ETV Bharat / bharat

କିଲର ସ୍କ୍ୱାଡ ଗଠନ କରିଥିଲା PFI, କର୍ଣ୍ଣାଟକ ବିଜେପି ନେତା ହତ୍ୟା ମାମଲା NIA ଚାର୍ଜସିଟରେ ସାଙ୍ଘାତିକ ତଥ୍ୟ

author img

By

Published : Jan 21, 2023, 10:24 PM IST

NIA ଚାର୍ଜସିଟରେ ସାଙ୍ଘାତିକ ତଥ୍ୟ: କିଲର ସ୍କ୍ବାଡ ଗଠନ କରୁଥିଲା PFI
NIA ଚାର୍ଜସିଟରେ ସାଙ୍ଘାତିକ ତଥ୍ୟ: କିଲର ସ୍କ୍ବାଡ ଗଠନ କରୁଥିଲା PFI

କର୍ଣ୍ଣାଟକ ବିଜେପି ଯୁବନେତା ପ୍ରବୀଣ ନାଟ୍ଟାରୁ ହତ୍ୟାକାଣ୍ଡ ମାମଲାରେ NIA ଦାଖଲ କରିଥିବା ଚାର୍ଜସିଟରେ ସାଙ୍ଘାତିକ ତଥ୍ୟ । କିଲର ସ୍କ୍ବାଡ ଗଠନ କରିଥିଲା PFI । ହତ୍ୟା ଓ ଆକ୍ରମଣ ପାଇଁ ଯୁବକଙ୍କୁ ଦେଉଥିଲା ପ୍ରଶିକ୍ଷଣ । 2047 ସୁଦ୍ଧା ଦେଶରେ ଇସଲାମିକ ଶାସନ ପ୍ରତିଷ୍ଠା ରଖାଯାଇଥିଲା ଲକ୍ଷ୍ୟ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଭାରତ ସରକାରଙ୍କ ଦ୍ବାରା ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପ ପାଇଁ ପ୍ରତିବନ୍ଧିତ ଘୋଷିତ ଇସଲାମିକ ସଂଗଠନ PFI ବିରୋଧରେ କୋର୍ଟରେ ଚାର୍ଜସିଟ ଦାଖଲ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା NIA । କର୍ଣ୍ଣାଟକରେ ବିଜେପି ଯୁବ ମୋର୍ଚ୍ଚା ସଦସ୍ୟ ପ୍ରବୀଣ ନାଟ୍ଟାରୁ ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟିରେ ସାଙ୍ଘାତିକ ତଥ୍ୟ ଉଲ୍ଲେଖ କରିଛି ତଦନ୍ତକାରୀ ସଂସ୍ଥା । ଏହି ଚାର୍ଜସିଟରେ କୁହାଯାଇଛି, PFI ଦେଶରେ 2047 ସୁଦ୍ଧା ଭାରତରେ ଇସଲାମିକ ଶାସନ ପ୍ରତିଷ୍ଠା କରିବାକୁ ଚାହୁଁଥିଲା । ଏଥିପାଇଁ ସଂସ୍ଥା ଦୁଇଟି ସ୍ପେସାଲ ୟୁନିଟ ମଧ୍ୟ ପ୍ରତିଷ୍ଠା କରିଥିଲା । 'ସର୍ଭିସ ଟିମ' ଏବଂ 'କିଲର ସ୍କ୍ବାଡ' ନାମରେ ଗଠିତ ହୋଇଥବା ଦୁଇ ଗୋପନୀୟ ସେଲ ଅପରାଧ ଓ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୂପ ଦେଉଥିଲେ ।

