ETV Bharat / bharat

ମୃତଦେହକୁ ବି ଛାଡିଲେନି: ରୋଗୀ ସାଜି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ, ମୃତଦେହରୁ ଚୋରି କରୁଥିଲେ ଗହଣା

author img

By ETV Bharat Odisha Team

Published : Sep 28, 2023, 3:23 PM IST

theft of jewellery from dead bodies
theft of jewellery from dead bodies

ମୃତ ଶରୀରରୁ ସୁନା ଚେନ ଚୋରି କରି ଧରାପଡିଲେ ରୋଗୀ । ପାଞ୍ଚ ବର୍ଷ ହେଲା ହସ୍ପିଟାଲରେ ହେଉଥିଲେ ଚିକିତ୍ସା । ଅଧିକ ପଢନ୍ତୁ

ପାଟନା: ହସ୍ପିଟାଲରେ ଚୋର । ରୋଗୀ ସାଜି ଚିକିତ୍ସିତ ହେଉଥିଲେ, ମୃତ ବ୍ୟକ୍ତିଙ୍କ ଠାରୁ ଅଳଙ୍କାର ଚୋରୀ କରୁଥିଲେ । ମୃତ ଶରୀରରୁ ଅଳଙ୍କାର ଚୋରି କରୁଥିବା ବେଳେ ଧରାପଡିଛନ୍ତି ବ୍ୟକ୍ତି ଜଣଙ୍କ । ଏଭଳି ଘଟଣା ଘଟିଛି ବିହାରର ନାଳନ୍ଦା ସଦର ଡାକ୍ତରଖାନାରେ । ଗତ 5 ବର୍ଷ ହେଲା ରୋଗୀ ଜଣଙ୍କ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଓ ମାଗଣାରେ ଖାଦ୍ୟ ମଧ୍ୟ ଖାଉଥିଲେ ।

ମୃତଦେହ ଠାରୁ ଗହଣା ଚୋରି କରୁଥିବା ବେଳେ ଧରାପଡିଲେ: ଡାକ୍ତରଖାନାରେ ଚୋରି କରୁଥିବା ରୋଗୀ ଜଣଙ୍କ ପାଇଁ ଏକ ବେଡ ପାଞ୍ଚ ବର୍ଷ ହେଲା ରିଜର୍ଭ ହୋଇ ରହିଥିଲା । ଅନେକ ସମୟରେ ସେ ମୃତଶରୀରରୁ ଗହଣା ଚୋରି କରିଥାନ୍ତି । ସଦର ହସ୍ପିଟାଲର ଡେପୁଟି ସୁପରିଟେଣ୍ଡେଣ୍ଟ କହିଛନ୍ତି ଯେ, ବ୍ୟକ୍ତି ଜଣଙ୍କର କେହିନଥିବା ସେ ଆମକୁ କହିଥିଲେ । ସେ ଗୁରୁତର ରୋଗରେ ପୀଡିତ ଥିବାରୁ ତାଙ୍କ ପୁଅ ଏବଂ ବୋହୂ ତାଙ୍କୁ ଘରୁ ବାହାର କରିଦେଇଥିଲେ । ଶେଷରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ଏଠାରେ ରହିବାକୁ ଡାକ୍ତରଖାନା ନିର୍ଦ୍ଦେଶକ ଅନୁମତି ଦେଇଥିଲେ । କିନ୍ତୁ ସୋମବାର ଏହି ରୋଗୀ ଜଣଙ୍କ ଚୋରି କରିବା ପାଇଁ ଜରୁରୀକାଳୀନ ୱାର୍ଡରେ ପହଞ୍ଚି ଜଣେ ମୃତ ଯୁବକଙ୍କ ବେକରୁ ସୁନା ଚେନ୍ ନେବାକୁ ଚେଷ୍ଟା କରୁଥିଲେ ।

