ETV Bharat / bharat

ମହାରାଷ୍ଟ୍ରରୁ ୪ ପିଏଫଆଇ କାର୍ଯ୍ୟକର୍ତ୍ତା ଗିରଫ

author img

By

Published : Oct 20, 2022, 12:21 PM IST

ମହାରାଷ୍ଟ୍ରରୁ ୪ ପିଏଫଆଇ କାର୍ଯ୍ୟକର୍ତ୍ତା ଗିରଫ
ମହାରାଷ୍ଟ୍ରରୁ ୪ ପିଏଫଆଇ କାର୍ଯ୍ୟକର୍ତ୍ତା ଗିରଫ

ମହାରାଷ୍ଟ୍ର ପାନଭେଲରୁ ୪ ଜଣ ପିଏଫଆଇ କାର୍ଯ୍ୟକର୍ତ୍ତା ଗିରଫ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ର ରାଇଗଡ ନିକଟରୁ ପିଏଫଆଇ କାର୍ଯ୍ୟକର୍ତ୍ତା ଗିରଫ । ମହାରାଷ୍ଟ୍ର ଏଟିଏସ୍(Anti-Terrorism Squad) ରାଇଗଡ ଜିଲ୍ଲା ପାଖ ପାନଭେଲରୁ ଇସଲାମିକ ସଂଗଠନ ପପୁଲାର ଫଣ୍ଟ ଅଫ୍ ଇଣ୍ଡିଆ(Popular Front of India)ର ୪ ଜଣ ସଦସ୍ୟଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ପିଏଫଆଇର(PFI)ର ଜଣେ ସ୍ଥାନୀୟ ସଦସ୍ୟଙ୍କ ସମେତ ଲୋକାଲ ୟୁନିଟ୍ ସେକ୍ରେଟାରୀ ଏବଂ ଅନ୍ୟ ଦୁଇ ଜଣ କାର୍ଯ୍ୟକର୍ତ୍ତା ରହିଛନ୍ତି । ଆଜି(ଗୁରୁବାର) ଏନେଇ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଭାରତ ସରକାର ଦେଶରେ ପିଏଫଆଇ ଉପରେ ବ୍ୟାନ ଘୋଷଣା କରିଛନ୍ତି । ଏହାସତ୍ତ୍ବେ ମଧ୍ୟ ଏହି ଇସଲାମିକ ସଂଗଠନ ମହାରାଷ୍ଟ୍ର ପାନଭେଲ ଠାରେ ଆଗାମୀ ରଣନୀତି ପ୍ରସ୍ତୁତି ପାଇଁ ଏକ ଗୁପ୍ତ ବୈଠକ କରିଥିଲା । ବୈଠକରେ ଏହାର କିଛି ସଦସ୍ୟ ସାମିଲ ହୋଇଥିଲେ । ଏନେଇ ସୂଚନା ମିଳିବା ମାତ୍ରେ ମହାରାଷ୍ଟ୍ର ଏଟିଏସ ମୁମ୍ବାଇ ଠାରୁ ୫୦ କିମି ଦୂର ପାନଭେଲରେ ଚଢାଉ କରି ୪ ଜଣ ସଦସ୍ୟଙ୍କୁ ଗିରଫ କରିଥିଲେ । ସେମାନଙ୍କ ପଚରାଉଚରା ପରେ ଏଟିଏସର କାଲାଚୌକି ୟୁନିଟରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।

ପ୍ରକାଶଥାଉ କି, ଗତମାସରେ ଭାରତ ସରକାର ପିଏଫଆଇକୁ ୫ ବର୍ଷ ପାଇଁ ବ୍ୟାନ ଘୋଷଣା କରିଥିଲେ । ଆଇଏସଆଇଏସ ଭଳି ବିଶ୍ବ ଆତଙ୍କୀ ଗୋଷ୍ଠୀ ସହ ପିଏଫଆଇର ଲିଙ୍କ୍ ଥିବା ପ୍ରମାଣ ମିଳିବା ପରେ ଗୃହ ମନ୍ତ୍ରଣାଳୟ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା । ଏହାସହିତ ଏନଆଇଏ ସାରା ଦେଶରେ ଚଢାଉ କରି ୨୫୦ରୁ ଅଧିକ ପିଏଫଆଇ କାର୍ଯ୍ୟକର୍ତ୍ତାକୁ ଅଟକ ଓ ଗିରଫ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.