ଆତଙ୍କବାଦ, ସାମ୍ପ୍ରଦାୟିକ ଘୃଣା ଏବଂ ସମାଜରେ ଅସ୍ଥିରତା ସୃଷ୍ଟି କରିବା ଏବଂ 2047 ମସିହା ସୁଦ୍ଧା ଭାରତରେ ଇସଲାମିକ ଶାସନ ପ୍ରତିଷ୍ଠା କରିବା ଏଜେଣ୍ଡା ସହ ସଂଗଠନ ଆଗକୁ ବଢୁଥିଲା । ଗତବର୍ଷ (2022) ଜୁଲାଇ 26 ତାରିଖରେ ଦକ୍ଷିଣ କର୍ଣ୍ଣାଟକର ସୁଲିଆ ତାଲୁକର ବେଲା ଗ୍ରାମରେ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା କମିଟି ସଦସ୍ୟ ପ୍ରବୀଣ ନଟ୍ଟାରୁଙ୍କୁ ହତ୍ୟାରେ ମଧ୍ୟ ଏହି ସଂଗଠନର ପ୍ରତ୍ୟେକ୍ଷ ଭୂମିକା ରହିଛି । ଏହି ସଂଗଠନର ଆତଙ୍କୀ ହିଁ ପ୍ରବୀଣଙ୍କୁ ହତ୍ୟା କରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିବା ଏନଆଇଏ କହିଛି । ଏହି ଘଟଣାରେ ଏନଆଇଏ ଗତକାଲି (ଶୁକ୍ରବାର) ଏନଆଇଏ ସ୍ୱତନ୍ତ୍ର କୋର୍ଟରେ ଦାଖଲ କରିଥିବା ଚାର୍ଜସିଟରେ ପିଏଫଆଇର ଷଡଯନ୍ତ୍ର ସହ ଦୁଇଟି ଆତଙ୍କୀ ସେଲ ଖୋଲିଥିବା ପ୍ରକାଶ କରିଛି ।

ପିଏଫଆଇ ସମ୍ପର୍କରେ ଅନେକ ସଙ୍ଗୀନ ସୂଚନା ଚାର୍ଜସିଟରେ ଉଲ୍ଲେଖ କରିଛି ତଦନ୍ତକାରୀ ସଂସ୍ଥା । କର୍ଣ୍ଣାଟକରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ପାଇଁ ବିଜେପି ଯୁବ ନେତା ପ୍ରବୀଣଙ୍କୁ ଅତି ବୀଭିତ୍ସ ଭାବେ ମାରାତ୍ମକ ଅସ୍ତ୍ରରେ ଆକ୍ରମଣ କରାଯାଇ ହତ୍ୟା କାରଯାଇଥିଲା । ଏପରି କରି ଅନ୍ୟ ସମ୍ପ୍ରଦାୟର ନେତା ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଭୟ ସଞ୍ଚାର କରିବା ସହ ପିଏଫଆଇର ଅସ୍ତିତ୍ବ ଦର୍ଶାଇବା ପାଇଁ ପ୍ରୟାସ କରାଯାଇଥିଲା । ସେହିପରି ଯୁବକଙ୍କୁ ଏକାଠି କରି ଅସ୍ତ୍ରଶସ୍ତ୍ର, ଯୋଗାଣ ହତ୍ୟା, ଆତଙ୍କୀ କାର୍ଯ୍ୟକଳାପ ପରି କାଣ୍ଡ ଭିଆଇବା ପାଇଁ ପ୍ରଶିକ୍ଷଣ ଦେବା ମଧ୍ୟ ଆରମ୍ଭ କରିଥିଲା ସଂସ୍ଥା ।

ଗତ ବର୍ଷ ଜୁଲାଇ 26 ତାରିଖରେ ଦକ୍ଷିଣ କର୍ଣ୍ଣାଟକରେ ହତ୍ୟାର ଶିକାର ହୋଇଥିବା ପ୍ରବୀଣ ନାଟ୍ଟାରୁ ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଥିଲେ । ଏହି ହତ୍ୟାକାଣ୍ଡ ପରେ କର୍ଣ୍ଣାଟକ ସମେତ ସମଗ୍ର ଦେଶରେ ଉଦବେଗ ପ୍ରକାଶ ପାଇଥିଲା । ଏହି ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ତଦନ୍ତ କରି ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଚାର୍ଜସିଟରେ ଉଲ୍ଲେଖ ରହିଥିବା 20 ପିଏଫଆଇ ସନ୍ଦିଗ୍ଧ ଆତଙ୍କୀଙ୍କ ମଧ୍ୟରୁ 6 ଜଣ ଏବେବି ଫେରାର ଅଛନ୍ତି । ସେମାନଙ୍କ ସମ୍ପର୍କରେ ସୂଚନା ଏକାଠି କରିବା ପାଇଁ ତଦନ୍ତକାରୀ ସଂସ୍ଥା ପକ୍ଷରୁ ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.