ETV Bharat / bharat

Punjab polls: ଆଚରଣ ବିଧି ଉଲଙ୍ଘନ ଅଭିଯୋଗରେ 329.49 କୋଟି ଜବତ

author img

By

Published : Feb 6, 2022, 9:59 PM IST

Punjab polls: ଆଚରଣ ବିଧି ଉଲଙ୍ଘନ ଅଭିଯୋଗରେ 329.49 କୋଟି ଜବତ
Punjab polls: ଆଚରଣ ବିଧି ଉଲଙ୍ଘନ ଅଭିଯୋଗରେ 329.49 କୋଟି ଜବତ

ପଞ୍ଜାବ ବିଧାନସଭା ନିର୍ବାଚନରେ ଆଚରଣ ବିଧି ଉଲଙ୍ଘନ ଅଭିଯୋଗରେ ଜବତ ହେଲାଣି 329.49 କୋଟି ଟଙ୍କାର ସାମଗ୍ରୀ ସହ 39.62 ଲକ୍ଷ ଲିଟର ମଦ । ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ.କରୁଣା ରାଜୁ । ଅଧିକ ପଢନ୍ତୁ

ଚଣ୍ଡିଗଡ଼: ବିଧାନସଭା ନିର୍ବାଚନ ପାଇଁ ପଞ୍ଜାବରେ ମଡେଲ ଆଚରଣ ବିଧି କାର୍ଯ୍ୟକାରୀ ହେବା ପରେ ଏହାର ସଠିକ କାର୍ଯ୍ୟକାରୀତା ପାଇଁ ଏକାଧିକ କାର୍ଯ୍ୟନିର୍ବାହୀ ଟିମ ଯାଞ୍ଚ ଜାରି ରଖିଛନ୍ତି । ସେହିକ୍ରମରେ ଚଳିତ ମାସ 5 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ଚଢାଉ ଫଳରେ 329.49 କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ଜବତ ହୋଇଥିବା ସୂଚନା ଦେଇଛନ୍ତି ପଞ୍ଜାବ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଏସ.କରୁଣା ରାଜୁ ।

ଡ.ଏସ କରୁଣା ରାଜୁ ବିସ୍ତୃତ ସୂଚନା ଦେଇ କହିଛନ୍ତି, 22.34 କୋଟି ଟଙ୍କା ମୂଲ୍ୟର 39.62 ଲକ୍ଷ ଲିଟର ମଦ ଜବତ କରାଯାଇଛି । ସେହିଭଳି 280 କୋଟି ଟଙ୍କା ମୂଲ୍ୟର ସାଇକୋଟ୍ରୋପିକ ପଦାର୍ଥ ଉଦ୍ଧାର କରାଯାଇଛି ଏବଂ 23.06 କୋଟି ଟଙ୍କାର ନଗଦ ଟଙ୍କା ମଧ୍ୟ ​​ଜବତ କରିଛନ୍ତି ଏକାଧିକ ଯାଞ୍ଚ ଏଜେନ୍ସି ।

ମୁଖ୍ୟ ନିର୍ବାଚନ ଅଧିକାରୀ ଏହା ମଧ୍ୟ ପ୍ରକାଶ କରିଛନ୍ତି, 3,198 ଜଣ ବ୍ୟକ୍ତିଙ୍କୁ ସମ୍ଭାବ୍ୟ ସମସ୍ୟା ସୃଷ୍ଟିକାରୀ ଭାବେ ମଧ୍ୟ ଚିହ୍ନଟ କରାଯାଇଛି । ଏହି ବିଶୃଙ୍ଖଳିତ ବ୍ୟକ୍ତିଙ୍କ ମଧ୍ୟରୁ 2,527 ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସାରିଥିବା ବେଳେ ଅବଶିଷ୍ଟ ତାଲିକାଭୁକ୍ତ ଦାଗୀଙ୍କୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ପରିସରକୁ ଅଣାଯିବା ନେଇ ପ୍ରକ୍ରିୟା ଜାରି ରହିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ।

ରାଜୁ କହିଛନ୍ତି ଯେ ସୁରକ୍ଷା ଦୃଷ୍ଟିକୋଣରୁ CrPC ଅଧିନିୟମ ଅନୁସାରେ, 1,593 ଜଣ ବ୍ୟକ୍ତିଙ୍କୁ ପ୍ରତିଷେଧମୂଳକ ବ୍ୟବସ୍ଥା ଭାବେ ଆଗୁଆ ଗିରଫ କରାଯାଇଛି । ରାଜ୍ୟରେ ମୋଟ 2,881 ଟି ଜାମିନ ବିହୀନ ମାମଲା କାର୍ଯ୍ୟକାରୀ ହୋଇଛି । ସେହିପରି ରାଜ୍ୟରେ 3,90,275 ଲାଇସେନ୍ସପ୍ରାପ୍ତ ଅସ୍ତ୍ର ମଧ୍ୟରୁ ଆଜି ପର୍ଯ୍ୟନ୍ତ 3,78,044 ଅସ୍ତ୍ରଶସ୍ତ୍ର ନିକଟସ୍ଥ ଥାନାରେ ଜମା କରାଯାଇଛି । ରାଜ୍ୟରେ ବିନା ଲାଇସେନ୍ସରେ ବ୍ୟବହୃତ ହେଉଥିବା ୬୦ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.