ETV Bharat / bharat

JOSHIMATH LAND SUBSIDENCE: ବାସ ଅନୁପଯୋଗୀ ସ୍ଥାନ ଚିହ୍ନଟ ଆରମ୍ଭ, ବିପଦରେ ଶଙ୍କରାଚାର୍ଯ୍ୟଙ୍କ ଜୋର୍ତିମଠ

author img

By

Published : Jan 9, 2023, 10:16 PM IST

Updated : Jan 9, 2023, 10:22 PM IST

ନିଦ ହଯାଇଲାଣି ଯୋଶୀମଠରେ ଭୂମି ଦବିବା ଘଟଣା (land sinking in Joshimath) । ଆଜି କ୍ଷତିଗ୍ରସ୍ତ ଘର ଚିହ୍ନଟ ଜାରି ରଖିଛି ସ୍ଥାନୀୟ ପ୍ରଶାସନ । ବିପଦରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିଷ୍ଠିତ ଜ୍ୟୋର୍ତିମଠ । ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ପାଇଁ ହେବ ଉଚ୍ଚସ୍ତରୀୟ ଅନୁଧ୍ୟାନ । ଅଧିକ ପଢନ୍ତୁ ।

ବିପଦରେ ଶଙ୍କରାଚାର୍ଯ୍ୟଙ୍କ ଜୋର୍ତିମଠ
ବିପଦରେ ଶଙ୍କରାଚାର୍ଯ୍ୟଙ୍କ ଜୋର୍ତିମଠ

ବିପଦରେ 2500 ବର୍ଷ ପୁରୁଣା ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଜ୍ୟୋର୍ତିମଠ
ପ୍ରଭାବତଙ୍କୁ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତରଣ କରୁଛି ପ୍ରଶାସନ

ହାଇଦ୍ରାବାଦ: ଉତ୍ତରାଖଣ୍ଡ ଯୋଶୀମଠରେ ଦେଖାଯାଇଥିବା ଭୌଗଳିକ ବିପର୍ଯ୍ୟୟ ସମଗ୍ର ଦେଶରେ ଉଦବେଗର ବଢାଇଛି । ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଦେଶର ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଏହି ଯୋଶୀମଠର ଅସ୍ତିତ୍ବକୁ ନେଇ ପ୍ରଶ୍ନବାଚୀ ମଧ୍ୟରେ ପ୍ରାଥମିକତା ଭିତ୍ତିରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି (land sinking in Joshimath) । ଆଜି ସ୍ଥାନୀୟ ପ୍ରଶାସନ କ୍ଷତିଗ୍ରସ୍ତ ହୋଇଥିବା ଘରଗୁଡିକୁ ଚିହ୍ନଟ ଓ ପ୍ରଭାବିତ ପରିବାରକୁ ସହାୟତା ପ୍ରଦାନ କରିବା ସହ ଆବଶ୍ୟକ ସ୍ଥଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତରଣ ପ୍ରକ୍ରିୟା ଜାରି ରଖିଛି । ଏଥିପାଇଁ ସୁରକ୍ଷିତ ସ୍ଥାନରେ ରିଲିଫ କ୍ୟାମ୍ପ ପ୍ରସ୍ତୁତ କରାଯାଇ ରଖାଯାଇଛି । ସିଏସଆର-ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଉଚ୍ଚସ୍ତରୀୟ ଟିମ କ୍ଷତିଗ୍ରସ୍ତ ଘରଗୁଡିକର ଅନଧ୍ୟାନ ଜାରି ରଖିଛି । ଏପଟେ ଲୋକଙ୍କ ରହିବା ଅନୁପଯୋଗୀ ସ୍ଥାନ ଚିହ୍ନଟ ଆରମ୍ଭ ହୋଇଛି । ଦୁଇଟି ହୋଟେଲକୁ ପ୍ରଶାସନ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି ।

  • जोशीमठ में सरकार द्वारा प्रभावित नगरवासियों की सुरक्षा, पुनर्वास एवं क्षेत्र के संरक्षण हेतु कार्य तीव्र गति से संचालित हैं। आदरणीय प्रधानमंत्री श्री @narendramodi जी भी व्यक्तिगत रूप से क्षेत्र की स्थिति पर नजर बनाए हुए हैं। इस संकट की घड़ी में हम जोशीमठ के साथ खड़े हैं। pic.twitter.com/NOPMC57kf4

    — Pushkar Singh Dhami (@pushkardhami) January 9, 2023 " class="align-text-top noRightClick twitterSection" data=" ">

ତେବେ ପ୍ରଶାସନର ଏହି ପଦକ୍ଷେପକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତେତେକାଂଶରେ ଅସନ୍ତୋଷ ଦେଖାଯାଉଛି । ସ୍ଥାୟୀ ଥଇଥାନ ବ୍ୟବସ୍ଥା ନକରି ସେମାନଙ୍କୁ ଅସ୍ଥାୟୀ ଭାବେ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତରଣକୁ ସେମାନେ ବିରୋଧ କରିଛନ୍ତି (land sinking in Joshimath)। ସ୍ଥାନୀୟ ପ୍ରଶାସନର କିଛି ଅଧିକାରୀଙ୍କ ସହ ଲୋକଙ୍କର ଯୁକ୍ତିତର୍କ ମଧ୍ୟ ଦେଖିବାକୁ ମିଳିଛି । ପ୍ରଶାସନିକ ଅଧିକାରୀମାନେ ସେମାନଙ୍କୁ ବୁଝାସୁଝା ଜାରି ରଖିଛନ୍ତି । ଅନ୍ୟ ଏକ ସୂଚନା ଅନୁସାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଜୋଶୀମଠ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିପାରନ୍ତି ବୋଲି ମଧ୍ୟ ସୂଚନା ମିଳିଛି ।

