ETV Bharat / bharat

Oil Rate Update: ଲଗାତାର ୭ ଦିନରେ ଅପରିବର୍ତ୍ତିତ ତେଲ ଦର

author img

By

Published : Apr 13, 2022, 9:33 AM IST

Oil Rate Update: ଲଗାତାର ୭ ଦିନରେ ଅପରିବର୍ତ୍ତିତ ତେଲ ଦର
Oil Rate Update: ଲଗାତାର ୭ ଦିନରେ ଅପରିବର୍ତ୍ତିତ ତେଲ ଦର

୭ ଦିନ ହେଲାଣି ଦେଶରେ ଅପରିବର୍ତ୍ତିତ ରହିଛି ପେଟ୍ରୋଲ ଓ ଡିଜେଲ ଦର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ତେଲ ଦରରେ ଲାଗିଛି ବ୍ରେକ୍ । ୭ ଦିନ ହେଲାଣି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି(Petrol, diesel prices remain unchanged ) । ଆଜି(ବୁଧବାର) ମଧ୍ୟ ଦର ସ୍ଥିର ଅଛି । ଫଳରେ ଦରଦାମ୍ ମଧ୍ୟରେ ହନ୍ତସନ୍ତ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଗତ ୬ ତାରିଖରୁ ରାଷ୍ଟ୍ରାୟତ ତୈଳ କମ୍ପାନୀମାନେ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି । ଯଦିଓ ଦର ସ୍ଥିର ଅଛି, ହେଲେ ଦୀର୍ଘ ଦିନର ନିବରଚ୍ଛିନ୍ନ ବୃଦ୍ଧି ପରେ ଏବେ ବି ତେଲ ଆକାଶ ଛୁଆଁ ରହିଛି ।

ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ଯଥାକ୍ରମେ ୧୦୫.୪୧ ଟଙ୍କା ଏବଂ ୯୬.୬୭ ଟଙ୍କା ରହିଛି । ଗୋଟିଏ ସପ୍ତାହ ଧରି ତେଲ ଦରରେ ବ୍ରେକ୍ ଲାଗିଥିବା ସୁଦ୍ଧା ବାଣିଜ୍ୟ ନଗରୀ ମୁମ୍ବାଇରେ ରେଟ୍ ସବୁଠୁ ଅଧିକ ରହିଛି । ଏଠାରେ ପେଟ୍ରୋଲ ଲିଟର ୧୨୦.୫୧ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ୧୦୪ ଟଙ୍କା ପାର୍ କରିଛି । ଏହି କ୍ରମରେ ଚେନ୍ନାଇରେ ଏବେ ପେଟ୍ରୋଲ ୧୧୦.୮୫ ଟଙ୍କା ଏବଂ ଡିଜେଲ ୧୦୦.୯୪ ଟଙ୍କାରେ ସ୍ଥିର ଅଛି । ଯଦି କୋଲକାତା କଥା କହିବା, ତେବେ ଏଠାରେ ଦର ଯଥାକ୍ରମେ ୧୧୫.୧୨ ଟଙ୍କା ଏବଂ ୯୯.୮୩ ଟଙ୍କା ରହିଛି ।

ଶେଷ ଥର ପାଇଁ ଗତ ୬ ତାରିଖରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୮୦ ପଇସା ଲେଖାଏଁ ବୃଦ୍ଧି ହୋଇଥିଲା । ଯାହାଫଳରେ ୧୬ ଦିନ ମଧ୍ୟରେ ତେଲ ଦର ଲିଟର ପିଛା ୧୦ ଟଙ୍କା ମହଙ୍ଗା ହୋଇଯାଇଥିଲା । ମାର୍ଚ୍ଚ ୨୨ ତାରିଖରୁ ତେଲ କମ୍ପାନୀମାନେ ଲଗାତାର ଭାବେ ଦର ବଢାଇ ଚାଲିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.