Watch: ମାତିଛନ୍ତି ଲୁଟେରା, ଏଟିଏମ ମେସିନ ଭାଙ୍ଗି ଲୁଟିଲେ ଲକ୍ଷାଧିକ ଟଙ୍କା

By ETV Bharat Odisha Team

Published : Sep 23, 2023, 2:13 PM IST

Updated : Sep 23, 2023, 2:18 PM IST

thumbnail

ଖୋର୍ଦ୍ଧା: ଜଟଣୀ ରେତଙ୍ଗ କଲୋନୀ ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ର ଏଟିଏମ ଭାଙ୍ଗି ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଗତ ରାତିରେ ଦୁର୍ବୃତ୍ତମାନେ ସଟର ତାଡ଼ି ଗ୍ୟାସ କଟର ସାହାଯ୍ୟରେ ଏଟିଏମ ମେସିନକୁ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି । ଜଟଣୀ ସହରରେ ଗଣେଶ ମହୋତ୍ସବ ଚାଲିଥିବା ବେଳେ ସହରରେ କଡ଼ା ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କିନ୍ତୁ ପୋଲିସ ସୁରକ୍ଷା ସତ୍ତ୍ଵେ କିଭଳି ଏଟିଏମ ଭାଙ୍ଗି ଟଙ୍କା ଲୁଟ କରାଗଲା ତାହା ଆଶ୍ଚର୍ଯ୍ୟ କରିଛି ।

ଏହାମଧ୍ୟ ପଢନ୍ତୁ.. ବାଲେଶ୍ଵରରେ ମାତିଲେ ଲୁଟେରା, ବ୍ୟାଙ୍କ ସଟର କାଟି ଲୁଟିଲେ ଲକ୍ଷ୍ୟାଧିକ ଟଙ୍କା ଓ ଗହଣା

ଖବର ପାଇ ଜଟଣି ପୋଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଛି । କେତେ ଟଙ୍କା ଲୁଟ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏ ସମ୍ପର୍କରେ ଜଟଣୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପରିଚାଳକଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ଏଟିଏମରେ ଟଙ୍କା ଭରିବା କାର୍ଯ୍ୟ ଏକ ଘରୋଇ ସଂସ୍ଥା ବୁଝୁଥିବା ସେ କହିଛନ୍ତି । ତେଣୁ ଚୋରି ସମୟରେ ଏଟିଏମରେ କେତେ ଟଙ୍କା ଥିଲା ତାହା ଏଯାଏ ସ୍ପଷ୍ଟ ହୋଇପାରିନାହିଁ ।


ଇଟିଭି ଭାରତ, ଖୋର୍ଦ୍ଧା

Last Updated : Sep 23, 2023, 2:18 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.