ETV Bharat / bharat

NIAର ବଡ ଖୁଲାସା, ଭିନ୍ନ ଧର୍ମାବଲମ୍ବୀଙ୍କ ହିଟ୍‌ ତାଲିକା ପ୍ରସ୍ତୁତ କରୁଛି PFIର ସିକ୍ରେଟ ୱିଙ୍ଗ୍

author img

By

Published : Dec 20, 2022, 10:47 PM IST

Etv Bharat
Etv Bharat

ମଙ୍ଗଳବାର ଗିରଫ ହୋଇଥିବା ପିଏଫ୍ଆଇ ନେତାଙ୍କ ରିମାଣ୍ଡ ଅବଧି ବୃଦ୍ଧି କରିବା ସମୟରେ କୋର୍ଟଙ୍କୁ ତଥ୍ୟ ଦେଇଛି NIA । PFIର ସିକ୍ରେଟ ୱିଙ୍ଗ୍ ଭିନ୍ନ ଧର୍ମାବଲମ୍ବୀଙ୍କ ହିଟ୍‌ ତାଲିକା ପ୍ରସ୍ତୁତ କରୁଛି ବୋଲି କହିଛି ଏଜେନ୍ସି । ଅଧିକ ପଢନ୍ତୁ

ଥିରୁଅନନ୍ତପୁରମ: ଇସଲାମିକ ସଂଗଠନ ପିଏଫଆଇ ବା ପପୁଲାର ଫଣ୍ଟ ଅଫ୍‌ ଇଣ୍ଡିଆ (PFI)କୁ ଭାରତ ସରକାର ବ୍ୟାନ ଘୋଷଣା କରିଛନ୍ତି । ଏହି ସଂଗଠନ ଆତଙ୍କବାଦ ଲାଗି କିଛି ଯୁବକଙ୍କୁ ଏକଜୁଟ କରୁଛି । ଏନେଇ ଜାତୀୟ ତଦନ୍ତ ଏଜେନ୍ସି (NIA) କୋର୍ଟଙ୍କୁ କହିଛି । ଏହି ସଂଗଠନ ଅନ୍ତର୍ଜାତୀୟ ଆତଙ୍କବାଦ ସଂଗଠନ ସହିତ ସମ୍ପର୍କରେ ରହିଥବା ନେଇ ପ୍ରମାଣ ମିଳିଥିବା କହିଛି ଏନଆଇଏ ।

ଏଜେନ୍ସି ଦ୍ବାରା ଗିରଫ ହୋଇଥିବା ପିଏଫ୍ଆଇ ନେତାଙ୍କ ରିମାଣ୍ଡ ଅବଧି ବୃଦ୍ଧି କରିବା ରିପୋର୍ଟରେ ଏନଆଇଏ କହିଛି ଯେ ୩ ମାସ ଧରି ଚାଲିଥିବା ଅନୁସନ୍ଧାନରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି । ରିପୋର୍ଟରେ କୁହାଯାଇଛି ଯେ PFIର ଏହି ସିକ୍ରେଟ ୱିଙ୍ଗ୍ ଅନ୍ୟ ଧର୍ମର ଲୋକଙ୍କ ଏକ ହିଟ୍ ତାଲିକା ପ୍ରସ୍ତୁତ କରୁଛି । ଏହି ସିକ୍ରେଟ ୱିଙ୍ଗ PFI କାର୍ଯ୍ୟାଳୟରେ କାମ କରୁଥିବା କହିଛି ଏଜେନ୍ସି । ଆତଙ୍କବାଦୀ ସଂଗଠନ ISIS ସହିତ ପିଏଫଆଇର ଯୋଗାଯୋଗରେ ଥିବା ନେଇ ପ୍ରମାଣ ରହିଥିବା ମଧ୍ୟ କହିଛି ଏଜେନ୍ସି ।

ଏହା ବି ପଢନ୍ତୁ- ମହାରାଷ୍ଟ୍ରରୁ ୪ ପିଏଫଆଇ କାର୍ଯ୍ୟକର୍ତ୍ତା ଗିରଫ

ପିଏଫ୍ଆଇ ନେତାଙ୍କ ରିମାଣ୍ଡ ଅବଧି ବୃଦ୍ଧି ରିପୋର୍ଟରେ ଶୁଣାଣି କରି କୋର୍ଟ ଏହି ଅବଧି ଆଉ ୯୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏନଆଇଏ ପ୍ରଥମ ରିମାଣ୍ଡ ରିପୋର୍ଟରେ ସଂଗଠନ ବିରୋଧରେ ଅନେକ ଖୁଲାସା କରିଛି । ସମାଜରେ ଧାର୍ମିକ ଦଙ୍ଗା ସୃଷ୍ଟି କରିବା ଲାଗି ଏହି ସଂଗଠନ କାମ କରୁଥିବା ନେଇ କହିଥିଲା ଏଜେନ୍ସି । ଏହାସିହତ ଏହି ସଂଗଠନ ଯୁବଗୋଷ୍ଠୀଙ୍କୁ ଏକତ୍ରିତ କରି ଆତଙ୍କବାଦ ସଂଗଠନରେ ସାମିଲ କରୁଛି । ଅଲ-କାଇଦା, ଲସ୍କର-ଇ-ତୋଇବା ଓ ISIS ଭଳି ସଂଗଠନରେ ଯୁବଗୋଷ୍ଠୀଙ୍କୁ ସାମିଲ କରୁଥିବା ନେଇ କହିଥିଲା ଏଜେନ୍ସି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.