ETV Bharat / bharat

ନାତି ନାତୁଣୀ ନହେବାରୁ ପୁଅ ବୋହୂଙ୍କ ବିରୋଧରେ କୋର୍ଟ ଗଲେ ବୃଦ୍ଧ ଦମ୍ପତି

author img

By

Published : May 12, 2022, 10:09 AM IST

ନାତି ନାତୁଣୀଙ୍କୁ ପାଇବା ପାଇଁ ପୁଅ ବୋହୂଙ୍କ ବିରୋଧରେ କୋର୍ଟ ଗଲେ ବୃଦ୍ଧ ଦମ୍ପତି
ନାତି ନାତୁଣୀଙ୍କୁ ପାଇବା ପାଇଁ ପୁଅ ବୋହୂଙ୍କ ବିରୋଧରେ କୋର୍ଟ ଗଲେ ବୃଦ୍ଧ ଦମ୍ପତି

ନାତି ନାତୁଣୀଙ୍କ ସୁଖ ପାଇବାରୁ ବଞ୍ଚିତ ହୋଇ ପୁଅ ବୋହୂଙ୍କ ବିରୋଧରେ କୋର୍ଟରେ ଦ୍ବାରସ୍ଥ ହେଲେ ବୃଦ୍ଧ ଦମ୍ପତି । କହିଲେ ପରିଣତ ବୟସରେ ନାତି ନାତୁଣୀ ସୁଖ ସେମାନଙ୍କ ଅଧିକାର ନହେଲେ 5 କୋଟିର କ୍ଷତିପୂରଣ ଦିଅନ୍ତୁ ପୁଅ ବୋହୂ । ଅଧିକ ପଢନ୍ତୁ

ଡେରାଡୁନ: ପୁଅ ବୋହୂଙ୍କ ଅନାଗ୍ରହ ପାଇଁ ନାତି ନାତୁଣୀଙ୍କ ସୁଖ ପାଇବାରୁ ବଞ୍ଚିତ ହୋଇଛନ୍ତି ବୃଦ୍ଧ ଦମ୍ପତି । ଫଳରେ ପୁଅ ବୋହୁଙ୍କ ବିରୋଧରେ କୋର୍ଟର ଆଶ୍ରୟ ନେବାକୁ ବାଧ୍ୟ ହେଲେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ । ହରିଦ୍ୱାରର ବୃଦ୍ଧ ଦମ୍ପତି ସଞ୍ଜୀବ ରଞ୍ଜନ ପ୍ରସାଦ ଓ ତାଙ୍କ ପତ୍ନୀ ସାଧନା ନିଜ ଏକମାତ୍ର ପୁତ୍ର ଓ ବୋହୂଙ୍କ ନାମରେ ହରିଦ୍ବାର କୋର୍ଟରେ ଏହି ମାମଲା ଦାଏର କରିଛନ୍ତି । ତାଙ୍କୁ ନାତି ନାତୁଣୀ ନମିଳିଲେ 5 କୋଟି ଟଙ୍କାର କ୍ଷତି ପୂରଣ ପ୍ରଦାନ କରିବାକୁ ଆବେଦନରେ ଦର୍ଶାଇଛନ୍ତି ଏହି ଦମ୍ପତି । ଗୁରୁତ୍ବପୂର୍ଣ୍ଣ କଥା ହେଲେ ସମାନଙ୍କ ପୁଅ ବୋହୁ ଏପର୍ଯ୍ୟନ୍ତ ପରିବାର ନିୟୋଜନ ନେଇ କୌଣସି ଯୋଜନା କରିନାହାନ୍ତି ।

  • This case portrays the truth of society. We invest in our children, make them capable of working in good firms. Children owe their parents basic financial care. The parents have demanded either a grandchild within a year or compensation of Rs 5 crores: Advocate AK Srivastava pic.twitter.com/uH04Q8jEua

    — ANI UP/Uttarakhand (@ANINewsUP) May 11, 2022 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ହରିଦ୍ୱାରର ବାସିନ୍ଦା ସଞ୍ଜୀବ ରଞ୍ଜନ ପ୍ରସାଦ BHEL ରେ କାର୍ଯ୍ୟରତ ଥିବା ବେଳେ ନିକଟରେ ଅବସର ନେଇଛନ୍ତି । ସେ ବର୍ତ୍ତମାନ ପତ୍ନୀ ସାଧନାଙ୍କ ସହ ଏକ ହାଉସିଂ ସୋସାଇଟି ରହୁଛନ୍ତି । 2016 ମସିହାରେ ଏହି ଦମ୍ପତି ନିଜ ଏକମାତ୍ର ପୁଅ ଶ୍ରେୟ ସାଗରଙ୍କୁ ନୋଏଡା ବାସିନ୍ଦା ଶୁଭାଙ୍ଗୀ ସିହ୍ନାଙ୍କ ସହ ବିବାହ କରାଇଥିଲେ । ପୁଅ ପାଇଲଟ ଥିବା ବେଳେ ଏବଂ ବୋହୂ ନୋଏଡାରେ ଚାକିରି କରନ୍ତି । ତେବେ ଉଭୟ ସନ୍ତାନ ପାଇଁ ଏପର୍ଯ୍ୟନ୍ତ କୌଣସି ଯୋଜନା କରିନାହାନ୍ତି । ତେଣୁ ପରିଣତ ବୟସରେ ସେମାନଙ୍କୁ ନାତି ନାତୁଣି ସୁଖରୁ ବଞ୍ଚିତ ହେବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ଦମ୍ପତି ।

ଦମ୍ପତି ଏହା ମଧ୍ୟ ଆବେଦନରେ ଦର୍ଶାଇଛନ୍ତି, ସେମାନଙ୍କ ଏକମାତ୍ର ପୁଅର ପାଠ ପଢା ଲାଗି ସେମାନେ ସମସ୍ତ ଅର୍ଜିତ ସମ୍ପତି ଓ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ପରିଣତ ବୟସରେ ତାଙ୍କ ଅଧିକାରରୁ ତାଙ୍କୁ ବଞ୍ଚିତ କଲେ ସେ ଖର୍ଚ୍ଚ କରିଥିବା ଟଙ୍କା କ୍ଷତି ପୂରଣ ବାବଦରେ ପୁଅ ଓ ବୋହୁଙ୍କୁ ଦେବାକୁ ହେବ । ହରିଦ୍ୱାର ଜିଲ୍ଲା କୋର୍ଟରେ ଦାଏର ଏହି ମାମଲା ବର୍ତ୍ତମାନ ଚର୍ଚ୍ଚାର ଶୀର୍ଷରେ ରହିଛି । ଏହାର ପରବର୍ତ୍ତୀ ଶୁଣାଣି ମେ’ 17 ତାରିଖରେ ହେବା ନେଇ ତାରିଖ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.