂଆ ରେଳ ଲାଇନ ବିଛାଯିବ । ନୂଆ ଟ୍ରେନ ଚଳାଚଳ ଆରମ୍ଭ ହେବ । ବୁଲେଟ ଟ୍ରେନ ସମ୍ପର୍କରେ ସୂଚନା ଦେଇ ରେଳମନ୍ତ୍ରୀ କହିଛନ୍ତି ରାଜନୀତି କାରଣରୁ ମହାରାଷ୍ଟ୍ରରେ ବୁଲେଟ ଟ୍ରେନ ପ୍ରକଳ୍ପ ଅଟକି ରହିଥିଲା । ଏବେ ମହାରାଷ୍ଟ୍ରରେ ସରକାର ପରିବର୍ତ୍ତନ ହେବା ପରେ ଏହି ପ୍ରକଳ୍ପ କାମ ଜୋରଦାର ହୋଇଛି । ଖୁବଶୀଘ୍ର ଦେଶରେ ବୁଲେଟ ଟ୍ରେନ ଚଳାଚଳ କରିବ ।

ରେଳମନ୍ତ୍ରୀ ବୈଷ୍ଣବ ଆହୁରି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ରେଳବାଇକୁ ୨.୪୧ ଲକ୍ଷ କୋଟି ଦେଇଛନ୍ତି । ଯାହା ବର୍ତ୍ତମାନ ସୁଦ୍ଧା ରେଳବାଇକୁ ମିଳୁଥିବା ସର୍ବାଧିକ ଅର୍ଥ । ୨୦୧୩-୧୪ ରେ ମିଳିଥିବା ଅର୍ଥର ୯ ପ୍ରତିଶତ ଅଧିକ । ଭାରତୀୟ ରେଲୱେର ପୁରା ରୂପରେଖ ପରିବର୍ତ୍ତନ କରାଯିବ । ରେଳଯାତ୍ରୀଙ୍କ ସୁରକ୍ଷା, ଆରାମ ଦାୟକଯାତ୍ରା ଆଶା ପୂରଣ ପାଇଁ ରାଜଧାନୀ, ଶତାବ୍ଦୀ, ଦୁରନ୍ତୋ, ହମସଫର ଓ ତେଜସ ଭଳି ପ୍ରମୁଖ ଟ୍ରେନର ୧୦୦୦ ଗୋଟି କୋଚ ଆଧୁନିକୀରଣ କରାଯିବ ।

ଏହାବି ପଢନ୍ତୁ- Budget 2023: ବଜେଟ ଉପସ୍ଥାପନ କରି ରେକର୍ଡ ରଚିଲେ ସୀତାରମଣ, ଜାଣନ୍ତୁ କିପରି

ସେହିପରି ଟେଲିକମ ମନ୍ତ୍ରଣାଳୟ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଦେଶରେ ୧୦୦ ଟି 5G ଲ୍ୟାବ ନିର୍ମାଣ ହେବ । ଆଗାମୀ ୨ ରୁ ୩ ବର୍ଷ ମଧ୍ୟରେ ଭାରତ ଟେଲିକମ ଟେକ୍ନୋଲୋଜିରେ ଆତ୍ମନିର୍ଭର ସହ ପ୍ରମୁଖ ହବ ହେବ । ଆତ୍ମନିର୍ଭର ଭାରତ ଅନ୍ତର୍ଗତ ବିଏସଏନଏଲକୁ ୪G ଓ 5G ରେ ରୋଲ ଆଉଟ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.