ଉଲଗ୍ନ ହୋଇ ଚୋରି କରୁଛି ଚୋର ! ସିସିଟିଭିରେ କଏଦ ପୁରା ଘଟଣା

By ETV Bharat Odisha Team

Published : Sep 23, 2023, 8:14 PM IST

thumbnail

ଅନୁଗୋଳ: ଚୋରି ପାଇଁ ଅଭିନବ ଉପାୟ । ଉଲଗ୍ନ ହୋଇ ଚୋରି କରୁଛି ଚୋର। ସିସି କ୍ୟାମେରାରେ କଏଦ ହୋଇଛି ଚୋରର ପୁରା କାରନାମା ।ଅନୁଗୋଳ ଟାଉନ ଫାଣ୍ଡି ଠାରୁ ମାତ୍ର 20 ମିଟର ଦୂରରେ ଚୋର ଏକ ଓଫେଡ ଦୋକାନରୁ ଚୋରି କରିଛିଷ ।ସବୁଠାରୁ ବଡ କଥା ହେଉଛି ଚୋର ଜଣକ ଉଲଗ୍ନ ହୋଇ ଚୋରି କରିଥିବାବେଳେ ସିସି କ୍ୟାମେରାରେ କଏଦ ହୋଇଥିଲା ପୁରା ଘଟଣା । 

ସୂଚନା ଯୋଗ୍ୟ ଅନୁଗୋଳ ସହର କେନ୍ଦ୍ରସ୍ଥଳ ରାଜା ଛକରୁ ଚୋରି ।ଦିନ ରାତି ସବୁବେଳେ ଗହଳି ଚହଲି ଲାଗୁ ରହୁଥିବା ଏହି ସ୍ଥାନ ଯାହାପାଖରେ ରହିଛି ଟାଉନ ଫାଣ୍ଡି ।ତଥାପି ସେ ସବୁକୁ ଖାତିରି ନକରି ଜଣେ ଦୁର୍ବୃତ୍ତ ,ଏଠାରେ ଥିବା ଓମଫେଡ ଦୋକାନରେ କଳାକନା ବୁଲାଇଦେଇଛି । 

ଏହା ମଧ୍ୟ ପଢନ୍ତୁ.....Watch: ମାତିଛନ୍ତି ଲୁଟେରା, ଏଟିଏମ ମେସିନ ଭାଙ୍ଗି ଲୁଟିଲେ ଲକ୍ଷାଧିକ ଟଙ୍କା

ଦୋକାନ ପଛପଟେ ଲାଗିଥିବା ଏକ ଏକଜିଷ୍ଟ ଫ୍ୟାନକୁ ତାଡି  ଦୋକାନରେ ଭିକରେ ପଶି ଦୋକାନରେ ଥିବା ଟଙ୍କା ସବୁ ଚୋରି କରିଛି । ଯାହାର ଭିଡ଼ିଓ ଦୋକାନରେ ଲାଗିଥିବା ସିସି କ୍ୟାମେରାରେ କଏଦ ହଇଥିଲା । ଚୋର ଜଣକ ଉଲଗ୍ନ ହୋଇ ଦୋକାନ ଭିତରେ ପସି ଉଲଗ୍ନ ଅବସ୍ଥାରେ ଚୋରି କରିଛି । ଆଉ ଦୋକାନ କ୍ୟାସ ବକ୍ସରେ ଥିବା କେବଳ ନୋଟ ସବୁ ଚୋରି ହୋଇଥିବାବେଳେ ଖୁଚୁରା ପଇସା ସବୁ ଛାଡି ଦେଇଛି ଚୋର । ଏ ନେଇ ଦୋକାନ ମାଲିକ ଅନୁଗୋଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.