ETV Bharat / bharat

AAP MLA Arrested: ଲାଞ୍ଚ ମାମଲାରେ ବନ୍ଧା ହେଲେ ଆପ ବିଧାୟକ ଅମିତ ରତନ

author img

By

Published : Feb 23, 2023, 10:03 AM IST

punjab app mla amit rattan kotfatta arrested
punjab app mla amit rattan kotfatta arrested

ପଞ୍ଜାବର ଆପ ବିଧାୟକ ଅମିତ ରତନ କୋଟଫାଟାଙ୍କୁ ଲାଞ୍ଚ ମାମଲାରେ ଗିରଫ କଲା ଭିଜିଲାନ୍ସ ବିଭାଗ। ଅଧିକ ପଢନ୍ତୁ

ଚଣ୍ଡିଗଡ: ଲାଞ୍ଚ ମାମଲାରେ ଗିରଫ ହେଲେ ଆପ ବିଧାୟକ । ପଞ୍ଜାବର ଆପ ବିଧାୟକ ଅମିତ ରତନ କୋଟଫାଟାଙ୍କୁ ଗିରଫ କଲା ଭିଜିଲାନ୍ସ । ଲାଞ୍ଚ ନେବା ଅଭିଯୋଗରେ ପୂର୍ବରୁ ବିଧାୟକଙ୍କ ଘନିଷ୍ଠ ସହଯୋଗୀ ରଶ୍ମି ଗର୍ଗଙ୍କୁ ଗିରଫ କରାଯାଇଥିଲା । ଏହାର କିଛି ଦିନ ପରେ ଗତକାଲି(ବୁଧବାର) ଅମିତ ରତନ କୋଟଫାଟାଙ୍କୁ ଗିରଫ କରାଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଭିଜିଲାନ୍ସ ବିଭାଗର ଜଣେ ବରିଷ୍ଠ ଅଧିକାରୀ ।

ବୁଧବାର ସନ୍ଧ୍ୟାରେ ବିଧାୟକଙ୍କୁ ରାଜପୁରାରୁ ଗିରଫ କରାଯାଇଥିବା ବେଳେ ଆଜି ରିମାଣ୍ଡରେ ନେବାକୁ କୋର୍ଟରେ ହାଜର କରାଯିବା ନେଇ କହିଛନ୍ତି ବରିଷ୍ଠ ଅଧିକାରୀ । ଘୁଡା ଗ୍ରାମର ମୁଖ୍ୟଙ୍କ ସ୍ବାମୀଙ୍କ ଠାରୁ ରଶ୍ମୀ ଗର୍ଗ ଲାଞ୍ଚ ମାଗୁଥିବା ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ଗତ 16 ତାରିଖରେ ଭତିଣ୍ଡା ସର୍କିଟ ହାଉସରେ ଭିଜିଲାନ୍ସ ବିଭାଗ ଚଢାଉ କରି ରେଡ ହ୍ୟାଣ୍ଡରେ ରଶ୍ମି ଗର୍ଗଙ୍କୁ ଧରିଥିଲା । ଅଭିଯୋଗରେ ଦର୍ଶାଯାଇଥିଲା ଯେ, ରଶ୍ମି ଗର୍ଗ 25 ଲକ୍ଷ ଟଙ୍କାର ସରକାରୀ ଅନୁଦାନ ପାଇଁ 5 ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିଲେ।

ଭିଜିଲାନ୍ସ ବିଭାଗ ଚଢାଉ ସମୟରେ ନଗତ 4 ଲକ୍ଷ ଟଙ୍କା ମଧ୍ୟ ଜବତ କରିଥିଲା । ତେବେ ଗର୍ଗଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିବା ପରେ କୋଟଫାଟା ତାଙ୍କ ସହ କୌଣସି ସମ୍ପର୍କ ରଖିବାକୁ ମନା କରିଦେଇଥିଲେ । ଏବେ ନିଜେ ଗିରଫ ହେବା ପରେ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାରକୁ ବଦନାମ କରିବାକୁ ବିରୋଧି ଦଳ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ବିଧାୟକ ଅମିତ ରତନ କୋଟଫାଟା ।

ଗତବର୍ଷ ମେ ମାସରେ ବେଆଇନ ଉଚ୍ଛେଦକୁ ବିରୋଧ କରି ଗିରଫ ହୋଇଥିଲେ ଦିଲ୍ଲୀର ଆମ ଆଦମୀ ପାର୍ଟି ବିଧାୟକ । ଦିଲ୍ଲୀ ପୋଲିସ ବିଧାୟକ ଅମନତୁଲ୍ଲାହ ଖାନଙ୍କୁ ଗିରଫ କରିଥଲା । ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଜଣେ ସରକାରୀ କର୍ମଚାରୀଙ୍କୁ ଡ୍ୟୁଟି ଛାଡିବାରେ ବାଧା ସୃଷ୍ଟି କରିବାରୁ ଅମନତୁଲ୍ଲାହ ଖାନଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ଗିରଫ କରିଥିଲା ।

ଚଳିତ ବର୍ଷ ଜାନୁଆରୀ ମାସରେ କୋଲକାତାରେ ରାଜନୈତିକ କାର୍ଯ୍ୟକ୍ରମ ବେଳେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଇଏସଏଫର ଦଳୀୟ କର୍ମୀ ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ଇଣ୍ଡିଆନ ସିକ୍ୟୁଲାର ଫ୍ରଣ୍ଟ (ISF) କର୍ମୀ ଓ ପୋଲିସ ମଧ୍ୟରେ ଏହି ଖଣ୍ଡଯୁଦ୍ଧରେ ଉଭୟ ପକ୍ଷରୁ ଏକାଧିକ ଆହତ ହୋଇଥିଲେ । ପୋଲିସ ଲାଠିଚାର୍ଜ କରିବା ସହ ଲୁହବୁହ ଗ୍ୟାସ ପ୍ରୟୋଗ କରିଥିଲାଛ । ଏଥିରେ ISF ବିଧାୟକଙ୍କୁ ପୋଲିସ ଗିରଫ ରଖିଥିବା ମଧ୍ୟ ସୂଚନା ମିଳିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.