ETV Bharat / bharat

Congress president polls: ନିର୍ବାଚନ ଲଢିବେନି ରାହୁଲ ! ଜାରି ରଖିବେ ଭାରତ ଯୋଡୋ ଯାତ୍ରାର ନେତୃତ୍ୱ

author img

By

Published : Sep 20, 2022, 9:55 PM IST

Congress president polls: ଅଧ୍ୟକ୍ଷ ନିର୍ବାଚନ ଲଢିବେନି ରାହୁଲ, ଜାରି ରଖିବେ ଭାରତ ଯୋଡୋ ଯାତ୍ରାର ନେତୃତ୍ବ
Congress president polls: ଅଧ୍ୟକ୍ଷ ନିର୍ବାଚନ ଲଢିବେନି ରାହୁଲ, ଜାରି ରଖିବେ ଭାରତ ଯୋଡୋ ଯାତ୍ରାର ନେତୃତ୍ବ

ଦଳୀୟ ଅଧ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ ରାହୁଲ ଗାନ୍ଧୀ (congress president election) ! ଜାରି ରଖିବେ ଭାରତ ଯୋଡୋ ଯାତ୍ରାର ନେତୃତ୍ବ । ଦଳୀୟ ସୂତ୍ରରୁ ମିଳିଲା ସୂଚନା । ଅନ୍ୟପଟେ ଜୋର ଧରୁଛି ଗେହେଲଟ- ଥରୁର ପ୍ରତିଦ୍ବନ୍ଦିତା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ (congress president election) ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏକ ବଡ ସୂଚନା ସାମ୍ନାକୁ ଆସିଛି । ନିର୍ବାଚନ ଲଢିବେ ନାହିଁ ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ (rahul gandhi to not fight party president election)। ରାହୁଲ ଏବେ ଦକ୍ଷିଣ ଭାରତରେ ‘ଭାରତ ଯୋଡୋ’ ଯାତ୍ରାର ନେତୃତ୍ବ ନେଉଛନ୍ତି । ତେବେ ସେ ଯାତ୍ରା ଛାଡି ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ନାହିଁ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି ।

  • Congress MP Rahul Gandhi unlikely to contest party's presidential polls as he will not return from amidst Bharat Jodo Yatra to Delhi: Congress sources

    Presently, the yatra is in Kerala & will enter Karnataka on Sept 29. The last date for nomination is Sept 30

    (File Pic) pic.twitter.com/CRL0k8XVGz

    — ANI (@ANI) September 20, 2022 " class="align-text-top noRightClick twitterSection" data=" ">

ରାହୁଲଙ୍କ ନେତୃତ୍ବରେ ‘ଭାରତ ଯୋଡୋ ଯାତ୍ରା’ ଏବେ ଦ୍ବିତୀୟ ରାଜ୍ୟ ଭାବେ କେରଳରେ ଜାରି ରହିଛି । ଚଳିତ ମାସ 29 ତାରିଖରେ ଏହି ଯାତ୍ରା କେରଳ ପରିକ୍ରମା ଶେଷ କରି କର୍ଣ୍ଣାଟକରେ ପ୍ରବେଶ କରିବ । ତେଣୁ ରାହୁଲ ଏବେ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ନଥିବାରୁ ସେ ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି ।

ତେବେ ଗୋଟିଏ ପଟେ ଦଳୀୟ ହାଇକମାଣ୍ଡ ପଦବୀ ପାଇଁ କେରଳର ଥିରୁଅନନ୍ତପୁରମ ସାଂସଦ ତଥା ବରିଷ୍ଠ ନେତା ଶଶୀ ଥରରୁଙ୍କ ସହ ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ଲଢେଇ ହେବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରୁଛି । ସମସ୍ତ ଚର୍ଚ୍ଚା ସତ୍ତ୍ବେ ମଧ୍ୟ ରାହୁଲ ଗାନ୍ଧୀଙ୍କ ନିର୍ବାଚନ ଲଢିବା ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇ ପାରୁନାହିଁ । କିଛି ବରିଷ୍ଠ କାର୍ଯ୍ୟକର୍ତ୍ତା ମଧ୍ୟ ରାହୁଲଙ୍କ କାନ୍ଧରେ କମାଣ ରଖିବା ସପକ୍ଷରେ ପ୍ରସ୍ତାବ ସହ ଖୋଲା ମନ୍ତବ୍ୟ ମଧ୍ୟ ଦେଇ ସାରିଛନ୍ତି । ଏହାରି ମଧ୍ୟରେ ରାହୁଲଙ୍କ ପ୍ରତିଦ୍ବନ୍ଦ୍ବିତା ନକରିବା ନେଇ ଦଳୀୟ ସୂତ୍ରରୁ ସୂଚନା ମିଳିଛି ।

ଗୋଟିଏ ପଟେ ଦକ୍ଷିଣରେ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାକୁ (bharat jodo yatra) ବ୍ୟାପକ କରିବାରେ ଲାଗିଥିବା ବେଳେ ଅନ୍ୟପଟେ ଦଳୀୟ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ମଧ୍ୟ ଗତି ଧରିବାରେ ଲାଗିଛି । ଆଜି ଏକ ସାଙ୍ଗଠନିକ ବୈଠକ ପାଇଁ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ରାହୁଲଙ୍କ ସହ ଭାରତ ଯୋଡୋ ଯାତ୍ରାରେ ସକ୍ରିୟ ଥିବା କେ.ସି ବେଣୁଗୋପାଲ ଦିଲ୍ଲୀ ଫେରିଛନ୍ତି । ଏବେ ରାହୁଲ ହିଁ ଦକ୍ଷିଣ ଭାରତରେ ଯାତ୍ରାର ନେତୃତ୍ବ ଜାରି ରଖିବେ । ଭାରତ ଯୋଡୋ ଯାତ୍ରା ଚଳିତ ମାସ 7 ତାରିଖରେ ଭାରତର ଶେଷପ୍ରାନ୍ତ କନ୍ୟାକୁମାରୀରୁ ଆରମ୍ଭ ହୋଇଛି । ଏବେ ତାମିଲନାଡୁ ପରିକ୍ରମା ସାରିବା ପରେ ଦ୍ବିତୀୟ ରାଜ୍ୟ ଭାବେ କେରଳରେ ଯାତ୍ରା ଜାରି ରହିଛି । 29 ରେ ଏହି ଯାତ୍ରା କର୍ଣ୍ଣାଟକରେ ପ୍ରବେଶ କରିବ । 150 ଦିନ ବ୍ୟାପି ହେବାକୁ ଥିବା ଏହି ଯାତ୍ରାରେ ଦଳ 10 ରାଜ୍ୟ ଓ 2 କେନ୍ଦ୍ର ଶାସିିତ ଅଞ୍ଚଳ ପରିକ୍ରମା କରି କାଶ୍ମୀରରେ ପହଞ୍ଚି ସମାପିତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.