ETV Bharat / bharat

UPSC ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ମୋଦିଙ୍କ ଶୁଭେଚ୍ଛା

author img

By

Published : Sep 25, 2021, 7:06 AM IST

UPSC ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ମୋଦିଙ୍କ ଶୁଭେଚ୍ଛା
UPSC ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ମୋଦିଙ୍କ ଶୁଭେଚ୍ଛା

ପ୍ରକାଶ ପାଇଛି ସିଭିଲ ସର୍ଭିସ ୨୦୨୦ର ଫାଇନାଲ ରେଜଲ୍ଟ । ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ପ୍ରକାଶ ପାଇଛି ସିଭିଲ ସର୍ଭିସ ୨୦୨୦ର ଫାଇନାଲ ରେଜଲ୍ଟ । ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନା ମହାମାରୀ ସମୟରେ ସେମାନେ ଭାରତର ପ୍ରଶାସନିକ ସେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି କହିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ମୋଦି ଏକ ଟ୍ବିଟ ମଧ୍ୟ କରିଛନ୍ତି ।

ଯେଉଁମାନେ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଛନ୍ତି ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଜନସେବାରେ ଏକ ରୋମାଞ୍ଚକର ଭବିଷ୍ୟତ ସେମାନଙ୍କ ପାଇଁ ରହିଛି । ସେମାନେ ଆମ ଦେଶର ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମୁଖ ପ୍ରଶାସନିକ ଭୂମିକା ଗ୍ରହଣ କରିବେ । କେବଳ ସେତିକି ନୁହେଁ, ଯେଉଁ ଯୁବ ବନ୍ଧୁମାନେ ଏ ପରୀକ୍ଷାରେ ସଫଳ ହୋଇନାହାଁନ୍ତି । ସେମାନେ ସମସ୍ତ ଜଣେ ଜଣେ ଜଣେ ଜ୍ଞାନୀ ଓ ପ୍ରତିଭାଶାଳୀ ବ୍ୟକ୍ତି । ଉଦ୍ୟମ ଜାରି ରଖନ୍ତୁ । ସଫଳତା ନିଶ୍ଟୟ ମିଳିବ ବୋଲି କହିଛନ୍ତି । ଭାରତରେ ବିଭିନ୍ନ ସୁଯୋଗ ଓ ସୁବିଧା ସେମାନଙ୍କ ପାଇଁ ରହିଛି ।

ଶୁକ୍ରବାର ୟୁପିଏସି ୨୦୨୦ର ଫାଇନାଲ ରେଜଲ୍ଟ ପ୍ରକାଶ ପାଇଛି । UPSC-୨୦୨୦ ପରୀକ୍ଷାରେ ବିହାରର ଶୁଭମ କୁମାର ହୋଇଛନ୍ତି IAS ଟପ୍ପର । ସେହିପରି ପରୀକ୍ଷାରେ ଜାଗୃତି ଅୱସ୍ତି ଓ ଅଙ୍କିତା ଜୈନ କ୍ରମଶ ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି । UPSC-୨୦୨୦ ପରୀକ୍ଷାରେ ମୋଟ୍‌ ୭୬୧ ଜଣ ପାସ୍‌ କରିଛନ୍ତି । ଏଥିରେ ୫୪୫ ପୁରୁଷ ଓ ୨୧୬ ମହିଳା ଅଛନ୍ତି ସାମିଲ । IAS ପାଇଁ ୧୮୦, IPS ପାଇଁ ୨୦୦ ଜଣ ଏବଂ IFS ପାଇଁ ୩୬ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.