ETV Bharat / bharat

ମୁଁ ଜିତିଲି, ଫୋନ କଲେନି ମୋଦି !

author img

By

Published : May 3, 2021, 7:59 PM IST

PM did not call to Mamata Banarji after victory
ପ୍ରଥମ ଥର ପାଇଁ ବିଜୟୀ ନେତ୍ରୀଙ୍କୁ ଫୋନ କରିନାହାଁନ୍ତି ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗରେ ବିପୁଳ ବହୁମତ ହାସଲ କରିଛି ମମତା ବାନାର୍ଜୀଙ୍କ ଟଏମସି । ବିଜୟ ନେଇ ଚାରିଆଡୁ ଦିଦିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ପିଏମ ମୋଦି ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ତେବେ ଦିଦି କହିଛନ୍ତି, ପ୍ରଥମ ଥର ପାଇଁ କୌଣସି ପ୍ରଧାନମନ୍ତ୍ରୀ ଜଣେ ବିଜୟୀ ନେତ୍ରୀଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇନାହାଁନ୍ତି । ଅଧିକ ପଢନ୍ତୁ...

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ନିର୍ବାଚନରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ବିଜୟୀ ମୁକୁଟ ପିନ୍ଧିଛନ୍ତି ଦିଦି । ମମତା ବାନାର୍ଜୀଙ୍କ ବିଜୟକୁ ନେଇ ସାରା ଦେଶର ନେତା ଶୁଭେଚ୍ଛା ଜଣାଇଛନ୍ତି । ଏଭଳି ସମୟରେ ପିଏମ ମୋଦିଙ୍କ କୌଣସି ଫୋନ ଆସିନଥିବା ମମତା ବାନାର୍ଜୀ କହିଛନ୍ତି ।

ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ବିଜେପିକୁ ମାତ ଦେଇଛନ୍ତି । ବିଜେପିକୁ ଧୂଳିଚଟାଇ ଟିଏମସିକୁ ଲଗାତାର ତୃତୀୟ ଥର ସରକାର ଗଠନ ନେଇ ସ୍ପଷ୍ଟ ବହୁମତ ମିଳିଛି । ସାରା ଦେଶରୁ ସମସ୍ତ ନେତା ମନ୍ତ୍ରୀ ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ତୃଣମୂଳ କଂଗ୍ରେସର ବିଜୟ ପାଇଁ ମମତା ଦିଙ୍କୁ ଶୁଭେଚ୍ଛା । କୋଭିଡ 19ର ମୁକାବିଲା ଓ ଲୋକଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ସମ୍ପୂର୍ଣ୍ଣ ସହାୟତା କରାଯିବ ବୋଲି ଟ୍ବିଟ କରିଥିଲେ ପିଏମ ମୋଦି । କେବଳେ ଟ୍ବିଟ ମାଧ୍ୟମରେ ପିଏମ ମୋଦି ମମତା ବାନାର୍ଜୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ମୁହଁ ଖୋଲିଛନ୍ତି ମମତା ବାନାର୍ଜୀ । ସେ କହିଛନ୍ତି, ପ୍ରଥମ ଥର ପାଇଁ କୌଣସି ପ୍ରଧାନମନ୍ତ୍ରୀ ଜଣେ ବିଜୟୀ ନେତ୍ରୀଙ୍କୁ ଫୋନ କରିନାହାଁନ୍ତି । ନିର୍ବାଚନ ପ୍ରଚାର ସମୟରେ ରାଲିରେ ବିଭିନ୍ନ ସମୟରେ ପରସ୍ପର ପ୍ରତି କଡା ଟିପ୍ପଣୀ ଦେଇଥିଲେ । ଉଭୟ ନର୍ବାଚନୀ ରାଲିରେ କଡା ପ୍ରତ୍ୟାରୋପ କରୁଥିଲେ ।

ସୂଚନାଥାଉକି ରବିବାର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ମୋଟ 294 ଆସନରେ 213 ଆସନ ହାସଲ କରିଛନ୍ତି ତୃଣମୂଳ କଂଗ୍ରେସ । ସେପିଟେ ବିଜେପି ମଧ୍ୟ ରାଜ୍ୟର ସରକାର ଗଠନ କରିବା ସ୍ବପ୍ନ ଦେଖିଥିଲା କିନ୍ତୁ ରାଜ୍ୟରେ 3 ଆସନରୁ ଆସି 75 ଆସନରେ ଅଟକିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.