ETV Bharat / bharat

ରାଜପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି, ଶକ୍ତି ଦେଖାଇଲା ପ୍ରତିରକ୍ଷା ମନ୍ତ୍ରାଳୟ

author img

By

Published : Jan 26, 2022, 2:01 PM IST

ରାଜପଥରେ ଜାତୀୟପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି
ରାଜପଥରେ ଜାତୀୟପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ଆଜି ଦେଶ ପାଳୁଛି ୭୩ ତମ ସ୍ବାଧୀନତା ଦିବସ । କୋଭିଡ କଟକଣା ଭିତରେ ସମଗ୍ର ଦେଶ ସାଧାରଣତନ୍ତ୍ର ଦିବସକୁ ନେଇ ଉତ୍ସବମୁଖର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୩ ତମ ସ୍ବାଧୀନତା ଦିବସ । କୋଭିଡ କଟକଣା ଭିତରେ ସମଗ୍ର ଦେଶ ସାଧାରଣତନ୍ତ୍ର ଦିବସକୁ ନେଇ ଉତ୍ସବମୁଖର । ଏହି ଅବସରରେ ଦିଲ୍ଲୀ ରାଜପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ରାଜପଥରେ ଜାତୀୟପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି
ରାଜପଥରେ ଜାତୀୟପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ପତାକା ଉତ୍ତୋଳନ ପରେ ଆରମ୍ଭ ହୋଇଥିଲା ପରେଡ । ରାଷ୍ଟ୍ରପତି କୋବିନ୍ଦଙ୍କୁ ୨୧ ତୋପ ସଲାମୀ ଦେବା ପରେ ଆରମ୍ଭ ହୋଇଛି ପରେଡ। ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି । ପରେଡରେ ପ୍ରଦର୍ଶିତ ହୋଇଛି ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ । ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ନ୍ୟାସନାଲ ୱାର ମେମୋରିଆଲ ପହଞ୍ଚି ସେଠାରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ରାଷ୍ଟ୍ରୀୟ ସମର ସ୍ମାରକରେ ୨୬ ହଜାରରୁ ଅଧିକ ଶହୀଦଙ୍କ ନାମ ଖୋଦିତ ହୋଇଛି। ଏହାପରେ ସେଠାରୁ ରାଜପଥରେ ପହଞ୍ଚି ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରିଥିଲେ ।

ରାଜପଥରେ ଜାତୀୟପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି
ରାଜପଥରେ ଜାତୀୟପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ଦିଲ୍ଲୀ ରାଜପଥରୁ ଦୁନିଆ ଦେଖିଛି ଭାରତର ସାମର୍ଥ୍ୟ । ଭାରତର ସାଂସ୍କୃତିକ ବିବିଧତାର ଝଲକରେ ଝଲସି ଉଠିଛି ରାଜପଥ । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତି ଅନୁଯାୟୀ, ରାଫେଲ, ସୁଖୋଇ, ଜାଗୁଆର, ଏମ୍‌ଆଇ-୧୭, ସାରଙ୍ଗ, ଉପାଚେ ଓ ଡକୋଟା ସମେତ ରାହତ, ମେଘନା, ଏକଲବ୍ୟ, ତ୍ରିଶୁଲ, ତିରଙ୍ଗା, ବିଜୟ ଓ ଅମୃତ ଆଦିପୁରୁଣା ଓ ଆଧୁନିକ ବିମାନ ଫ୍ଲାଇ-ପାଷ୍ଟରେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି । ପ୍ରଥମ ଥର ପାଇଁ ପରେଡ ସମୟରେ ରାଜପଥରେ ୭୫ ମିଟ ଲମ୍ବା ଓ ୧୫ ଫୁଟ ଉଚ୍ଚାରେ ୧୦ ସ୍କ୍ରାଲ ପ୍ରଦର୍ଶିତ କରାଯାଇଛି ।

ରାଜପଥରେ ଜାତୀୟପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି
ରାଜପଥରେ ଜାତୀୟପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.