ବିପଦରେ 2500 ବର୍ଷ ପୁରୁଣା ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଜ୍ୟୋର୍ତିମଠ:-

ଦେବଭୂମି ଉତ୍ତରାଖଣ୍ଡର ଯୋଶୀମଠରେ ରହିଛି ସନାତନ ଧର୍ମର ଅନ୍ୟତମ ଆଦିପୀଠ ତଥା ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ସଂସ୍ଥାପିତ ଜ୍ୟୋର୍ତିମଠ । ଯାହାର ସୁରକ୍ଷାକୁ ଏବେ ନେଇ ଚିନ୍ତା ବଢିଛି । ଯୋଶୀମଠରେ ଜାରି ରହିଥିବା ଏପରି ସ୍ଥିତି ଫଳରେ ଐତିହାସିକ ଜ୍ୟୋର୍ତିମଠର ଅସ୍ତିତ୍ବ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ସନାତନ ଧର୍ମାବଲମ୍ବୀଙ୍କୁ ବିଚଳିତ କରିବାରେ ଲାଗିଲାଣି । ଆଦିଗୁରୁ ଶଙ୍କରାଚାର୍ଯ୍ୟ ଭାରତର ଚାରିଦିଗରେ ଚାରୋଟି ମଠ ପ୍ରତିଷ୍ଠା କରିଥିଲେ । ଏହି ଚାରିଟି ମୂଳପୀଠ ସନାତନ ସଂସ୍କୃତି ଓ ଚେତନାର ବାର୍ତ୍ତାବହ ।

ଆଶ୍ବାସନା ଦେଲେ ମୁଖ୍ୟମନ୍ତ୍ରୀ ଧାମୀ:-

ସେହିପରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଯୋଶୀମଠ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିସାରିଥିବା ବେଳେ ବର୍ତ୍ତମାନ ସ୍ଥିତି ଓ ଜାରି ରହିଥିବା ପ୍ରକ୍ରିୟା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ବିପଦ ଜୋନରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ଓ ସେମାନଙ୍କର ସଠିକ ଥଇଥାନ ନେଇ ପ୍ରକ୍ରିୟା ଜାରି ରହିଥିବା ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି । ଏପରି ସମୟରେ ପୁରା ଉତ୍ତରାଖଣ୍ଡ ସରକାର ଯୋଶୀମଠ ସହ ଛିଡା ହୋଇଥିବା ସେ ଆଶ୍ବସନା ମଧ୍ୟ ଦେଇଛନ୍ତି । ସେହିପରି ଏପରି ସମୟରେ ଏପରି ସଙ୍କଟକୁ ନେଇ ରାଜନୀତି ନକରିବା ପାଇଁ ମୁଖ୍ୟମନ୍ତ୍ରୀ ଧାମୀ ନିବେଦନ ମଧ୍ୟ କରିଛନ୍ତି ।

ଅନୁଧ୍ୟାନ ପରେ ଅଞ୍ଚଳକୁ 3 ଜୋନରେ କରାଯାଇଛି ବିଭକ୍ତ :-

ଭୂସ୍ଖଳନ ହେବାର ସମ୍ଭାବ୍ୟ ଆଶଙ୍କାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ସମଗ୍ର ଯୋଶୀମଠ ଅଞ୍ଚଳକୁ 3ଟି ଭୌଗଳିକ ଜୋନରେ ବିଭକ୍ତ କରିଛି । ସେଗୁଡିକ ମଧ୍ୟରେ ବିପଦପୂର୍ଣ୍ଣ ଜୋନ, ନିରାପଦ ଏବଂ ବଫର ଜୋନ ଭାବେ ନାମିତ କରାଯାଇଛି । ଅସୁରକ୍ଷିତ ଘୋଷିତ ଜୋନରୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତରଣ ଜାରି ରହିଛି । ଏଥିସହିତ ଲୋକଙ୍କୁ ବିପଦ ଜୋନରେ ଥିବା ସ୍ଥାନକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା 6ଶହ ଘରେ ଫାଟ ସୃଷ୍ଟି ହୋଇଥିବା ପ୍ରଶାସନ ସ୍ପଷ୍ଟ କରିଛି ।

ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ରୋକ:-

ବର୍ତ୍ତମାନ ସୁଦ୍ଧା ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ରୋକ ଲଗାଯାଇଛି । କୌଣସି ନୂତନ ନିର୍ମାଣକୁ ଅନୁମତି ଦିଆଯାଇନାହିଁ । ସ୍ଥାନୀୟ ଚମୋଲି ଜିଲ୍ଲା ମାଜିଷ୍ଟ୍ରେଟ ହିମାଂଶୁ ଖୁରାନା କହିଛନ୍ତି, ଯେ ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ପର୍ଯ୍ୟନ୍ତ ଜିଲ୍ଲାରେ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହା ବ୍ୟତୀତ ଅଧିକାରୀମାନେ ପ୍ରସ୍ତୁତ ହୋଇଥିବା ରିଲିଫ କ୍ୟାମ୍ପଗୁଡ଼ିକୁ ଯାଞ୍ଚ କରୁଛନ୍ତି । ଅସ୍ଥାୟୀ ଭାବେ ବିସ୍ଥାପିତ ପରିବାରକୁ ରିଲିଫ୍ ସାମଗ୍ରୀ ଓ ଅନ୍ୟାନ୍ୟ ସହାୟତା ଯୁଦ୍ଧକାଳୀନ ଭିତ୍ତିରେ ଯୋଗାଇ ଦିଆଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 9, 2023, 10:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.