ETV Bharat / bharat

Covid Situation: 27ରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

author img

By

Published : Apr 24, 2022, 7:38 AM IST

ମହାମାରୀକୁ ନେଇ ବସିବ ମୋଦିଙ୍କ ବୈଠକ । କୋରୋନା ମୁକାବିଲା ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ପରାମର୍ଶ । ଅଧିକ ପଢନ୍ତୁ

କୋରୋନା ମୁକାବିଲା ନେଇ ମୋଦିଙ୍କ ବୈଠକ: ସାମିଲ ହେବେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ
କୋରୋନା ମୁକାବିଲା ନେଇ ମୋଦିଙ୍କ ବୈଠକ: ସାମିଲ ହେବେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କୋରୋନାର ସ୍ଥିତି । ପଜିଟିଭ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବି ରୋକ ଲାଗୁନି । କୋରୋନାର ଚତୁର୍ଥ ଲହର ଆସିବା ନେଇ ଏକ ପ୍ରକାର ସ୍ପଷ୍ଟ ବାରି ହୋଇ ପଡୁଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାମାରୀର ମୁକାବିଲା ନେଇ ଆସନ୍ତା ବୁଧବାର ଦିନ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ । ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଭିସି ଯୋଗେ ଏ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ପ୍ରସଙ୍ଗରେ ଏକ ତଥ୍ୟ ଉପସ୍ଥାପନା କରିବେ ବୋଲି କହିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 2,527 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 33 ଜଣଙ୍କ ମୃତ୍ୟୁ ହୋଇଛି । 838 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ହେଲେ ସଂକ୍ରମଣ ତୁଳନାରେ ମୃତ୍ୟୁସଂଖ୍ୟା କିଛି ପରିମାରଣରେ କମ ଥିବା ରେକର୍ଡ ହେଉଥିବାର ଦେଖାଯାଉଛି ।

ତେବେ ବର୍ତ୍ତମାନ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4,30,54,952 କୁ ବୃଦ୍ଧି ହୋଇଛି । ସକ୍ରିୟ ମାମଲା 15,079 ରହିଥିବା ବେଳେ ଦେଶରେ ଏବେ ସୁଧା ମୃତ୍ୟୁସଂଖ୍ୟା 5,22,149 ରହିଛି । ସକ୍ରିୟ ସଂକ୍ରମିତ 0.04 ପ୍ରତିଶତ ଥିବାବେଳେ ଆରୋଗ୍ୟ ହାର 98.75 ପ୍ରତିଶତ ରେକର୍ଡ କରାଯାଇଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଜାତୀୟ ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ବଢିବା ପରେ ଏଠାରେ ପୁଣି ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ନଚେତ୍ 500 ଟଙ୍କା ଫାଇନ ଗଣିବେ ଉଲ୍ଲଙ୍ଘନକାରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.