ଏହା ମଧ୍ୟ ପଢନ୍ତୁ-ଉଲଗ୍ନ ହୋଇ ଚୋରି କରୁଛି ଚୋର ! ସିସିଟିଭିରେ କଏଦ ପୁରା ଘଟଣା

''ତିନି-ଚାରି ବର୍ଷ ହେବ ବ୍ୟକ୍ତି ଜଣଙ୍କ ହସ୍ପିଟାଲରେ ରହିଆସୁଥିଲା । ହସ୍ପିଟାଲ ଛାଡିବାକୁ କୁହାଯାଉଥିଲେ ମଧ୍ୟ ସେ ଯାଉନଥିଲା । ଦୁଇ ଘଣ୍ଟା ପାଇଁ ଡାକ୍ତରଖାନା ବାହାରକୁ ଯାଉଥିଲେ ମଧ୍ୟ ସେ ଫେରି ଆସି ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିବା କହିଥାନ୍ତି । ସମାନ କଥା କହି ସେ ଡାକ୍ତରଖାନାରେ ରହିଆସୁଥିଲେ । କିନ୍ତୁ ଚୋରି କରି ଧରାପଡିବା ପରେ ତାକୁ ଡାକ୍ତରଖାନାରୁ ବାହାର କରାଯାଇଛି । ''

ବ୍ୟକ୍ତି ଜଣଙ୍କ ଜଣେ ମୃତ ଯୁବକଙ୍କ ଶରୀରରୁ ସୁନା ଚୋରି କରୁଥିବା ବେଳେ ମୃତକଙ୍କ ସମ୍ପର୍କୀୟଙ୍କ ହାତରେ ଧରାପଡିଥିଲେ । ଏହାପରେ ତାଙ୍କୁ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ଖବର ଦେଇଥିଲେ । ଚୋରି କରୁଥିବା ବ୍ୟକ୍ତି ହେଉଛନ୍ତି ପ୍ରେମଚାନ୍ଦ ପ୍ରସାଦ, ତାଙ୍କ ଘର ବିହାରର 33 ଖଣ୍ଡକ ମୋହାଲାରେ । ସେ 5 ବର୍ଷରୁ ଅଧିକ ସମୟ ହେବ ସଦର ଡାକ୍ତରଖାନାରେ ରୋଗୀ ଭାବରେ ରହିଆସୁଥିଲେ ଓ ଚିକିତ୍ସିତ ମଧ୍ୟ ହେଉଥିଲେ।

ହସ୍ପିଟାଲରେ ରହିବାର କାରଣ ପଚାରିବାରୁ ରୋଗୀ ପ୍ରେମଚାନ୍ଦ କହିଥିଲେ ଯେ, ଗୁରୁତର ରୋଗରେ ପୀଡିତ ଥିବାରୁ ସଦର ଡାକ୍ତରଖାନାରେ ମୁଁ ରହୁଥିଲି । ପୁଅ ବୋହୂକୁ ମୋତେ ଘରେ ରହିବାକୁ ଦେଉନଥିଲା । ପ୍ରତି ସପ୍ତାହରେ ପୁଅ ଏବଂ ବୋହୂ ମୋତେ ଭେଟିବାକୁ ଆସୁଥିଲେ ।

ଚୋରି କରି ଧରାପଡିବା ପରେ ରୋଗୀଙ୍କ ଠାରୁ ସୁନା ଲକେଟ୍ ଏବଂ ଚେନ୍ ଜବତ ହୋଇଛି । ଏଥିସହ ତାଙ୍କୁ ଡାକ୍ତରଖାନାରୁ ବାହାର କରି ଦିଆଯାଇଛି । କିନ୍ତୁ ପ୍ରଶ୍ନ ଉଠିଛି ଯେ ଜଣେ ବ୍ୟକ୍ତିଙ୍କୁ ଗତ ପାଞ୍ଚ ବର୍ଷ ଧରି ଡାକ୍ତରଖାନାରେ ରହିବାକୁ କିପରି ଅନୁମତି ଦିଆଗଲା ? କେବଳ ଏତିକି ନୁହେଁ, ତାଙ୍କ ଖାଦ୍ୟ ଏବଂ ରହିବା ପାଇଁ ବ୍ୟବସ୍ଥା ମଧ୍ୟ ସଦର ହସ୍ପିଟାଲରେ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.