ETV Bharat / bharat

Kangra Landslide: ପରମାର ନଗରରେ ଯୋଶୀମଠ ସ୍ଥିତି, ୩ କିମି ପର୍ଯ୍ୟନ୍ତ ମାଟିରେ ଫାଟ

author img

By

Published : Aug 17, 2023, 10:59 PM IST

Kangra Landslide
Kangra Landslide

ହିମାଚଳ ପ୍ରଦେଶ କଙ୍ଗଡ଼ା ଜିଲ୍ଲାରେ ଯୋଶୀମଠ ସ୍ଥିତି । ପରମାର ନଗରରେ ୩କିମି ଯାଏଁ ଫାଟିଲା ମାଟି । ଅଧିକ ପଢନ୍ତୁ

ସିମଲା: ଉତ୍ତରାଖଣ୍ଡରେ ଯୋଶୀମଠ ସ୍ଥିତି ଗତ ବର୍ଷ ସାରା ଦେଶରେ ଆତଙ୍କ ଖେଳାଇଥିଲା । ଦେବଭୂମିର ଆଗାମୀ ଭବିଷ୍ୟତକୁ ନେଇ ଲୋକେ ଚିନ୍ତିତ ହୋଇଥିଲେ । ହେଲେ ଏବେ ହିମାଚଳପ୍ରଦେଶର ଜନବହୁଳ କଙ୍ଗଡା ଜିଲ୍ଲାରେ ଯୋଶୀମଠ ପରି ଦୃଶ୍ୟ ଦେଖିବାକୁ ମିଳିଛି । ଜିଲ୍ଲାର ପରମାର ନଗର ଲଗାଣ ବର୍ଷା ପରେ ଭୂସ୍ଖଳନ ସାଙ୍ଗକୁ ପ୍ରାୟ ୩କିମି ପର୍ଯ୍ୟନ୍ତ ମାଟିରେ ଫାଟ ସୃଷ୍ଟି ହୋଇଛି । ଏହାପରେ ଲୋକେ ଭୟଭୀତ ହୋଇ ଜିଲ୍ଲା ପ୍ରଶାସନ ନିକଟରେ ଜମି ପ୍ରଦାନ ଲାଗି ଦାବି କରିଛନ୍ତି ।

Kangra Landslide
ପରମାର ନଗରରେ ମାଟି ତଳେ ୧୨ ପରିବାରର ବାସଗୃହ

କଙ୍ଗଡା ଜିଲ୍ଲାର ବିଧାନସଭା ମଣ୍ଡଳୀ ପରମାର ନଗର ଗାଁରେ ଏହି ସ୍ଥିତି ଦେଖିବାକୁ ମିଳିଛି । ଭୂସ୍ଖଳନ ଯୋଗୁଁ ଏଠାରେ ପ୍ରାୟ ୧୨ଟି ଘର ମାଟିରେ ମିଶିଯାଇଛି । ଖାଲି ସେତିକି ନୁହେଁ ଏହି ଭୂସ୍ଖଳନ ପରେ ଆଖପାଖ ଗାଁର ମାଟିରେ ଫାଟ ସୃଷ୍ଟି ହୋଇଛି । ସେପଟେ ଏଭଳି ସ୍ଥିତି ଦେଖି ପ୍ରଶାସନ କିଛି ଘରକୁ ଖାଲି କରିଛି । ଭୂସ୍ଖଳନ ଯୋଗୁଁ ବାସହୀନ ହୋଇଥିବା ପରିବାର ପାଇଁ ପ୍ରଶାସନ ଖାଦ୍ୟ ପାନୀୟ ଓ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରିଛି । ଏହାସହିତ ପ୍ରଭାବିତ ପରିବାର ପ୍ରତି ୧୦ ହଜାର ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି ।

Kangra Landslide
ପରମାର ନଗରରେ ଯୋଶୀମଠ ସ୍ଥିତି

ଏହା ବି ପଢନ୍ତୁ- ଯୋଶୀମଠ ପରେ ଜମ୍ମୁ କାଶ୍ମୀରରେ ଦବିଲା ମାଟି, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ସ୍ଥାନୀୟ ବାସିନ୍ଦା ରବି କୁମାର କହିଛନ୍ତି ଯେ ସେ ଘର ନିର୍ମାଣ ଲାଗି ସମସ୍ତ ସଞ୍ଚିତ ରାଶିକୁ ଖର୍ଚ୍ଚ କରିସାରିଛନ୍ତି । ତାଙ୍କ ନିକଟରେ ଏବେ କୌଣସି ଅର୍ଥ ସମ୍ବଳ ନାହିଁ । ଗତ ୧୫ ଦିନ ପୂର୍ବରୁ ତାଙ୍କ ନୂଆ ଘର ପ୍ରତିଷ୍ଠା ହୋଇଥିଲା । ହେଲେ ଏବେ ଭୂସ୍ଖଳନ ପରେ ତାହା ମାଟିରେ ମିଶିଯାଇଛି । ରବିଙ୍କ ପରି ଗାଁର ଅନେକ ଲୋକଙ୍କ ବାସଗୃହ ମାଟିରେ ମିଶିଯାଇଛି । ଏହାପରେ ଏହି ଗାଁର ଲୋକେ ସରକାରଙ୍କୁ ଅନ୍ୟତ୍ର ଜମି ପ୍ରଦାନ କରିବା ଲାଗି ଦାବି କରିଛନ୍ତି ।

ଏହା ବି ପଢନ୍ତୁ- JOSHIMATH LAND SUBSIDENCE: ବାସ ଅନୁପଯୋଗୀ ସ୍ଥାନ ଚିହ୍ନଟ ଆରମ୍ଭ, ବିପଦରେ ଶଙ୍କରାଚାର୍ଯ୍ୟଙ୍କ ଜୋର୍ତିମଠ

ସୂଚନା ଥାଉ କି ଚଳିତ ମାସ ଫେବୃଆରୀ ପହିଲାରେ ଭାରତର କାଶ୍ମୀର ବୋଲାଉଥିବା ପାହାଡି ଅଞ୍ଚଳ ଜମ୍ମୁକାଶ୍ମୀରରେ ମଧ୍ୟ ଯୋଶୀମଠ ଭଳି ସ୍ଥିତି ଦେଖିବାକୁ ମିଳିଥିଲା । ଏଠାରେ ମାଟି ଦବିବା ସହ ଅନେକଙ୍କ ଘର ଫାଟ ସୃଷ୍ଟି ହୋଇଥିଲା । ଜମ୍ମୁକାଶ୍ମୀରର ଦୋଡା ଜିଲ୍ଲାର ଥାତ୍ରି ଅଞ୍ଚଳରେ ଏଭଳି ସମସ୍ୟା ଦେଖିବାକୁ ମିଳିଥିଲା । ଏହି ଅଞ୍ଚଳରେ ପ୍ରାୟ ୫୦ଟି ଘରେ ଫାଟ ସୃଷ୍ଟି ହୋଇଥଇଲା । ଏହାପରେ ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲା । ଏଠାରେ ଭୂସ୍ଖଳନର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଖନନ ଯୋଗୁଁ ଏପରି ଘଟୁଥିବା ଆଶଙ୍କା କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.